Advertisment

ଗୋଟିଏ ଥାଳିରେ ପ୍ରସାଦ ଖାଇଲେ ମଣିଷ-ମାଙ୍କଡ଼; ଲୋକେ କହିଲେ- ବଜରଙ୍ଗବଲୀ ଆସିଛନ୍ତି

ସୋଶାଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା ହୃଦୟକୁ ତରଳାଇ ଦେବ। ଆଉ ଭକ୍ତିରେ ଗଦ ଗଦ କରିଦେବ।

author-image
Debibandita Barick
ଅଦ୍ୟତନ ହୋଇଛି
Monkey Joins Man For A Meal

Monkey Joins Man For A Meal

ଥରେ ଭାବନ୍ତୁ... ଆପଣ ଖାଉଥିବେ, ଆଉ ଠିକ୍ ଏହି ସମୟରେ କେଉଁଠୁ ଏକ ମାଙ୍କଡ଼ ଆସି ଆପଣଙ୍କ ସହ ଖାଇବ। ଆପଣ କଣ କରିବେ?, ନିଶ୍ଚେ ଭୟରେ ଦୌଡ଼ି ପଳାଇବେ। କିନ୍ତୁ ଯିଏ ମାଙ୍କଡ଼ ମଧ୍ୟରେ ପ୍ରଭୁ ହନୁମାନଙ୍କୁ ଦେଖୁଥିବେ ସେ କେବେ ଯିବେ ନାହିଁ, ଭକ୍ତ ଭାବନରେ ନିଶ୍ଚୟ କର୍ତ୍ତବ୍ୟ କରିବେ। ଠିକ୍ ଏପରି କର୍ତ୍ତବ୍ୟ କରିଛନ୍ତି ଜଣେ ଭକ୍ତ। ଆଉ ତାଙ୍କ ଭକ୍ତି ଓ ମାନବିକତାର ପ୍ରଶଂସା ସହ ଚର୍ଚ୍ଚା ହେଉଛି।

Advertisment

ସୋଶାଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା ହୃଦୟକୁ ତରଳାଇ ଦେବ। ଆଉ ଭକ୍ତିରେ ଗଦ ଗଦ କରିଦେବ।

ଭାଇରାଲ୍ ଭିଡିଓ ଅନୁସାରେ ଏକ ଭୋଜିରେ ଜଣେ ବ୍ୟକ୍ତି ଖାଉ ଥିବାବେଳେ ହଠାତ୍ କେଉଁଠୁ ଏକ ମାଙ୍କଡ଼ ଆସି ତାଙ୍କ ଥାଳିରୁ ଖାଉଥିବା ଦେଖିବାକୁ ମିଳୁଛି। ଆଉ ସେହି ବ୍ୟକ୍ତି ଜଣକ ଭୟଭୀତ ନ ହୋଇ ମାଙ୍କଡ଼ ସହ କାହିଁ କେଉଁ ଦିନରୁ ପରିଚିତ ଥିବା ଭଳି ବ୍ୟବହାର କରିଛନ୍ତି।

Advertisment

ମାଙ୍କଡ଼ଟି ମଧ୍ୟ ତାଙ୍କୁ ଆଗରୁ ଜାଣିଥିବା ପରେ ଏତେ ଲୋକଙ୍କ ଭିତରୁ ତାଙ୍କୁ ହିଁ ବାଛି ନେଇଛି। ଉଭୟ ଉଭୟଙ୍କ ମନୋର ଭାବକୁ ବୁଝି ଖାଇ ଚାଲିଛନ୍ତି। କିନ୍ତୁ ମାଙ୍କଡ଼ଟି ଉକ୍ତ ବ୍ୟକ୍ତିଙ୍କୁ ଡରୁ ନଥିଲେ ବି ଅନ୍ୟମାନଙ୍କୁ ଖୁବ୍ ଭୟ କରୁଥାଏ। ଫଳରେ ସେହି ବ୍ୟକ୍ତି ଜଣକ ମାଙ୍କଡ଼କୁ ନ ଡରି ଖାଇବାକୁ କହୁଥାନ୍ତି, ଆଉ ମାଙ୍କଡ଼ଟି ମଧ୍ୟ ତାଙ୍କ କଥା ମାନି ପେଟ ପୂରାଇ ଖାଇଚାଲିଛି।

ମାନବ ଆଉ ବାନର ମଧ୍ୟରେ ଭାବର ଏ ଆଦାନ-ପ୍ରଦାନ ସମୟର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ନେଟିଜେନ୍ସ ଉକ୍ତ ବ୍ୟକ୍ତିଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ପଶୁମାନେ ବି ଦୟାବନ୍ତ ବ୍ୟକ୍ତିଙ୍କୁ ବାଛି ନିଅନ୍ତି ବୋଲି ଜଣେ ୟୁଜର୍ କମେଣ୍ଟ କରିଛନ୍ତି।

ସେହିପରି ଅନ୍ୟ ଜଣେ ଲେଖିଛନ୍ତି, "ମୋ ଆଖି ଛଳ ଛଳ ହୋଇଗଲା। ନିଜେ ବଜରଙ୍ଗବଲୀ ପ୍ରସାଦ ଖାଇବା ପାଇଁ ଆସିଛନ୍ତି।" ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, "ବୋଧ ହୁଏ ଅଙ୍କଲଙ୍କୁ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି।" 

Viral Video Viral Monkey Monkey Video