Advertisment

ବାଃରେ ମାଙ୍କଡ଼, କାର କାଚ ଭାଙ୍ଗି ସୁନା ପିଲା ଭଳି ଚାଲିଗଲା; ଦେଖନ୍ତୁ ଭିଡିଓ

ଛାତରୁ ମାଙ୍କଡ଼ ସିଧା ଡେଇଁଲା କାର ଉପରକୁ। ସନରୁଫ୍ କାଚ ଭାଙ୍ଗି ଦେଇ ସୁନା ପିଲା ଭଳି ଚାଲିଗଲା। ଭାଇରାଲ ହେଉଛି ଭିଡଓ।

Monkey breaks Car Sunroof

Monkey breaks Car Sunroof

Advertisment

ସୋଶାଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୁଏ। ସେଥିରୁ କିଛି ଭିଡିଓ ଦେଖିଲେ ଅନେକ ଲୋକ ନିଜ ହସ ରୋକି ପାରନ୍ତିନି। ଆଉ କିଛି ଭିଡିଓ ଏମିତି ଅଛି, ଯାହା ଦେଖିଲେ ଲୋକ ଭୟ କରିଯାଆନ୍ତି ବା ସତର୍କ ହୋଇଯାଆନ୍ତି। ହେଲେ ଏମିତି ଏକ ଭିଡିଓ ଆଜି ଦିନ ସାରା ସୋଶାଲ ମିଡିଆରେ ଘୂରି ବୁଲୁଛି, ଯାହାକୁ ଦେଖି ଅନେକ ହସୁଛନ୍ତି ତ କେହି କେହି ଚିନ୍ତାରେ ପଡ଼ିଛନ୍ତି। ତେବେ ଏହି ଭିଡିଓଟି ଗୋଟିଏ ମାଙ୍କଡ଼ର।

Advertisment

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି, ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ କାର ଉପରକୁ ହଠାତ ଉପରୁ ଏକ ମାଙ୍କଡ ଡେଇଁ ପଡ଼ୁଛି। ଫଳରେ କାର ଉପରେ ଥିବା ସନରୁଫ୍ କାଚ ଭାଙ୍ଗିଯିବାରୁ ମାଙ୍କଡ଼ଟି କାର ଭିତରେ ପଶିଯାଉଛି। ପୁଣି ଆଖି ପିଛୁଳାକେ କାର ଭିତରୁ ସେହି ଭଙ୍ଗା ସନରୁଫ୍ ଦେଇ ବାହାରି ବେଶ ଆରାମରେ ରାସ୍ତା ପାର ହୋଇ ସହଜ ଭଙ୍ଗିରେ ଚାଲି ଯାଉଛି। ଭିଡିଓଟି ଉତ୍ତର ପ୍ରଦେଶ ବାରଣାସୀର ବିଶ୍ୱେଶ୍ୱରଗଞ୍ଜ ଅଞ୍ଚଳର। କ୍ଷତିଗ୍ରସ୍ତ କାରଟି ସ୍ଥାନୀୟ ଜଣେ ବ୍ୟବସାୟୀ ମୁକେଶ ଜୈସ୍ୱାଲଙ୍କର ବୋଲି ଜଣାପଡ଼ିଛି।

Advertisment

ମାତ୍ର ୧୦ ସେକେଣ୍ଡର ଏହି ଭିଡିଓକୁ ନେଇ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଆଲୋଚନା ଆରମ୍ଭ ହୋଇଛି। ଯଦିଓ ଅନେକ ଏହି ଭିଡିଓରେ ମାଙ୍କଡ଼ର କୌତୁହଳତାକୁ ଦେଖି ଏହାକୁ ଉପଭୋଗ କରୁଛନ୍ତି, ହେଲେ ଏହା ଦ୍ୱାରା ଘଟିଥିବା କ୍ଷତି ପାଇଁ ସନରୁଫ ଥିବା କାର ମାଲିକମାନେ ଚିନ୍ତାରେ ପଡ଼ିଛନ୍ତି। ବିଶେଷ କରି ବାରାଣାସୀ ବାସିନ୍ଦାମାନେ ସହରରେ ଥିବା ମାଙ୍କଡ଼ ମାନଙ୍କ ଲାଗି କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏହି ଭିଡିଓରେ ତାହାର ଏକ ଝଲକ ଦେଖିବାକୁ ମିଳିଛି। ଏହି ଘଟଣା ସହରରେ ମାଙ୍କଡ଼ ମାନଙ୍କ ଦ୍ୱାରା ଉପୁଜୁଥିବା ସମସ୍ୟାର ମୁକାବିଲା ପାଇଁ ଏକ ସ୍ଥାୟୀ ସମାଧାନର ଜରୁରୀ ଆବଶ୍ୟକତାକୁ ସ୍ମରଣ କରାଇଛି।

Viral Video Monkey Menace Monkey Video Monkey Breaks Car Glass
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe