Advertisment

ବେକରେ ବନ୍ଧୁକ ଝୁଲାଇ ଉତ୍ପାତ, ଗୁଳି ବି ଫୁଟାଇଲା

ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତଙ୍କ ଗାଡ଼ି ଚିହ୍ନଟ କରିଛି।

Man dabce with gun

Man dabce with gun

Advertisment

ଟ୍ରାଫିକ୍‌ ନିୟମକୁ ଫୁ'। ବିଚ୍‌ ରାସ୍ତାରେ ଦେଖାଇଲେ ବନ୍ଧୁକ। ବେକରେ ଦୁଇ ଦୁଇଟି ବନ୍ଧୁକ ଝୁଲାଇ ନାଚିଲେ, ମଦ ବି ପିଇଲା। କେବଳ ସେତିକି ନୁହେଁ କାର୍‌ ଭିତରେ ବସି ଗୁଳି ବି ଫୁଟାଇଲେ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଗାଜିଆବାଦରୁ। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରଲ ମଧ୍ୟ ହେବାରେ ଲାଗିଛି।

Advertisment
man dance with gunବେକରେ ବନ୍ଧୁକ ଝୁଲାଇ, ମଦ ପିଇ ବିଚ୍‌ ରାସ୍ତାରେ ନାଚୁଛନ୍ତି।

ଗାଜିଆବାଦର ଏଲିଭେଟେଡ୍‌ ରୋଡ୍‌। ରାତି ଅଧରେ ଶୂନ୍‌ଶାନ ରାସ୍ତାରେ ଅଟକିଲା ଫର୍ଚୁନର କାର୍। ଏହାପରେ କାର୍‌ ଭିତରେ ୪ରୁ ୫ ଜଣ ବ୍ୟକ୍ତି ଓହ୍ଲାଇ ବିଚ୍‌ ରାସ୍ତାରେ କଲେ ଉତ୍ପାତ। ଗୋଟିଏ ହାତରେ ବନ୍ଧୁକ ଓ ଆଉ ଗୋଟିଏ ହାତରେ ମଦ ବୋତଲ ଧରି ନାଚିଲେ। କେବଳ ସେତିକି ନୁହେଁ ବେକରେ ଦୁଇ ଦୁଇଟି ବନ୍ଧୁକ ଝୁଲାଇ ଗୀତର ତାଳେ ତାଳେ ଡ୍ୟାନ୍ସ କଲେ ଯୁବକ। ତେବେ ଏତିକିରେ ବି ମନମାନିଲାନି ଶେଷରେ କାର୍‌ରେ ବସି କଲେ ଫାଙ୍କା ଗୁଳିମାଡ଼। ସାମ୍ନାକୁ ଆସିଥିବା ଭିଡିଓରେ ଆଇନ କାନୁନକୁ ବେଖାତିର କରି ବିଚ୍‌ ରାସ୍ତାରେ ଖୋଲାଖୋଲି ଭାବେ ନିୟମ ଉଲ୍ଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଛି।

Advertisment

ଏହି ପୂରା ମାମଲାର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି। ସେପଟେ ପୁଲିସ ଭିଡିଓ ସାମ୍ନାକୁ ଆସିବା ପରେ ଅଭିଯୁକ୍ତଙ୍କ ଗାଡ଼ି ଚିହ୍ନଟ କରିଛି। ଏହି ଗାଡ଼ିର ମାଲିକ ରାଜା ଚୌଧୁରୀ ସେ ଚିରଞ୍ଜୀବ ବିହାରର ବାସିନ୍ଦା ବୋଲି ଜଣାପଡ଼ିଛି । ବର୍ତ୍ତମାନ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଥିବା ସୂଚନା ଦେଇଛି।

ପୁଲିସ ଗତ ବର୍ଷ ଡିସେମ୍ବରରେ ଏହିପରି ଭାବେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏହି ବ୍ୟକ୍ତି ଜଣକ କାରକୁ ରାସ୍ତାରେ ଅଟକାଇ ଦୁଇଜଣ ମହିଳାଙ୍କ ସହ ନାଚୁଥିଲେ। ଯେଉଁ କାରଣରୁ ରାସ୍ତା ଉପରେ ଭୟଙ୍କର ଟ୍ରାଫିକ ଜାମ ଲାଗି ରହିଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିଥିଲା।

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe