Advertisment

ବରକୁ ମର୍ସିଡିଜ୍, ଫର୍ଚୁନର୍ ସାଙ୍ଗକୁ କେଜି କେଜି ସୁନା-ରୁପା ଉପହାର, ଭାଇରାଲ୍ ହେଉଛି ଭିଡିଓ

ବିବାହ ଉତ୍ସବରେ ବର-କନ୍ୟାଙ୍କ ପରିବାର ପକ୍ଷରୁ ଦାମୀ କାର୍ ସାଙ୍ଗକୁ ସୁନା-ରୁପା ଦେବାକୁ ନେଇ ଚାଲିଥିବା କଥାବାର୍ତ୍ତା ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

ଅଦ୍ୟତନ ହୋଇଛି
Wedding

Wedding

Advertisment

ଉତ୍ତର ପ୍ରଦେଶର ନୋଏଡାଠାରେ ଏକ ବିବାହ ଉତ୍ସବରେ ବର-କନ୍ୟାଙ୍କ ପରିବାର ପକ୍ଷରୁ ଦାମୀ କାର୍ ସାଙ୍ଗକୁ ସୁନା-ରୁପା ଦେବାକୁ ନେଇ ଚାଲିଥିବା କଥାବାର୍ତ୍ତା ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଇନଷ୍ଟାଗ୍ରାମରେ ବିନୀତ ଭାତି ନାମକ ଜଣେ ୟୁଜରଙ୍କ ଆଇଡିରେ ଏହି ଭିଡିଓ ପୋଷ୍ଟ ହୋଇଛି। 

Advertisment

ଭିଡିଓରେ ଜଣେ ବ୍ୟକ୍ତି ପ୍ରଚୁର ପରିମାଣର ଦାମୀ ଉପହାର ଘୋଷଣା କରୁଥିବା ଶୁଣିବାକୁ ମିଳୁଛି। ଏହି ସମୟରେ ସେଠାରେ ବସିଥିବା ବହୁ ବରିଷ୍ଠ ବ୍ୟକ୍ତିମାନେ ମଧ୍ୟ ଖୁବ୍ ଜୋରରେ ତାଳି ମାରୁଛନ୍ତି। 

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି କାଗଜ ଧରି ଗିଫ୍ଟ ତାଲିକା ପଢୁଛନ୍ତି। ସେ କହୁଛନ୍ତି, ଗୋଟିଏ ଡାଇନିଂ ଟେବୁଲ୍, ଦୁଇଟି ଗାଡ଼ି, ଗୋଟିଏ ମର୍ସିଡିଜ୍ ବେଞ୍ଜ୍, ଏକ ଫର୍ଚୁନର୍, ସବୁ ମିଶିକି 1.25 କିଲୋଗ୍ରାମ ସୁନା ଏବଂ 7 କିଲୋଗ୍ରାମ ରୁପା ରହିଛି। ଏପରି ଗିଫ୍ଟ ବାବଦରେ ଶୁଣିବା ପରେ ସେଠାରେ ଉପସ୍ଥିତ ଲୋକେ ଖୁବ୍ ଜୋରରେ ତାଳି ମାରି ହସିଥିଲେ।

Advertisment

ଏହି ସମୟର ଭିଡିଓ ଭାଇରାଲ୍ ହେଉଛି। ସୋଶାଲ୍ ମିଡିଆ ୟୁଜର୍ ଏଥିରେ ଦୃଢ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେତେକ ବରକୁ "ଛଦ୍ମବେଶରେ ଭିକ ମାଗୁଥିବା ପାତ୍ର" ବୋଲି କହିଥିଲେ। ସେହିପରି ଅନ୍ୟ ଜଣେ ୟୁଜର୍ ଏହା ଏକ ବିବାହ ନୁହେଁ ବରଂ ଏକ ବ୍ୟବସାୟ ବୋଲି କହିଛନ୍ତି।

ଅନ୍ୟ ଜଣେ ମନ୍ତବ୍ୟ ଦେଇ କହିଛନ୍ତି, "ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ? ମୁଁ ଯେତିକି ଜାଣିଛି ଯୌତୁକ ନେବା ଏବଂ ଦେବା ଅପରାଧ।" 

Wedding Viral Video Mercedes Wedding Video Dowry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe