Advertisment

କଣ୍ଟ୍ରୋଲ୍ କରିପାରିଲେନି, ଚଳନ୍ତା ଟ୍ରେନ୍‌ରେ ଯୁବତୀଙ୍କ ସହ ନାଚି ଫସିଗଲେ ହୋମ୍‌ଗାର୍ଡ

ସାଇବା ଭିଡିଓଟିକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଥିଲା।

Police

Police

Advertisment

ମୁମ୍ବାଇରେ ଏକ ଲୋକାଲ ଟ୍ରେନ୍‌ରେ ଜଣେ ଯୁବତୀଙ୍କ ସହିତ ନାଚି ଫସି ଯାଇଛନ୍ତି ଜଣେ ହୋମ୍‌ଗାର୍ଡ। ତାଙ୍କର ଏହି ଭିଡିଓଟି ଭାଇରାଲ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ମୁମ୍ବାଇ ଜିଆରପି। ଏହି ହୋମ୍‌ଗାର୍ଡଙ୍କ ନାଁ ଏସ୍‌ଏଫ୍ ଗୁପ୍ତା।

Advertisment

ଘଟଣାଟି ଘଟିଛି ଗତ ୬ ତାରିଖରେ। ଏକ ଲୋକାଲ ଟ୍ରେନ୍‌ର ମହିଳା କୋଚ୍‌ରେ ଏହି ଘଟଣା ଘଟିଥିଲା। ସୋଶାଲ ମିଡିଆର ପରିଚିତ ଚେହେରା ସାଇବା ଉକ୍ତ ଟ୍ରେନ୍‌ରେ ଏକ ଗୀତରେ ନୃତ୍ୟ କରୁଥିଲେ। ହୋମ୍‌ଗାର୍ଡ ଏସ୍‌ଏଫ୍ ଗୁପ୍ତା ସେଠାରେ ଛିଡ଼ା ହୋଇଥିଲେ। ଟ୍ରେନ୍‌ର ଦ୍ୱାର ଠାରୁ ଦୂରରେ ରହିବାକୁ ସେ ସାଇବାଙ୍କୁ ତାଗିଦ କରିଥିଲେ। କିନ୍ତୁ କିଛି ସମୟ ପରେ ଦେଖିବାକୁ ମିଳିଥିଲା ଯେ ହୋମ୍‌ଗାର୍ଡ ଏସ୍‌ଏଫ୍‌ ଗୁପ୍ତା ତାଙ୍କ ସହିତ ନାଚିଥିଲେ।

ସାଇବା ଭିଡିଓଟିକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଥିଲା। ତେବେ ଜଣେ ହୋମ୍‌ଗାର୍ଡ ୟୁନିଫର୍ମରେ ଥାଇ ଚଳନ୍ତା ଟ୍ରେନ୍‌ରେ ନାଚିବାକୁ କେହି ପସନ୍ଦ କରି ନଥିଲେ।

Advertisment

ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁମ୍ବାଇ ସେଣ୍ଟ୍ରାଲ ଡିଆରଏମ୍‌ ଆରପିଏଫ୍‌କୁ କହିଛନ୍ତି। ସେହିଭଳି ଜିଆରପି ମଧ୍ୟ ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇଛି। ୟୁନିଫର୍ମରେ ଥାଇ ଏମିତି ନୃତ୍ୟ କରିବା ଆଦୌ ଠିକ୍ ନୁହେଁ ବୋଲି ଜିଆରପି କହିଛି।

Mumbai Police Viral Vedio
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe