ଇନସପେକସନ ଡ୍ୟୁଟିରେ ଯାଇଥିବା ମୁଖ୍ୟଯନ୍ତ୍ରୀଙ୍କ ସହ ଘଟିଲା ଅଘଟଣ। ଲଗାଣ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଥିବା ଗୋଟିଏ ବନ୍ଧର ଯାଞ୍ଚ କରୁଥିବା ବେଳେ ନଦୀରେ ଭାସିଗଲେ ମୁଖ୍ୟଯନ୍ତ୍ରୀ। ତେବେ ସେ ଲାଇଫ ଜ୍ୟାକେଟ ପିନ୍ଧିଥିବାରୁ ଓ ଉଦ୍ଧାରକାରୀ ଟିମର ସତର୍କତା ଯୋଗୁ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବିହାରର ଭାଗଲପୁର ଜିଲ୍ଲାରେ ଥିବା ଗଙ୍ଗା ନଦୀରେ ଏପରି ଘଟଣା ଘଟିଛି।
ମୁଖ୍ୟମନ୍ତ୍ରୀ ଭାଗଲପୁରର ନୌଗାଚିଆ ସବଡିଭିଜନରେ ଥିବା ଇସ୍ମାଇଲପୁର ବିନ୍ଦଟୋଲିରେ ଭୁଶୁଡ଼ି ପଡ଼ିଥିବା ଗୋଟିଏ ବନ୍ଧର ଯାଞ୍ଚ ପାଇଁ ଯାଇଥିଲେ। ସେ ଡ୍ୟୁଟିରେ ଥିବା ବେଳେ ଗଙ୍ଗା ନଦୀରେ ଖସି ପଡ଼ିଥିଲେ। ପ୍ରଖର ସ୍ରୋତ ଯୋଗୁ ସେ ଭାସି ଯାଉଥିବା ଭିଡିଓରେ ଦେଖିବାକୁ ମିଳୁଛି।
ତେବେ ତାଙ୍କ ନିକଟରେ ଉପସ୍ଥିତ ଥିବା ଏସଡିଆରଏଫ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପାଣିରେ ପଡ଼ି ଆଉଟ ପାଉଟ ହେଉଥିବା ମୁଖ୍ୟ ଯନ୍ତ୍ରୀ ଲାଇଫ ସେଭିଂ ଜ୍ୟାକେଟ ପିନ୍ଧିଥିଲେ। ତଥାପି ସେ ସ୍ରୋତରେ ଭାସିବା ଆରମ୍ଭ କରିଥିଲେ। ଏହା ଦେଖି ଉଦ୍ଧାରକାରୀ ଟିମ ତାଙ୍କୁ ବ୍ୟସ୍ତ ନ ହେବାକୁ କହିଥିଲେ। ସାର ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ପୂରା ଆରମରେ ରୁହନ୍ତୁ ବୋଲି ଜଣେ ଉଦ୍ଧାରକାରୀ ଟିମର ସଦସ୍ୟ କହୁଥିବା ଶୁଣିବାକୁ ମିଳୁଛି।
Bihar: While inspecting a collapsed embankment in Bhagalpur, Katihar's Chief Engineer was swept away by the Ganga River. The SDRF team quickly rescued him, and he is safe pic.twitter.com/3sFj7bJRIE
— IANS (@ians_india) August 24, 2024
ଡଙ୍ଗାରେ ଥିବା ଜଣେ ଏସଡିଆରଏଫ ଅଧିକାରୀ ସ୍ପିଡ କମ କରିବା ସହ ୟୁ-ଟର୍ଣ୍ଣ ନେବାକୁ କହୁଛନ୍ତି। ଶେଷରେ ରଶି ଦ୍ୱାରା ମୁଖ୍ୟଯନ୍ତ୍ରୀଙ୍କୁ ପାଣିରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଏବେ ବିହାରରେ ଲଗାଣ ବର୍ଷା ହେଉଛି। ଏଥିଯୋଗୁ ଅଧିକାଂଶ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।