Advertisment

ଚଳନ୍ତା ସ୍କୁଟି ଉପରେ ରୋମାନ୍ସ, ଭିଡିଓ ଭାଇରାଲ

ଦମ୍ପତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

author-image
Madhupriya Mistry
Mumbai Couple Hugging on Scooty

Mumbai Couple Hugging on Scooty

ଚଳନ୍ତା ସ୍କୁଟି ଉପରେ ଚାଲିଛି ରୋମାନ୍ସ। ଜଣେ ଦମ୍ପତି ବିଚ୍‌ ରାସ୍ତାରେ ସ୍କୁଟି ଚଳାଇବା ସହ ଏହାଉପରେ ବସି କରୁଛନ୍ତି ପ୍ରେମ। ଚଳନ୍ତା ଗାଡି ଉପରେ ଷ୍ଟଣ୍ଟ ସାଙ୍ଗକୁ ଚାଲିଛି ରୋମାନ୍ସ। ନିକଟରେ ଏଭଳି ହିଁ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ମୁମ୍ବାଇର ଜଣେ ଦମ୍ପତି ଦ୍ରୁତ ଗତରେ ସ୍କୁଟ ଚଳାଇ ତା' ଉପରେ ବସି ରୋମାନ୍ସ କରୁଥିବା ନଜର ଆସିଛନ୍ତି। ସ୍କୁଟିରେ ଥିବା ମହିଳା ନିଜ ସାଙ୍ଗଙ୍କ ସାମ୍ନାରେ ବସିଛନ୍ତି। ଦୁହେଁ ପରସ୍ପରକୁ ଜୋରରେ ଆଲିଙ୍ଗନ କରିବା ସହ ଏକ ସଲ୍‌ ଘୋଡି ହୋଇଛନ୍ତି। ବ୍ୟସ୍ତବହୁଳ ରାସ୍ତାରେ ବିନା ହେଲମେଟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି। ଏହି ଭିଡିଓକୁ ବାନ୍ଦ୍ରା ବଜ୍‌ ସୋଶାଲ ମିଡିଆ ଆକାଉଣ୍ଟରୁ ସେୟାର କରାଯାଇଛି। ଯାହା ଏବେ ଜୋର୍‌ସୋର୍‌ରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଚାରିଆଡୁ ଏହାକୁ ବିରୋଧ କରାଯାଇଛି। ଅନେକ ଲୋକ ଦାୟିତ୍ୱହୀନ ଏବଂ ଅଶ୍ଳୀଳ ଆଚରଣ ପାଇଁ ଉଭୟଙ୍କୁ ସମାଲୋଚନା କରିଛନ୍ତି। ମୁମ୍ବାଇ ଟ୍ରାଫିକ ପୁଲିସ ଏଥିପ୍ରତି ଧ୍ୟାନ ଦେବା ସହ ଏହି ଦମ୍ପତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ତେବେ ଏହି ଦମ୍ପତି ଜଣକ କିଏ ଓ କେଉଁଠିକାର ସେ ନେଇ କିଛି ସୂଚନା ମିଳିନାହିଁ।

Advertisment

Mumbai Viral Video Traffic Police Couple On Scooty