Dhoni
ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବିବାହ ବହୁ ଆଡ଼ମ୍ବର ସହ ଶୁକ୍ରବାର ଶେଷ ହୋଇଛି। ମୁମ୍ବାଇର ଜିଓ ୱାର୍ଲଡ୍ କନଭେନ୍ସନ୍ ସେଣ୍ଟରେ ଅନୁଷ୍ଠିତ ଏହି ଗ୍ରାଣ୍ଡ ବିବାହ ସମାରୋହରେ ଦେଶବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୩ରୁ ୫ ହଜାର କୋଟି ଟଙ୍କା।
ଏହି ବ୍ୟୟବହୁଳ ବାହାଘରର ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଭାରତୀୟ ଟିମର ପୂର୍ବତନ କ୍ୟାପ୍ଟେନ ତଥା କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଡ୍ୟାନ୍ସ କରୁଛନ୍ତି। ଧୋନି ତାଙ୍କ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କ ସହ ବାହାଘର ପାର୍ଟିରେ ଯୋଗ ଦେଇଥିଲେ।
ଏଏନଆଇ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଏକାଧିକ ବଲିଉଡ କଳାକାର ଓ କ୍ରିକେଟରମାନେ ନାଚୁଥିବା ଦେଖିବାକୁ ମିଳିଛି। ଭିଡିଓର ୮ତମ ସେକେଣ୍ଡରେ ଧୋନି ମଧ୍ୟ ନିଜ ଚୁଟିକୁ ତଳକୁ କରି ବେଶ ଧୀରେ ସୁସ୍ଥେ ଡ୍ୟାନ୍ସ କରୁଛନ୍ତି। ଆଉ ଏକ ଭିଡିଓରେ ଧୋନି ନିଜର କିଛି ବନ୍ଧୁ ଓ ଈଶାନ କିଶନଙ୍କ ସହ ମଧ୍ୟ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଧୋନିଙ୍କ ବ୍ୟତୀତ ଶିଖର ଧୱନ ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅନନ୍ତଙ୍କ ବାହାଘରେ ଠୁମକା ଲଗାଇଛନ୍ତି। ପାଣ୍ତ୍ୟା ଷ୍ଟେଜ ଉପରେ ଅଭିନେତ୍ରୀ ଅନ୍ୟନ୍ୟା ପାଣ୍ଡେଙ୍କ ସହ ଡ୍ୟାନ୍ସ କରିଥିଲେ।
ବାହାଘର କାର୍ଯ୍ୟକ୍ରମରେ ସୂର୍ଯ୍ୟ କୁମାର ଯାଦବ, ଯଶପ୍ରୀତ ବୁମ୍ରା, କେଏଲ ରାହୁଲ, ଅଜିଙ୍କ୍ୟ ରାହାଣେ, ୟୁଜି ଚହଲ ଓ ଶ୍ରେୟସ ଆୟର ପ୍ରମୁଖ ସାମିଲ ହୋଇଥିଲେ।
ଅନନ୍ତ- ରାଧିକାଙ୍କ ବିବାହ ଉତ୍ସବରେ ରାଜନୀତିଠାରୁ ଆରମ୍ଭ କରି ସିନେମା, କ୍ରୀଡ଼ା, ସଙ୍ଗୀତ ଓ ବ୍ୟବସାୟ ଜଗତର ଅନେକ ବିଶିଷ୍ଟ ଚେହେରାଙ୍କୁ ଦେଖିବାକୁ ମିଳିଛି। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଡବ୍ଲୁଡବ୍ଲୁଇ ତାରକା ଜନ୍ ସିନା, ବଲିଉଡର ଅମିତାଭ ବଚ୍ଚନ ଓ ତାଙ୍କ ପରିବାର ସଦସ୍ୟ, ସଲମାନ୍ ଖାନ୍, ଶାହରୁଖ ଖାନ୍, ଗୌରୀ ଖାନ୍, ରଣବୀର କପୁର, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, ନିକ୍ ଜୋନାସ୍, ମାଧୁରୀ ଦିକ୍ଷୀତ, ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ମହେଶ ବାବୁ, କିମ୍ କର୍ଦାସିଆନ୍, ଆୟୁଷ ଶର୍ମାଙ୍କ ଭଳି ଚର୍ଚ୍ଚିତ ଚେହେରା ବିବାହରେ ଯୋଗ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Dhoni_1720871024.jpg)