Advertisment

ଭାଇରାଲ ଭିଡିଓ: ବିଲଡିଂର ୧୪ତମ ମହଲାରୁ ଡେଇଁବାକୁ ଉଦ୍ୟମ କରୁଥିଲେ ଯୁବକ, କିନ୍ତୁ...

ଭିଡିଓରେ ଦେଖିବାକୁ ମିଳୁଛି ଯେ ଗୋଟିଏ ବିରାଟ କାୟ ବିଲଡିଂର ବାଲକୋନୀରୁ ଜଣେ ଯୁବକ ତଳକୁ ଡେଇଁବାକୁ ଉଦ୍ୟମ କରୁଛନ୍ତି।

Noida

Noida

Advertisment

ଛାତିକୁ ଥରାଇ ଦେବା ଭଳି ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଗୋଟିଏ ବିରାଟ କାୟ ବିଲଡିଂର ବାଲକୋନୀରୁ ଜଣେ ଯୁବକ ତଳକୁ ଡେଇଁବାକୁ ଉଦ୍ୟମ କରୁଛନ୍ତି। ତେବେ ସେଠାରେ ରହୁଥିବା ୨ ଜଣ ବ୍ୟକ୍ତିଙ୍କ ସତର୍କତା ଯୋଗୁ ଯୁବକଙ୍କ ଜୀବନ ବଞ୍ଚି ଯାଇଛି।

Advertisment

ନୋଏଡା ସୋସାଇଟିରେ ଥିବା ଗୋଟିଏ ବିଲଡିଂରେ ଏପରି ଘଟଣା ଘଟିଛି। ଆତ୍ମହତ୍ୟା କରୁଥିବା ଯୁବକ ଜଣଙ୍କ ମାନସିକ ରୋଗୀ ଓ ତାଙ୍କର ଚିକିତ୍ସା ମଧ୍ୟ ଚାଲିଛି।

ନୋଏଡାର ସେକ୍ଟେର ୭୪ରେ ଥିବା ସୁପରଟେକ କେପଟାଉନ ସୋସାଇଟର ୧୪ତମ ମହଲାରେ ପୂରା ଘଟଣା ଘଟିଛି। ପୂର୍ବରୁ ଏଠାରେ ପରିବାର ଲୋକଙ୍କ ସହ ଘର ଭଡ଼ା ନେଇ ରହୁଥିବା ଜଣେ ୨୧ ବର୍ଷୀୟ ଯୁବକ ଜଣଙ୍କ ଆଜି ସକାଳୁ ହଠାତ୍‌ ୧୪ତମ ମହଲାରେ ପହଞ୍ଚିଥିଲେ।

Advertisment

ସେ ଏଠାରେ ଥିବା ବାଲକୋନୀକୁ ଆସି ତଳକୁ ଡେଇଁବାକୁ ଚେଷ୍ଟା କରିଥିଲେ। ଏହାକୁ ଦେଖି ସାମ୍ନା ପଟେ ରହୁଥିବା କିଛି ଲୋକ ଚିତ୍କାର କରିଥିଲେ। ଏହା ଶୁଣି ୧୩ତମ ମହଲାରେ ରହୁଥିବା ଦୁଇ ଜଣ ବ୍ୟକ୍ତି ସିଧା ୧୪ତମ ମହଲାକୁ ଦୌଡ଼ିଥିଲେ। ସେମାନେ ତୁରନ୍ତ ତଳକୁ ଡେଇଁବାକୁ ଚେଷ୍ଟା କରୁଥିବା ଯୁବକଙ୍କୁ ଧରିପକାଇବା ସହ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଯୁବକ ଜଣଙ୍କ ବାଲକୋନୀ ଝୁଲିଛନ୍ତି। ଏହି ସମୟରେ ଦୁଇ ଜଣ ବ୍ୟକ୍ତି ପଛ ପଟୁ ଆସି ତାଙ୍କୁ ସୁରକ୍ଷିତ ଭାବେ ଟେକି ନେଉଛନ୍ତି।

ପୁଲିସ୍‌ କହିଛି ଯେ ଯୁବକ ଜଣଙ୍କ ତାଙ୍କ ପରିବାର ଲୋକଙ୍କ ସହ ଏଠାରେ ପୂର୍ବରୁ ରହୁଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେମାନେ ନୋଏଡାର ସେକ୍ଟର ୪୧କୁ ଚାଲି ଯାଇଥିଲେ। ଆଜି ସକାଳୁ ମାନସିକ ରୋଗରେ ପୀଡ଼ିତ ୨୧ ବର୍ଷୀୟ ଯୁବକ ଜଣଙ୍କ ପରିବାର ଲୋକଙ୍କୁ ନ ଜଣାଇ ସୁପରଟେକ କେପଟାଉନ ଚାଲି ଆସିଥିଲେ। ଏହାପରେ ସେ ୧୪ ମହଲାକୁ ଯାଇ ସେଠାରୁ ତଳକୁ ଡେଇଁବାକୁ ଚେଷ୍ଟା କରିଥିଲେ।

ପୁଲିସ୍‌ ଏ ସମ୍ପର୍କରେ ସକାଳ ୧୦.୩୦ରେ ଖବର ପାଇଥିଲା। ଯେତେବେଳେ ପୁଲିସ୍‌ ଟିମ ଘଟଣା ସ୍ଥଳରେ ପହଞ୍ଚିଲା ସେତେବେଳେ ଅଧିକାରୀମାନେ ଜାଣିବାକୁ ପାଇଲେ ଯେ ଯୁବକ ଜଣଙ୍କର ମାନସିକ ଅବସ୍ଥା ଠିକ ନାହିଁ ଓ ତାଙ୍କର ଚିକିତ୍ସା ମଧ୍ୟ ଚାଲିଛି। ପରିବାର ଲୋକମାନେ ପୁଲିସ୍‌କୁ ସବୁ କଥା କହିବା ପରେ ପୁଅକୁ ଘରକୁ ନେଇଥିଲେ।

Viral Video Noida
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe