Advertisment

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର ୧୦,୦୦୦ ଛୁଆର ବାପା

ସାରା ବିଶ୍ୱରେ ଏହି ବିଶାଳ କୁମ୍ଭୀରଟି ଏବେ ଚର୍ଚ୍ଚର ବିଷୟ ପାଲଟିଛି। ନିଜ ଆତଙ୍କ ପାଇଁ ଜଣାଶୁଣା ଏହି କୁମ୍ଭୀର ଏବେ କାଟୁଛି ଆଜୀବନ କାରାଦଣ୍ଡ।

ଅଦ୍ୟତନ ହୋଇଛି
Crocodile Henry

Crocodile Henry

Advertisment

୬ ପତ୍ନୀର ସ୍ୱାମୀ। ଆଉ ୧୦ ହଜାର ଛୁଆର ବାପା। ବୟସ ୧୨୪ ବର୍ଷ। ଆମେ ଏଠି କୌଣସି ବ୍ୟକ୍ତିଙ୍କ ବିଷୟରେ ନୁହେଁ ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର ବିଷୟରେ କହୁଛି। ଯହାର ଆକାର ଏକ ମିନି ବସ୍‌ ସହ ସମାନ।

Advertisment

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର ହେନେରୀ। ଓଜନ ୭୦୦ କିଲୋଗ୍ରାମ ଓ ଲମ୍ବ ୧୬ ଫୁଟ। ସାରା ବିଶ୍ୱରେ ଏହି ବିଶାଳ କୁମ୍ଭୀରଟି ଏବେ ଚର୍ଚ୍ଚର ବିଷୟ ପାଲଟିଛି। ନିଜ ଆତଙ୍କ ପାଇଁ ଜଣାଶୁଣା ଏହି କୁମ୍ଭୀର ଏବେ କାଟୁଛି ଆଜୀବନ କାରାଦଣ୍ଡ। ଦକ୍ଷିଣ ଆଫ୍ରିକାର ସ୍କଟବର୍ଗର କ୍ରୋକୱର୍ଲ୍ଡ ସଂରକ୍ଷଣ କେନ୍ଦ୍ରରେ ହେନେରୀକୁ ଏକୁଟିଆ କରି ରଖାଯାଇଛି।

ହେନେରୀ ହେଉଛି ନୀଳ ନଦୀର ଏକ ନରଭକ୍ଷୀ କୁମ୍ଭୀର। ହେନେରୀ ରହୁଥିବା ପ୍ରାଣୀ ଉଦ୍ୟାନ ଅଧିକାରୀଙ୍କ ଅନୁଯାୟୀ ହେନେରୀର ୬ଟି ପତ୍ନୀ ଅଛନ୍ତି। ଏମାନେ ହେନେରୀର ୧୦,୦୦୦ରୁ ଅଧିକ ସନ୍ତାନକୁ ଜନ୍ମ ମଧ୍ୟ ଦେଇ ସାରିଲେଣି। 

Advertisment

ଦି ସନର ରିପୋର୍ଟ ଅନୁଯାୟୀ ହେନେରୀର ଲମ୍ବ ଏକ ମିନି ବସ୍ ସହ ସମାନ। ସେ ୧୬ ଡିସେମ୍ବର ୧୯୦୦ରେ ବୋତସ୍ୱାନାର ଓକାଭାଙ୍ଗୋ ଡେଲ୍ଟାରେ ଜନ୍ମଗ୍ରହଣ କରିଥିଲା। ହେନେରୀର ଅତୀତ ଆତଙ୍କରେ ପରିପୂର୍ଣ୍ଣ। ସେ ତା'ର ତୀକ୍ଷ୍ଣ ଦାନ୍ତ ଓ ପଞ୍ଝାରେ ଅନେକ ଲୋକଙ୍କୁ ଶିକାର କରିଛି। କେବଳ ସେତିକି ନୁହେଁ ହଜାର ହଜାର ପିଲାଙ୍କୁ ମଧ୍ୟ ମାରି ଖାଇଛି।

୧୯୦୦ ଦଶକରେ ବୋତସ୍ୱାନା ଜନଜାତି ମଧ୍ୟରେ ଆତଙ୍କ ଖେଳାଇଥିଲା ହେନେରୀ। ହେନେରୀ ଅନେକ ଛୋଟ ପିଲାଙ୍କୁ ଶିକାର କରିଥିଲା। ଏହାପରେ ଏଠକାର ଆଦିବାସୀ ଲୋକେ ହେନେରୀକୁ ହତ୍ୟା କରିବାକୁ ଯୋଜନା କରିଥିଲେ। ସେମାନେ ପ୍ରସିଦ୍ଧ ଶିକାରୀଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଏହି ଶିକାରୀ କୁମ୍ଭୀରକୁ ହତ୍ୟା କରିନଥିଲେ ବରଂ ଏହାକୁ ଧରି ବନ୍ଧି ରଖିଥିଲେ। ଏହା ପରେ କୁମ୍ଭୀରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ଏହି ବିଶାଳକାୟ କୁମ୍ଭୀରକୁ ଧରିଥିବା ଶିକାରୀଙ୍କ ନା' ଥିଲା ସାର୍ ହେନେରୀ ନ୍ୟୁମ୍ୟାନ୍। ଏହି ଶିକାରୀଙ୍କ ନାଁ ଆଧାରରେ କୁମ୍ଭୀରର ନାଁ ହେନେରୀ ରଖାଯାଇଥିଲା। ଗତ ତିନି ଦଶନ୍ଧି ଧରି ହେନେରୀ ସ୍କଟ୍‌ବର୍ଗର କ୍ରୋକୱାର୍ଲ୍ଡ ସଂରକ୍ଷଣ କେନ୍ଦ୍ରରେ ଅଛି।

ହେନେରୀ ହେଉଛି ନୀଳ ନଦୀର କୁମ୍ଭୀର। ଆଫ୍ରିକାର ୨୬ଟି ଦେଶରେ ଏହି ପ୍ରଜାତିର କୁମ୍ଭୀର ଦେଖିବାକୁ ମିଳେ। ପ୍ରତିବର୍ଷ ଏହି ଦେଶରେ ଶହ ଶହ ଲୋକ ଏହି ପ୍ରଜାତିର କୁମ୍ଭୀରର ଶିକାର ହୁଅନ୍ତି।

Viral Crocodile World's Oldest Crocodile Henry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe