Siraj
ଆଡିଲେଡ ଓଭାଲରେ ଖେଳା ଯାଉଥିବା ପିଙ୍କ ବଲ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ବୋଲରଙ୍କୁ ପ୍ରବଳ ଧୋଇଛନ୍ତି ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍। ସେ ଏକାକୀ ୧୪୦ ନର ଇନିଂସ ଖେଳିବାରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୧୫୭ ରନର ଲିଡ ହାସଲ କରି ନେଇଛି।
ତେବେ ୧୪୦ ରନ କରିଥିବା ହେଡ୍ଙ୍କୁ ଭାରତର ମହମ୍ମଦ ସିରାଜ ଚମତ୍କାର ଢଙ୍ଗରେ କ୍ଲିନବୋଲ୍ଡ କରିଛନ୍ତି। ତେବେ ସେ ହେଡ୍ଙ୍କୁ ବୋଲ୍ଡ କରିବାରୁ ତାଙ୍କୁ ଆଡିଲେଡରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଅଷ୍ଟ୍ରେଲିଆର ଦର୍ଶକମାନେ ଚିଡ଼ାଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଆଜି ପିଙ୍କ ବଲ ଟେଷ୍ଟର ଦ୍ୱିତୀୟ ଦିନରେ ସିରଜ ଲମ୍ବାଲମ୍ବା ସ୍ପେଲ ବୋଲିଂ କରିଥିଲେ ହେଁ ତାଙ୍କୁ ୱିକେଟ ମିଳି ନଥିଲା। ପ୍ରଥମ ସେସନ୍ସରେ ସେ ୱିକେଟ ଶୂନ୍ୟ ରହିଥିଲେ। ଏସବୁ ଭିତରେ ଟ୍ରାଭିସ ହେଡ ମଧ୍ୟ ଦ୍ରୁତଗତିରେ ରନ ସଂଗ୍ରହ କରି ଘରୋଇ ଦର୍ଶକଙ୍କ ଆଗରେ ଶତକ ମାରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୮ମ ଓ ଘରୋଇ ଷ୍ଟାଡିୟମରେ ତୃତୀୟ ଶତକ। ଶତକ ହାସଲ କରିବା ପରେ ସେ ଆହୁରି ବିସ୍ଫୋରକ ରୂପ ଧାରଣ କରିଥିଲେ।
୮୨ତମ ଓଭର ବୋଲିଂ କରିବାକୁ ସିରାଜ ଆସିଥିବା ବେଳେ ତାଙ୍କୁ ହେଡ୍ ଚୌକା ମାରିଥିଲେ। ତେବେ ସେହି ଓଭରର ୪ର୍ଥ ବଲରେ ସିରାଜଙ୍କ ଫୁଲଟସକୁ ହେଡ ମିସ୍ କରି କ୍ଲିନବୋଲ୍ଡ ହୋଇଯାଇଥିଲା। ହେଡଙ୍କୁ ବୋଲ୍ଡ କରିବା ପରେ ସେ ଆଗ୍ରେସନ ଦେଖାଇଥିଲେ। ହେଡ୍ ମଧ୍ୟ ତାଙ୍କୁ କିଛି କହିଥିଲେ। ସିରାଜ ତାଙ୍କୁ ହାତ ହଲାଇ ପ୍ୟାଭିଲିୟନ ଫେରିଯିବାକୁ ଇଙ୍ଗିତ କରିଥିଲେ।
ତେବେ ହୋମ ଟାଉନ ହିରୋ ହେଡ୍ଙ୍କୁ ସିରାଜ ଏପରି ଇଙ୍ଗିତ କରିବାରୁ ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକ ତାଙ୍କୁ ପାଟି କରି ଚିଡ଼ାଇବା ଆରମ୍ଭ କରିଥିଲେ। ହେଡ୍ ପ୍ୟାଭିଲିୟନରେ ପହଞ୍ଚିବା ଯାଏ ଦର୍ଶକମାନେ ତାଙ୍କ ସମର୍ଥନରେ ନାରାବାଜୀ କରି ସିରାଜଙ୍କୁ ଚିଡ଼ାଇଥିଲେ।
ଓଭର ଶେଷ ହେବା ଯାଏ ଦର୍ଶକମାନେ ଚିଡ଼ାଇବା ଜାରି ରଖିଥିଲେ। ଓଭର ଶେଷ ହେବା ପରେ ସିରାଜ ବାଉଣ୍ଡରୀରେ ଫିଲ୍ଡିଂ କରିଥିଲେ। ବଲ ତାଙ୍କ ପାଖକୁ ଯିବା ବେଳେ ମଧ୍ୟ ଦର୍ଶକମାନେ ପାଟି କରି ତାଙ୍କୁ ଚିଡ଼ାଇବା ବେଳର ଭିଡିଓ ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Siraj_1733569262.jpg)