Advertisment

ଇଂରାଜୀ ଉଚ୍ଚାରଣର କଳା ଶିଖାଇ ଚର୍ଚ୍ଚାରେ ଓଡ଼ିଆ ପୁଅ, ଭାଇରାଲ୍ ହେଉଛି ଭିଡିଓ

ଓଡ଼ିଶାର ୨୧ ବର୍ଷ ବୟସ୍କ ଧୀରଜ ଟକ୍ରୀ। ଗୀତ ଗାଇ କିମ୍ବା ନାଚିକି ନୁହେଁ ଲୋକଙ୍କୁ ଇଂରାଜୀ ଜ୍ଞାନ ଦେଇ ଚର୍ଚ୍ଚାରେ ଅଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Dhiraj Takri

Dhiraj Takri

ସୋଶାଲ ମିଡିଆ କେତେବେଳେ କାହାକୁ ବି ଷ୍ଟାର୍ ବନାଇ ଦେଉଛି। ଏହି ଷ୍ଟାର୍ ତାଲିକାରେ ଯୋଡ଼ି ହୋଇଛନ୍ତି ଓଡ଼ିଶାର ୨୧ ବର୍ଷ ବୟସ୍କ ଧୀରଜ ଟକ୍ରୀ। ଗୀତ ଗାଇ କିମ୍ବା ନାଚିକି ନୁହେଁ, ଲୋକଙ୍କୁ ଇଂରାଜୀ ଜ୍ଞାନ ଦେଇ ଚର୍ଚ୍ଚାରେ ଅଛନ୍ତି ଧୀରଜ।

Advertisment

ଧୀରଜ ଏପରି ମଜାଳିଆ ଢଙ୍ଗରେ ବିଦେଶୀଙ୍କ ଭଳି ଇଂରାଜୀ ଉଚ୍ଚାରଣର କଳା ଶିଖାଉଛନ୍ତି, ଯାହାକୁ ଲକ୍ଷ ଲକ୍ଷ ନେଟିଜେନ୍ସ ପସନ୍ଦ କରୁଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ୍ ହେବା ପରେ ସେ ଲୋକ ଲୋଚନକୁ ଆସିଛନ୍ତି।

Advertisment

ଧୀରଜ ଏହି ଭିଡିଓରେ କିପରି ବିଦେଶୀ ବା ପେସାଦାରଙ୍କ ଭଳି ଇଂରାଜୀ ଉଚ୍ଚାରଣ କରିବେ ତାହା କହୁଛନ୍ତି, ଯାହା ବେଶ୍ ମଜାଳିଆ ଏବଂ ୟୁନିକ୍ ମଧ୍ୟ। ଏହି ଭିଡିଓ ଏକ୍ସରେ ଖୁବ୍ ଭାଇରାଲ୍ ହୋଇଛି। ଅନେକ ସୋଶାଲ ମିଡିଆ ୟୁଜର୍ ତାଙ୍କୁ ପ୍ରଶଂସା କରିବା ସହ ତାଙ୍କର ୟୁନିକ୍ ଅନ୍ଦାଜକୁ ପସନ୍ଦ କରିଛନ୍ତି। 

ଇନଷ୍ଟାଗ୍ରାମରେ ଧୀରଜଙ୍କର ୯ ଲକ୍ଷରୁ ଅଧିକ ଫୋଲର୍ସ ଅଛନ୍ତି। ତାଙ୍କ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ୯୪ଟି ଭିଡିଓ ମଧ୍ୟରୁ ଅଧିକାଂଶ ଭିଡିଓ ଏକ ଲକ୍ଷରୁ ଅଧିକ ଭ୍ୟୁରେ ପହଞ୍ଚି ପାରିଛି। 

Viral Video Internet Sensation Dhiraj Takri Eng-Fluencer Viral Boy Odisha Viral Boy