/odisha-reporter/media/post_attachments/uploadimage/library/16_9/16_9_0/GYM_1751532745.jpg)
GYM
ପୁଣି ଗୋଟିଏ ଅଚାନକ ମୃତ୍ୟୁ। ଦେଶରେ ହଠାତ୍ ମୃତ୍ୟୁ ଘଟଣା ବଢ଼ି ଚାଲିଛି। ଅଚାନକ ଟଳି ପଡ଼ିବାର ଗୋଟିଏ ପରେ ଗୋଟିଏ ବିଚଳିତ କରିବା ଭଳି ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି। ଏହିକ୍ରମରେ ଫରିଦାବାଦର ଗୋଟିଏ ଜିମରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ୱାର୍କ ଆଉଟ କରୁଥିବା ବେଳେ ହୃଦଘାତରେ ପ୍ରାଣ ହରାଇଛନ୍ତି। ଘଟଣାଟି ମଙ୍ଗଳବାର ସକାଳେ ଘଟିଥିଲା। ପଙ୍କଜ ନାମକ ବ୍ୟକ୍ତି ନିଜ ଟ୍ରାଇସେପ୍ସ ବୃଦ୍ଧି ପାଇଁ ଡମ୍ବଲ୍ସ ମାରୁଥିବା ବେଳେ ହଠାତ୍ ଆର୍ଟ ଆଟାକର ଶିକାର ହୋଇ ପ୍ରାଣ ହରାଇଛନ୍ତି।
ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ ପଙ୍କଜ ସକାଳ ପ୍ରାୟ ୧୦ଟା ବେଳେ ଫରିଦାବାଦର ସେକ୍ଟର ୮ ସ୍ଥିତ ସରୌତ ଜିମ ଓ ୱେଲନେସ କ୍ଲବକୁ ଆସିଥିଲେ। ଆଉ ଏକ ଫୁଟେଜରେ ଦେଖାଯାଉଛି ଯେ ଦିନ ପ୍ରାୟ ୧୦.୨୦ରେ ପଙ୍କଜ ନିଜ କାନ୍ଧ ପାଇଁ ବ୍ୟାୟାମ କରୁଛନ୍ତି। ଏହାର କିଛି ମିନିଟ ପରେ ସେ ନିଜର ଟ୍ରାଇସେପ୍ସ ବୃଦ୍ଧି ପାଇଁ ଡମ୍ବଲ୍ସର ବ୍ୟବହାର କରିଥିଲେ। ବାସ୍ ସେ ୨ ମିନିଟ ଧରି ଟ୍ରାଇସେପ୍ସ ମାରୁଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ଜିମ ଚଟାଣରେ ଟଳି ପଡ଼ିଥିଲେ।
ଏହା ଦେଖି ଜିମର ଅନ୍ୟମାନେ ପଙ୍କଜଙ୍କ ପାଖକୁ ଦୌଡ଼ିଥିଲେ। ସେମାନେ ତାଙ୍କ ମୁହଁରେ ପାଣି ପକାଇ ଉଠାଇବାକୁ ଚେଷ୍ଟା କରିଥିଲେ। ଗୋଟିଏ ଡାକ୍ତରୀ ଟିମ ଓ ଆମ୍ବୁଲାନ୍ସ ପହଞ୍ଚିଥିଲା। ତୁରନ୍ତ ପଙ୍କଜଙ୍କୁ ସ୍ଥାନୀୟ ଘରୋଇ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
हरियाणा के फरीदाबाद में एक्सरसाइज के दौरान GYM में युवक को आया हार्ट अटैक
- घटना के तुरंत बाद युवक की मौके पर ही हुई मौत
- पूरी घटना GYM में लगे CCTV में हुई कैद...#Haryana#Faridabad#HeartAttack#GYM#CCTV#LatestUpdates#ViralVideo#Nedricknewspic.twitter.com/OuYNj0107i— Nedrick News (@nedricknews) July 3, 2025
ପ୍ରାଥମିକ ତଦନ୍ତରୁ ପଙ୍କଜ ହୃଦଘାତରେ ପ୍ରାଣ ହରାଇଥିବା ଜଣାପଡ଼ିଛି। କିନ୍ତୁ ବିକେ ହସ୍ପିଟାଲରେ ବ୍ୟବଚ୍ଛେଦ ହେବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ପଙ୍କଜ ଜଣେ ବ୍ୟବସାୟୀ ଓ ସେ ୫ ମାସ ହେଲେ ଜିମ ଯାଉଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
