/odisha-reporter/media/post_attachments/uploadimage/library/16_9/16_9_0/NEET_1723458179.jpg)
NEET
ପରୀକ୍ଷା କେନ୍ଦ୍ର ସାମ୍ନାରେ ଜଣେ ଛାତ୍ରୀ ଚିତ୍କାର କରି କାନ୍ଦୁ ଥିବାରୁ ଭିଡିଓ ସାମ୍ନାକୁ ଆସିଛି। ସେ ପରୀକ୍ଷା କେନ୍ଦ୍ରକୁ ଯିବାକୁ ଅନୁରୋଧ କରୁଥିଲେ ହେଁ ତାଙ୍କ କଥାକୁ କେହି ବି ଖାତିର କରୁ ନାହାନ୍ତି। ଛାତ୍ରୀ ଜଣଙ୍କ ନିଟ୍ ପିଜି ପରୀକ୍ଷା ଦେବାକୁ ଆସିଥିଲେ। ହେଲେ ଦୁଇଟି ବିଳମ୍ବ ହୋଇଯିବାରୁ ତାଙ୍କୁ ପରୀକ୍ଷା ଦେଖାକୁ ଅନୁମତି ମିଳି ନଥିଲା।
ଏଥିପାଇଁ ସେ ପରୀକ୍ଷା କେନ୍ଦ୍ରର ଗେଟ ବାହାରେ ଚିତ୍କାର କରି କାନ୍ଦିବାକୁ ଲାଗିଥିଲେ। ତଥାପି ତାଙ୍କ କଥା କେହି ବି ଶୁଣି ନଥିଲେ। ଛାତ୍ରୀଙ୍କ ସହ ଆସିଥିବା ତାଙ୍କ ଅଭିଭାବକମାନେ ମଧ୍ୟ କାନ୍ଦ ବୋବାଳି କରି ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ମାଗିଥିଲେ। ହେଲେ କିଛି ବି ଲାଭ ମିଳିନାହିଁ।
ଘଟଣା ବେଳର ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ଛାତ୍ରୀଙ୍କୁ ସମର୍ଥନ କରିଥିବା ବେଳେ ଆଉ କିଛି ନିୟମର ଦ୍ୱାହି ଦେଇଛନ୍ତି। କିଛି ଲୋକ କହିଛନ୍ତି ଯେ ମାତ୍ର ୨ ମିନିଟ ବିଳମ୍ବ ଆଦୌ ବଡ଼ କଥା ନୁହେଁ। ପିଲାଟିକୁ ପରୀକ୍ଷା କେନ୍ଦ୍ରକୁ ଛାଡ଼ିବାକୁ ଅନୁମତି ମିଳିବା ଦରକାର। ଆଉ କିଛି ଲୋକଙ୍କ ମତ ହେଲା ନିୟମକୁ ସମସ୍ତେ ପାଳନ କରିବା ଦରକାର। ଅନୁମତି ନ ଦେବା ଉଚିତ ପଦକ୍ଷେପ।
CHAOS AT NEET PG CENTRE
A PG aspirant's dream got shattered as she wasn't allowed to enter the exam centre,the gate closing time was 8:30 but girl arrived at 8:32 was refused to enter the exam due to her misunderstanding about the entry gate which was not mentioned. #NEETPG2024pic.twitter.com/sIPRHVx1hu— Suraj P B (@SurajPB5) August 11, 2024
ଘଟଣା ବେଳର ତାରିଖ ଓ ସ୍ଥାନ ସମ୍ପର୍କରେ ଜଣାପଡ଼ିନାହିଁ। କିନ୍ତୁ ଭିଡିଓକୁ ଏକ୍ସରେ ‘SurajPB5’ ନାମକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଭିଡିଓରେ କୁହାଯାଇଛି ଯେ ପରୀକ୍ଷା କେନ୍ଦ୍ରର ଗେଟ ସକାଳ ୮.୩୦ରେ ବନ୍ଦ ହୋଇଥିଲା।
ଛାତ୍ରୀ ଜଣଙ୍କ ୮.୩୨ରେ ଆସିଥିଲେ। ସେ ଏଣ୍ଟ୍ରୀ ଗେଟ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବାରୁ ବିଳମ୍ବ ହୋଇଥିଲା। ଏହି ଭିଡିଓକୁ ଅନେକ ଲୋକ ଶେୟାର କରି ନିଜର ମତାମତ ଦେବାରେ ଲାଗିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
