Advertisment

କେନ୍ଦ୍ରମନ୍ତ୍ରୀଙ୍କ ଜୋତା ଖୋଲିଲେ, ପ୍ୟାଣ୍ଟ ସଜାଡ଼ି ଦେଲେ ସରକାରୀ ବାବୁ: ଭିଡିଓ ଭାଇରାଲ୍‌

କେନ୍ଦ୍ରମନ୍ତ୍ରୀଙ୍କ ଜୋତା ଖୋଲିବା ସହ ତାଙ୍କ ପାଇଜାମା ସଜାଡ଼ୁଛନ୍ତି ଜଣେ ସରକାରୀ ବାବୁ।

author-image
Hemant Lenka
BCCL

BCCL

କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ସରକାରୀ ବାବୁଙ୍କ ପ୍ରେମ। ଭାଇରାଲ ହେଉଛି ଭିଡିଓ। କେନ୍ଦ୍ରମନ୍ତ୍ରୀଙ୍କ ଜୋତା ଖୋଲିବା ସହ ତାଙ୍କ ପାଇଜାମା ସଜାଡ଼ୁଛନ୍ତି ଜଣେ ସରକାରୀ ବାବୁ। କେନ୍ଦ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଝାରଖଣ୍ଡ ଗସ୍ତ କରିଥିବା ବେଳେ ଏଭଳି ଘଟଣା ଘଟିଛି।

Advertisment

ଭାରତ କୁକିଂ କୋଲ ଲିଃ (ବିସିସିଏଲ)ର ଜେନେରାଲ ମ୍ୟାନେଜର ଅରିନ୍ଦମ ମୁସ୍ତାଫି ସର୍ବସମ୍ମୁଖରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ଥିବା ତାଙ୍କର ପ୍ରୀତିକୁ ପ୍ରଦର୍ଶିତ କରିଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ ବିବାଦ ସୃଷ୍ଟି ହୋଇଛି।

ନିକଟରେ ଝାଣ୍ଡର ଧାନବାଦରେ ଥିବା କୋଇଲା ଖଣିର ତଦାରଖ ପାଇଁ ଯାଇଥିଲେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ସତୀଶ ଦୁବେ। ଏହି ସମୟରେ ଜିଏମ ଅରିନ୍ଦମ ସୋଫାରେ ବସି ଆରାମ କରୁଥିବା କେନ୍ଦ୍ରମନ୍ତ୍ରୀଙ୍କ ସତୀଶଙ୍କ ଜୋତା ଖୋଲିବାରେ ସହାୟତା କରିଥିଲେ। ତାଙ୍କ ଗୋଡ଼ ପାଖରୁ ନିଜ ହାତରେ ଜୋତାକୁ ବାହାରକୁ ଆଣିଥିଲେ। ସେହିପରି କୋଇଲା ଖଣି ବୁଲିବା ବେଳେ ସୀତୀଶଙ୍କ ପାଇଜାମାକୁ ମଧ୍ୟ ଅରିନ୍ଦମ ସଜାଡ଼ି ଦେଉଥିବା ବେଳର ଭିଡିଓ ସାମ୍ନାକୁ ଆସିଛି।

Advertisment

ଭଡିଓ ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ଏହାକୁ ଲଜ୍ଜାଜନକ ବୋଲି କହିଛି। ଏଥିସହ ବିସିସିଏଲ ଅଧିକାରୀମାନେ କେନ୍ଦ୍ରମନ୍ତ୍ରୀଙ୍କ ସେବା କରି ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବାକୁ ଚାହୁଁଥିବା ଦଳ ଅଭିଯୋଗ କରିଛି।

ଧନବାଦ ଜିଲ୍ଲା କଂଗ୍ରେସ କମିଟି ସଭାପତି ସନ୍ତୋଷ ସିଂହ କହିଛନ୍ତି, “ଯଦି ଜଣେ ଜିଏମ କେନ୍ଦ୍ରମନ୍ତ୍ରୀଙ୍କ ପାଦରୁ ଜୋତା ଖୋଲି ଦେଉଛନ୍ତି, ତା’ହେଲେ ଏହା ଠାରୁ ଲଜ୍ଜାଜନକ କିଛି ହୋଇ ନପାରେ। ଜିଏମଙ୍କୁ ନିଶ୍ଚିତ ଭାବେ ବିସିସିଏଲର ମୁଖ୍ୟ ଏମଡି କରିଦେବା କଥା। ଏପରି ବିସିସିଏଲ ଅଧିକାରୀମାନେ ଦୁର୍ନୀତିରେ ସାମିଲ ରହୁଛନ୍ତି ଓ ଏହାକୁ ଲୁଚାଇବା ପାଇଁ ମନ୍ତ୍ରୀଙ୍କ ପାଦୁଆ ପୂଜା କରୁଛନ୍ତି।”

Viral Video Jharkhand