Advertisment

ଭୁଶୁଡ଼ି ଥିବା ବନ୍ଧର ଯାଞ୍ଚ କରୁଥିବା ବେଳେ ଗଙ୍ଗାରେ ଭାସିଗଲେ ମୁଖ୍ୟଯନ୍ତ୍ରୀ, ଦେଖନ୍ତୁ ଭିଡିଓ

ପାଣିରେ ପଡ଼ି ଆଉଟ ପାଉଟ ହେଉଥିବା ମୁଖ୍ୟ ଯନ୍ତ୍ରୀ ଲାଇଫ ସେଭିଂ ଜ୍ୟାକେଟ ପିନ୍ଧିଥିଲେ।

Bihar

Bihar

Advertisment

ଇନସପେକସନ ଡ୍ୟୁଟିରେ ଯାଇଥିବା ମୁଖ୍ୟଯନ୍ତ୍ରୀଙ୍କ ସହ ଘଟିଲା ଅଘଟଣ। ଲଗାଣ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଥିବା ଗୋଟିଏ ବନ୍ଧର ଯାଞ୍ଚ କରୁଥିବା ବେଳେ ନଦୀରେ ଭାସିଗଲେ ମୁଖ୍ୟଯନ୍ତ୍ରୀ। ତେବେ ସେ ଲାଇଫ ଜ୍ୟାକେଟ ପିନ୍ଧିଥିବାରୁ ଓ ଉଦ୍ଧାରକାରୀ ଟିମର ସତର୍କତା ଯୋଗୁ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବିହାରର ଭାଗଲପୁର ଜିଲ୍ଲାରେ ଥିବା ଗଙ୍ଗା ନଦୀରେ ଏପରି ଘଟଣା ଘଟିଛି।

Advertisment

ମୁଖ୍ୟମନ୍ତ୍ରୀ ଭାଗଲପୁରର ନୌଗାଚିଆ ସବଡିଭିଜନରେ ଥିବା ଇସ୍ମାଇଲପୁର ବିନ୍ଦଟୋଲିରେ ଭୁଶୁଡ଼ି ପଡ଼ିଥିବା ଗୋଟିଏ ବନ୍ଧର ଯାଞ୍ଚ ପାଇଁ ଯାଇଥିଲେ। ସେ ଡ୍ୟୁଟିରେ ଥିବା ବେଳେ ଗଙ୍ଗା ନଦୀରେ ଖସି ପଡ଼ିଥିଲେ। ପ୍ରଖର ସ୍ରୋତ ଯୋଗୁ ସେ ଭାସି ଯାଉଥିବା ଭିଡିଓରେ ଦେଖିବାକୁ ମିଳୁଛି।

ତେବେ ତାଙ୍କ ନିକଟରେ ଉପସ୍ଥିତ ଥିବା ଏସଡିଆରଏଫ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପାଣିରେ ପଡ଼ି ଆଉଟ ପାଉଟ ହେଉଥିବା ମୁଖ୍ୟ ଯନ୍ତ୍ରୀ ଲାଇଫ ସେଭିଂ ଜ୍ୟାକେଟ ପିନ୍ଧିଥିଲେ। ତଥାପି ସେ ସ୍ରୋତରେ ଭାସିବା ଆରମ୍ଭ କରିଥିଲେ। ଏହା ଦେଖି ଉଦ୍ଧାରକାରୀ ଟିମ ତାଙ୍କୁ ବ୍ୟସ୍ତ ନ ହେବାକୁ କହିଥିଲେ। ସାର ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ପୂରା ଆରମରେ ରୁହନ୍ତୁ ବୋଲି ଜଣେ ଉଦ୍ଧାରକାରୀ ଟିମର ସଦସ୍ୟ କହୁଥିବା ଶୁଣିବାକୁ ମିଳୁଛି।

Advertisment

ଡଙ୍ଗାରେ ଥିବା ଜଣେ ଏସଡିଆରଏଫ ଅଧିକାରୀ ସ୍ପିଡ କମ କରିବା ସହ ୟୁ-ଟର୍ଣ୍ଣ ନେବାକୁ କହୁଛନ୍ତି। ଶେଷରେ ରଶି ଦ୍ୱାରା ମୁଖ୍ୟଯନ୍ତ୍ରୀଙ୍କୁ ପାଣିରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଏବେ ବିହାରରେ ଲଗାଣ ବର୍ଷା ହେଉଛି। ଏଥିଯୋଗୁ ଅଧିକାଂଶ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି।

Viral Video Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe