Advertisment

୨ ଛୁଆଙ୍କ ଜୀବନ ପାଇଁ ସିଂହ ସହ ଲଢ଼ିଲା ବାଘୁଣୀ, ଦେଖନ୍ତୁ ଭିଡିଓ

ଗୋଟିଏ ଜଙ୍ଗଲ ମଧ୍ୟରେ ନିଜର ଦୁଇ ଛୁଆଙ୍କୁ ବଞ୍ଚାଇବା ପାଇଁ ଗୋଟିଏ ବାଘୁଣୀ କେମିତି ବିରାଟକାୟ ସିଂହ ସହ ଆଖିରେ ଆଖି ମିଶାଇ ଲଢ଼ୁଛି, ତା’ର ଭିଡିଓ ସାମ୍ନାକୁ ଆସିଛି।

Leopard

Leopard

Advertisment

ମା’ର ଭଲ ପାଇବା ଠାରୁ ବଡ଼ ଆଉ କିଛି ନାହିଁ। ଜଣେ ମା’ ନିଜ ଛୁଆମାନଙ୍କ ପାଇଁ କିଛି ବି କରିପାରେ। ସେ ମୃତ୍ୟୁ ସହ ମଧ୍ୟ ଲଢ଼ିବାକୁ ଆଦୌ ପଛାଇ ନଥାଏ। କେବଳ ମଣିଷ ନୁହେଁ, ପଶୁ-ପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ମା’ ସବୁବେଳେ ନିଜ ଛୁଆଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଥାଏ। ଏହାର ନିଚ୍ଛକ ଉଦାହରଣ ଏବେ ସାମ୍ନାକୁ ଆସିଛି।

Advertisment

ଗୋଟିଏ ଜଙ୍ଗଲ ମଧ୍ୟରେ ନିଜର ଦୁଇ ଛୁଆଙ୍କୁ ବଞ୍ଚାଇବା ପାଇଁ ଗୋଟିଏ ବାଘୁଣୀ କେମିତି ବିରାଟକାୟ ସିଂହ ସହ ଆଖିରେ ଆଖି ମିଶାଇ ଲଢ଼ୁଛି, ତା’ର ଭିଡିଓ ସାମ୍ନାକୁ ଆସିଛି। ପୂରା ଘଟଣା ତାଞ୍ଜାନିଆର ସେରେଙ୍ଗେଟି ଜାତୀୟ ଉଦ୍ୟାନରେ ଘଟିଛି। ସେଠାରେ ଜଙ୍ଗଲ ସଫାରୀ କରୁଥିବା ଜଣେ ଦମ୍ପତି ଏହାକୁ ରେକର୍ଡ କରିଛନ୍ତି।

ଦମ୍ପତି ସକାଳୁ ସକାଳୁ ରେଞ୍ଜର ଗଡଲିଭିଙ୍ଗଙ୍କ ସହ ସଫାରୀ ଆରମ୍ଭ କରିଥିଲେ। ଗଡଲିଭିଙ୍ଗ ଭଲ ଭାବେ ଜାଣିଥିଲେ ଯେ ଚିତା ବାଘମାନେ ସକାଳୁ ସକାଳୁ ଉକ୍ତ ଅଞ୍ଚଳରେ ଶୋଇଥିବେ। ତେଣୁ ସେମାନଙ୍କୁ ଦେଖିବା ପାଇଁ ସେ ଦମ୍ପତିଙ୍କୁ ଗାଡ଼ିରେ ନେଇ ଯାଇଥିଲେ।

Advertisment

ସେମାନେ କିଛି ବୁଝିବା ଆଗରୁ ଗୋଟିଏ ବାଘୁଣୀ ଓ ତା’ର ଦୁଇ ଶାବକଙ୍କ ଉପରେ ସମସ୍ତ ନଜର ପଡ଼ିଥିଲା। ଜଙ୍ଗଲିଆ ପାହାଡ଼ର କିଛି ଉଚ୍ଚରେ ବାଘୁଣୀ ଛିଡ଼ା ହେବା ସହ ତଳକୁ ଚାହିଁଛି।

ତଳେ ବାଘୁଣୀ ଓ ତା’ର ଦୁଇ ଶାବକଙ୍କୁ ଚାତକ ଭଳି ଚାହିଁ ରହିଥିଲା ଗୋଟିଏ ସିଂହ। ଧୀରେଧୀରେ ସିଂହଟି ଆଗକୁ ବଢ଼ୁଥିବା ବେଳେ ବାଘୁଣୀ ସିଧା ନିଜ ଜୀବନକୁ ଖାତିର ନକରି ତା’ ଉପରକୁ ଡିଆଁ ମାରିଥିଲା। ସେ ତା’କୁ ଗୋଇଠା ମାରିବା ସହ ଆକ୍ରମଣ କରିଥିଲା। ସିଂହଟି ମଧ୍ୟ ପ୍ରତି ଆକ୍ରମଣ କରିଥିଲା।

ସେ ବାଘୁଣୀକୁ ତଳେ ପକାଇ ଝୁଣିବାକୁ ଚେଷ୍ଟା କରିବା ଭିତରେ ପାହାଡ଼ ଉପରେ ଥିବା ଦୁଇ ଶାବକ ଲୁଚି ଯାଇଥିଲେ। ଏହା ଦେଖି ବାଘୁଣୀଟି ମଧ୍ୟ କୌଶଳକ୍ରମେ ସିଂହର ପଞ୍ଝାରୁ ଖସି ଅନ୍ୟତ୍ର ଚାଲି ଯାଇଥିଲା।

ସିଂହ ତା’ର ପିଛା କରିଥିଲେ ହେଁ କିଛି ବି କରିପାରି ନଥିଲା। ବାଘୁଣୀର ସାହାସ ଯୋଗୁ ତା’ର ଦୁଇ ଶାବକ ସିଂହର ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି।

Leopard Lion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe