Advertisment

ଶୋ' ରୁମ୍‌ ସାମ୍ନାରେ ହୁ ହୁ ହୋଇ ଜଳିଗଲା OLA ସ୍କୁଟର୍‌, ଲୋକେ କହିଲେ…

ପେଟ୍ରୋଲ ବଦଳରେ ଏହି ଇ-ସ୍କୁଟରକୁ କିଣିବାକୁ ଭଲ ପାଉଥିବା ଲୋକେ ଏବେ ଏହାକୁ ନେଇ ଅଛନ୍ତି ନାଖୁସ।

ଅଦ୍ୟତନ ହୋଇଛି
OLA Scooter

OLA Scooter

Advertisment

ପୁଣି ଚର୍ଚ୍ଚାରେ OLA ସ୍କୁଟର୍‌। ପେଟ୍ରୋଲ ବଦଳରେ ଏହି ଇ-ସ୍କୁଟରକୁ କିଣିବାକୁ ଭଲ ପାଉଥିବା ଲୋକେ ଏବେ ଏହାକୁ ନେଇ ଅଛନ୍ତି ନାଖୁସ। କେତେବେଳେ ଏହା ଜଳି ଯାଉଛି ତ ଆଉ କେତେବେଳେ ଚାର୍ଜିଂ ବେଳେ ଏହାର ବ୍ୟାଟେରୀ ଫାଟି ଯାଉଛି। ସ୍କୁଟରକୁ ନେଇ ନିକଟରେ ଏଭଳି ଅନେକ ଅଭିଯୋଗ ଆସିଛି। ଏବେ ଏହି ଇ-ସ୍କୁଟରକୁ ନେଇ ଏକ ତାଜା ଘଟଣା ସାମ୍ନାକୁ ଆସିଛି। ଶୋ' ରୁମ୍‌ ସାମ୍ନାରେ ହିଁ ହୁ ହୁ ହୋଇ ଜଳି ଯାଇଛି OLA ଇ-ସ୍କୁଟର୍‌।

Advertisment

ବେଙ୍ଗାଲୁରୁର ଏକ ଶୋ' ରୁମ୍‌ରେ ବାହାରେ ଏଭଳି କଛି ଦୃଶ୍ୟ ଦେଖିବାକୁ ମିଳିଛି। ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଏହି ପୂରା ଘଟଣାର ଭିଡିଓକୁ ଶେୟାର କରାଯାଇଛି। ଯେଉଁଥିରେ ଶୋ' ରୁମ୍‌ ସାମ୍ନାରେ ହିଁ ଠିଆ ହୋଇଥିବା ଓଲା କମ୍ପାନୀର ସ୍କୁଟରରେ ହଠାତ୍‌ ନିଆଁ ଲାଗିଯାଉଥିବା ଦେଖିବାକୁ ମିଳିଛି। ଦେଖୁ ଦେଖୁ ଏହା ପୂରା ସ୍କୁଟରକୁ ବ୍ୟାପି ଯାଉଛି। ଏହି ଦୃଶ୍ୟକୁ ଦେଖି ସ୍ଥାନୀୟ ଲୋକେ ଛାନିଆ ହୋଇ ପଡିଛନ୍ତି।

ବେଙ୍ଗାଲୁରୁର ବିଟିଏମ୍‌ ଲେଆଉଟ୍ ଅଞ୍ଚଳରେ ଥିବା ଜୟଦେବ ହସ୍ପିଟାଲ ନିକଟରେ ଘଟିଛି ଏହି ଘଟଣା। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ କମ୍ପାନୀକୁ ଜୋରଦାର ଟ୍ରୋଲ କରିଛନ୍ତି। ଏହି ଭିଡିଓରେ ଅନେକ ୟୁଜର୍ସ ମଜାଦାର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ ୟୁଜର୍ସ ଏହାକୁ OLAର ଦିଓ୍ୱାଲି ପାର୍ଟି କହିଥିବା ବେଳେ ଆଉ ଜଣେ ଏହାକୁ ଦିଓ୍ୱାଲି ଧମାକା ବୋଲି କହିଛନ୍ତି।

Advertisment

କହିରଖୁ ଯେ, ଏହା ପୂର୍ବରୁ OLA ସ୍କୁଟର୍‌ରେ ନିଆଁ ଲାଗିବାର ଅନେକ ମାମଲା ସାମ୍ନାକୁ ଆସି ସାରିଛି। ନିକଟରେ କେଳର ଥିରୁବନ୍ତପୁରମରେ ମଧ୍ୟ OLA ସ୍କୁଟରରେ ନିଆଁ ଲାଗିବା ମାମଲା ସାମ୍ନାକୁ ଆସିଥିଲା। ଜଣେ ଛାତ୍ର ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖରାପ ପ୍ରଡକ୍ଟ ଓ ସର୍ଭିସକୁ ନେଇ ମଧ୍ୟ କମ୍ପାନୀ ବିରୋଧରେ ଗ୍ରାହକ ଅଭିଯୋଗ ଆଣି ସାରିଛନ୍ତି।

Viral Video Bengaluru OLA Scooter Catches Fire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe