Advertisment

ଡ୍ୟାନ୍ସ ଭିଡିଓରେ 'କୋଠା' କମେଣ୍ଟ; ପୁଲିସର ସହାୟତା ଲୋଡ଼ିଲେ ଯୁବତୀ

ଅଭିଯୋଗ କରିଥିବା ଯୁବତୀ ଜଣେ କୋରିଓଗ୍ରାଫର। ତାଙ୍କ ନାମ ଶୃତି ପରିଜା।

author-image
Debibandita Barick
ଅଦ୍ୟତନ ହୋଇଛି
Pratik Aryan & Shruti Parija

Pratik Aryan & Shruti Parija

ମୁମ୍ବାଇର ଜଣେ ଯୁବତୀ ତାଙ୍କ ଡ୍ୟାନ୍ସ ଭିଡିଓ ପୋଷ୍ଟରେ 'କୋଠା' (ବାରାଙ୍ଗନା ସହ ଜଡ଼ିତ ଶବ୍ଦ) କମେଣ୍ଟ କରିବାକୁ ନେଇ ପୁଲିସର ସାହାଯ୍ୟ ଲୋଡିଛନ୍ତି। ଏକ୍ସ ପୋଷ୍ଟରେ ମୁମ୍ବାଇ ପୁଲିସକୁ ଟ୍ୟାଗ୍ କରି ଜଣେ ସୋଶାଲ ମିଡିଆ ବ୍ୟବହାରକାରୀ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।

Advertisment

ଏହାକୁ ନେଇ ସେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସର ସହାୟତା ଲୋଡିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସମ୍ପୃକ୍ତ ଏକ୍ସ ୟୁଜରଙ୍କୁ ଭିଡିଓ ଡିଲିଟ୍ ପାଇଁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ସେ ଏପରି କରିନାହାନ୍ତି, ଏପରିକି ସେ ତାଙ୍କ ରିଟ୍ୱିଟର ସ୍କ୍ରିନଶର୍ଟ୍ସ ରଖିବେ ବୋଲି କହିଛନ୍ତି, ଯାହା ତାଙ୍କ ଇମେଜ୍ ଉପରେ କୁପ୍ରଭାବ ପକାଉଛି।

ମାମଲା ହେଉଛି ଯେ, ଅଭିଯୋଗ କରିଥିବା ଯୁବତୀ ଜଣେ କୋରିଓଗ୍ରାଫର। ତାଙ୍କ ନାମ ଶୃତି ପରିଜା। ସେ ପ୍ରତୀକ ଆର୍ଯ୍ୟନ ନାମକ ଜଣେ ସୋଶାଲ ମିଡିଆ ୟୁଜରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ପ୍ରତୀକ ଏକ କଲେଜ ଫେଷ୍ଟରେ ଶୃତି ଡ୍ୟାନ୍ସ କରିଥିବା ଭିଡିଓ ଉପରେ କମେଣ୍ଟ କରିବା ପରେ ଏହି ବିବାଦ ଉପୁଜିଥିଲା।

Advertisment

ପ୍ରତୀକ ଏହି ଡ୍ୟାନ୍ସ ଭିଡିଓରେ କମେଣ୍ଟ କରି କହିଥିଲେ, ଭାରତୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ 'ସାଂସ୍କୃତିକ କାର୍ଯ୍ୟକ୍ରମ୍' (କଲ୍ଚୁରାଲ ପ୍ରୋଗ୍ରାମ) ଏବଂ ପାରମ୍ପାରିକ ତଥା ଆଞ୍ଚଳିକ ସଂସ୍କୃତି ଉପରେ ଆଧାରିତ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜଣାଶୁଣା, କିନ୍ତୁ ବର୍ତ୍ତମାନ ଏହା ଏକ 'କୋଠା'ରେ ପରିଣତ ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ନାମରେ ଆଇଟମ୍ ଗୀତରେ ନାଚିବାକୁ ଏବେ ସାଂସ୍କୃତିକ କାର୍ଯ୍ୟକ୍ରମ ବୋଲି କୁହାଯାଉଛି।

ଏବେ ଭାରତର ଶିକ୍ଷା ବ୍ୟବସ୍ଥା ସହ ସାଂସ୍କୃତିକ ବ୍ୟବସ୍ଥା ବିପଦରେ ପଡିଛି। ଆଶ୍ଚର୍ଯ୍ୟକର ଭାବେ ବର୍ତ୍ତମାନର ଯୁବପିଢି ଏବଂ ଶିକ୍ଷାନୁଷ୍ଠାନରେ ଏପରି ଅବନ୍ନତି ଘଟିଛି। ପ୍ରତୀକ ଫେବ୍ରୁଆରୀରେ ୧୩ରେ ଏହା ଲେଖିଥିଲେ। ଏହାର ଦୁଇ ଦିନ ପରେ, ଶୃତି ଏହି ପୋଷ୍ଟ ଉପରେ ମନ୍ତବ୍ୟ ରଖିଥିଲେ, ଯେଉଁଥିରେ ବର୍ତ୍ତମାନ ୨୫ ଲକ୍ଷରୁ ଅଧିକ ଭ୍ୟୁ ହୋଇଛି।

ପ୍ରତିକ୍ରିୟା ରଖି ଶୃତି ପରିଜା କହିଥିଲେ, "ମୁଁ ଜଣେ ଝିଅ, ମୋ ବିନା ଅନୁମତିରେ ଭିଡିଓ ରିପୋଷ୍ଟ କରାଯାଇଛି। ଦୟାକରି ଏହାକୁ ହଟାଇ ଦିଅନ୍ତୁ। ମୁଁ ସେ କଲେଜର ଛାତ୍ରୀ ନୁହେଁ, ବାସ୍ତବରେ ମୁଁ ଜଣେ ପେସାଦାର କୋରିଅଗ୍ରାଫର। ମୁଁ ସେଠାରେ ବିଚାରକ ଥିଲି। ଛାତ୍ର, ଦର୍ଶକ ଏବଂ ଅଡିଟୋରିୟମର ସମସ୍ତେ ମୋତେ ଏହି ଟ୍ରାକରେ ଆକ୍ଟ କରିବାକୁ ଅନୁରୋଧ କରିଥିଲେ।"

କେଉଁଟା ଠିକ୍ ଆଉ କେଉଁଟା ଭୁଲ୍, ସେ ଉପରେ ମନ୍ତବ୍ୟ ଦେବା ପାଇଁ ଆପଣଙ୍କର ଅଧିକାର ଅଛି, କିନ୍ତୁ ମୋତେ ବଦନାମ କରିବାକୁ କୌଣସି ଅଧିକାର ନାହିଁ, ଯିଏକି ଉକ୍ତ କଲେଜ ସହ ଜଡିତ ହିଁ ନୁହଁ।

ଏହାପରେ ପ୍ରତୀକ ଉତ୍ତରରେ କହିଥିଲେ, ମୁଁ ଦେଶର ଶିକ୍ଷାନୁଷ୍ଠାନ ବାବଦରେ କହିଛି। ଆପଣଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ। ପୋଷ୍ଟରେ କେଉଁଠାରେ ବି ଆପଣଙ୍କୁ ଇଙ୍ଗିତ କରିନାହିଁ। ଆପଣଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନୁହେଁ। ଆପଣଙ୍କ ଭିଡିଓ ପୋଷ୍ଟ କରିଥିବା କଲେଜ ସିଷ୍ଟମ ଉପରେ ମୋର ସାଧାରଣ ମତ ଶେଆର୍ କରିଛି। ଦୟାକରି ମୂଳ ଟ୍ୱିଟ୍ ପଢନ୍ତୁ, ବିଚାର କରନ୍ତୁ ଏବଂ ଆପଣଙ୍କ ବିଷୟରେ କିଛି ଭୁଲ କହିଛି କି ନାହିଁ ତାହା ବିଚାର କରନ୍ତୁ। 

ଏହି ପୋଷ୍ଟକୁ ଡିଲିଟ୍ କରିବେ ନାହିଁ ବୋଲି ପ୍ରତୀକ ସିଧାସିଧା ମନା କରିଦେଇଥିଲେ। ଏହା ପରେ ଶୃତି ପରିଜା ମୁମ୍ବାଇ ପୁଲିସର ଏକ୍ସ ହ୍ୟାଣ୍ଡେଲକୁ ଟ୍ୟାଗ୍ କରି ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ମୁମ୍ବାଇ ପୁଲିସ ପୋଷ୍ଟରେ ଜବାବ ରଖି ମାମଲା ବାବଦରେ ଶୃତିଙ୍କଠାରୁ ସବିଶେଷ ତଥ୍ୟ ନେଇଛି। 

Mumbai Police Mumbai Woman Social Media Post Viral Post