Advertisment

ରାଗିଗଲେ କ୍ୟାପଟେନ୍‌ କୁଲ୍‌, କ୍ୟାମେରା ମ୍ୟାନ୍‌ଙ୍କ ଉପରକୁ ଉଠାଇଲେ ବୋତଲ୍‌

ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ମାହିଙ୍କ ଏଙ୍ଗ୍ରି ମୁଡ୍‌।

MS Dhoni

MS Dhoni

Advertisment

ରାଗିଲେ କ୍ୟାପଟେନ୍‌ କୁଲ୍‌। ଲାଇଭ୍‌ ମ୍ୟାଚ୍‌ ବେଳେ ଏଙ୍ଗ୍ରି ମୁଡ୍‌ରେ ନଜର ଆସିଲେ ମାହି। ରାଗରେ କ୍ୟାମେରା ମ୍ୟାନ୍‌ଙ୍କ ଉପରକୁ ବୋତଲ ଫିଙ୍ଗିଲା ଭଳି କଲେ ଇସାରା। ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ମଙ୍ଗଳବାର ଚଳିତ ଆଇପିଏଲ୍‌ର ୩୯ତମ ମ୍ୟାଚ୍‌ ଥିଲା। ଲକ୍ଷ୍ନୌ ଓ ଚେନ୍ନାଇ ମୁହାଁମୁହିଁ ହୋଇଥିଲେ। ଚିଦାମ୍ବରମ୍‌ ଷ୍ଟାଡିୟମରେ ଏହି ବହୁ ପ୍ରତିକ୍ଷିତ ମ୍ୟାଚ୍‌ ଖେଳା ଯାଇଥିଲା। ତେବେ ଏହି ଲାଇଭ୍‌ ମ୍ୟାଚ୍‌ ବେଳେ ସିଏସ୍‌କେର ପୂର୍ବତନ କ୍ୟାପଟେନ୍‌ ତଥା ମହେନ୍ଦ୍ର ସିଂହ ରାଗିଯାଇଥିଲେ। ରାଗରେ କ୍ୟାମେରା ମ୍ୟାନ୍‌ଙ୍କ ଉପରକୁ ବୋତଲ ଫିଙ୍ଗିବାକୁ ଉଠାଇଥିଲେ।

ପ୍ରକୃତରେ ସିଏସ୍‌କେର ବ୍ୟାଟିଂ ଚାଲିଥିଲା। ୧୭ ଓଭର୍‌ରେ ଶିବମ ଦୁବେ ଓ ଋତୁରାଜ ଗାଏକ୍ୱାଡ୍‌ ବ୍ୟାଟିଂ କରୁଥିଲେ। ଏହି ସମୟରେ ଧୋନୀ ଡ୍ରେସିଂ ରୁମ୍‌ରେ ବସିଥିଲେ। ସେ ପିଚ୍‌କୁ ଆସିବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ହେଲେ କ୍ୟାମେରା ମ୍ୟାନ୍‌ ବାରମ୍ବାର ତାଙ୍କ ଉପରକୁ ହିଁ କ୍ୟାମେରା ଫୋକସ୍‌ କରୁଥିଲେ। ଟିଭି ସ୍କ୍ରିନ୍‌ରେ ଧୋନୀଙ୍କୁ ବାରମ୍ବାର ଦେଖାଉଥିଲେ କ୍ୟାମେରା ମ୍ୟାନ୍‌। ଏହାକୁ ନେଇ ରାଗି ଯାଇଥିଲେ ମାହି। ହାତରେ ଧରିଥିବା ପାଣି ବୋତଲ ଫିଙ୍ଗିବା ପାଇଁ କ୍ୟାମେରାମ୍ୟାନ୍‌ଙ୍କ ଉପରକୁ ଉଠାଇଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

କହିରଖୁ ଯେ, ଗତକାଲି ଖେଳାଯାଇଥିବା ମ୍ୟାଚ୍‌ରେ ଲକ୍ଷ୍ନୌ ଠାରୁ ହାରିଛି ଚେନ୍ନାଇ ସୁପର କିଙ୍ଗସ୍‌। ଏହି ମୁକାବିଲା ମାର୍କ ଷ୍ଟୋଇନ୍‌ ନଟ୍‌ ଆଉଟ୍‌ ରହି ୧୨୪ ରନ୍‌ କରିଥିଲେ। ଫଳରେ ସେ ଚେନ୍ନାଇ ହାତରୁ ବିଜୟ ଛଡାଇ ଆଣିଥିଲେ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଲକ୍ଷ୍ନୌକୁ ୨୧୦ ରନ୍‌ର ଟାର୍ଗେଟ୍‌ ଦେଇଥିଲା।

IPL 2024 Mahendra Singh Dhoni Viral Video CSK Vs Lucknow
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe