Hardik Pandya and Jasmin Walia
ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ପତ୍ନୀ ନତାଶା ଷ୍ଟାନକୋଭିଚଙ୍କ ଠାରୁ ଅଲଗା ହେବା ପରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ହାର୍ଦ୍ଦିକଙ୍କ ନାମ ଜଣେ ବ୍ରିଟିଶ ଗାୟିକାଙ୍କ ସହ ଜଡିତ ଅଛି ବୋଲି କୁହାଯାଉଛି। ଗୁଜବ ହେଉଛି କି ହାର୍ଦ୍ଦିକ ପାଣ୍ଡ୍ୟା ବ୍ରିଟିଶ ଗାୟିକା ଜସ୍ମିନ ୱାଲିଆଙ୍କୁ ଡେଟିଂ କରୁଛନ୍ତି। ଉଭୟ ଗ୍ରୀସରେ ଏକାଠି ଛୁଟି କାଟୁଛନ୍ତି ବୋଲି ଜଣାପଡ଼ିଛି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ତାଙ୍କୁ ଏକ ସୁଇମିଂ ପୁଲ ସମ୍ମୁଖରେ ଦେଖିବାକୁ ମିଳିଥିଲା। ତେବେ ହାର୍ଦ୍ଦିକଙ୍କ ଏହି ଭିଡିଓ ସାମ୍ନାକୁ ଆସିବାର ଦୁଇ ଦିନ ପୂର୍ବରୁ ଜସ୍ମିନ୍ ୱାଲିଆ ମଧ୍ୟ ଗ୍ରୀସରେ ତାଙ୍କର ଛୁଟିଦିନର କିଛି ଫଟୋ ସେୟାର କରିଥିଲେ। ସେହି ଫଟୋରେ ଜସ୍ମିନ୍ ୱାଲିଆ ମଧ୍ୟ ସୁଇମିଂ ପୁଲ ନିକଟରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସୋଶାଲ ମିଡିଆରେ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଆଶ୍ଚର୍ଯ୍ୟର କଥା ହେଉଛି ଜସ୍ମିନ ୱାଲିଆ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ପସନ୍ଦ କରିଥିଲେ। ଏହା ବ୍ୟତୀତ ଉଭୟ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରନ୍ତି। ଏହି ଘଟଣାକୁ ନେଇ ସୋଶାଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1723623816.jpg)