Advertisment

ବାଘ ସହ ବେଧଡ଼କ ବୁଲୁଛି କୁନି ପୁଅ, ଭିଡିଓ ଭାଇରାଲ୍‌

ଏକ ବନ୍ଧା ଯାଇଥିବା ବାଘର ଚେନ୍‌ ଧରି କୁନି ପୁଅଟି ବୁଲାଉଥିବାର ଦେଖିବାକୁ ମିଳୁଛି। ପିଲାଟି ମୁହଁରେ ଡର, ଭୟ ନ ଥିବା ବେଳେ ବାଘଟି ବି ବେଶ୍‌ କିଛି ସମୟ ଶାନ୍ତ ଥିବା ଦେଖିବାକୁ ମିଳୁଛି।

ଅଦ୍ୟତନ ହୋଇଛି
Kid With Tiger

Kid With Tiger

Advertisment

ବାଘକୁ ଦେଖିଲେ ଯେକେହି ଛାନିଆ ହୋଇଯିବା ସ୍ୱାଭାବିକ । ବାଘ କବଳରୁ ମୁକୁଳି ପାରିବା ଅର୍ଥାତ ନୂଆ ଜୀବନ ପାଇବା। ତେଣୁ ବାଘ ପାଖ ମାଡ଼ିବା ଦୂରର କଥା, ତା’ ଆଖପାଖରେ ଯିବାକୁ ବି ଲୋକଙ୍କୁ ପ୍ରାଣେ ଭୟ।

Advertisment

ମାତ୍ର ସୋଶାଲ ମିଡିଆରେ ଏବେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି ଓଲଟା ଚିତ୍ର। ଏକ ବନ୍ଧା ଯାଇଥିବା ବାଘର ଚେନ୍‌ ଧରି କୁନି ପୁଅଟି ବୁଲାଉଥିବାର ଦେଖିବାକୁ ମିଳୁଛି। ପିଲାଟି ମୁହଁରେ ଡର, ଭୟ ନ ଥିବା ବେଳେ ବାଘଟି ବି ବେଶ୍‌ କିଛି ସମୟ ଶାନ୍ତ ଥିବା ଦେଖିବାକୁ ମିଳୁଛି।

ପାକିସ୍ତାନ ଲାହୋରର ନୌମନ ହସନ ନାମକ ୟୁ-ଟ୍ୟୁବର ଏହି ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଥିବା ବେଳେ ତାହା ଏବେ ଭାଇରାଲ ହେବାରେ ଲାଗିଛି। ନୌମନ ହସନ ଏହି ଭିଡିଓକୁ ନିଜ ସୋଶାଲ ମିଡିଆରେ ପୋଷ୍ଟ କରିବା ପରଠୁ ଏହାକୁ ୩୮.୨ ମିଲିୟନ ଲୋକ ଦେଖି ସାରିଲେଣି।

Advertisment

ନୌମନ ହସନ ପାକିସ୍ତାନର ଜଣେ ପପୁଲାର ୟୁ ଟ୍ୟୁବର ହୋଇଥିବା ବେଳେ ସେ ପୂର୍ବରୁ ବି ବାଘ, ସାପ, କୁମ୍ଭୀରଙ୍କ ଉପରେ ବହୁ ଭିଡିଓ ପୋଷ୍ଟ କରି ସାରିଛନ୍ତି।

ଉକ୍ତ ଭିଡିଓରେ ପିଲାଟି ବାଘ ନିକଟରେ ଥିବା ସତ୍ତ୍ୱେ ତା’ ମନରେ ତିଳେ ମାତ୍ର ଡରର ଚିହ୍ନ ବର୍ଣ୍ଣ ନ ଥିଲା। ଏପରିକି ପିଲାଟି ବାଘଟିର ଚେନ ଧରି ବୁଲାଉଥିବା ବେଳେ ମାନସିକ ଭାବେ ସେ ଖୁବ୍‌ ଦୃଢ ଥିବା ପରିଲକ୍ଷିତ ହେଉଥିଲା।

ପିଲାଟି ବାଘଟିକୁ ବୁଲାଇବାର କିଛି ସମୟ ମଧ୍ୟରେ ବାଘଟି ପ୍ରତିକ୍ରିୟାଶୀଳ ହୋଇ ଉଠିଲା। ଏହା ପରେ ସଙ୍ଗେ ସଙ୍ଗେ ପାଖରେ ଥିବା ଟ୍ରେନର ବାଘଟିକୁ କାବୁ କରି ନେଇଥିଲେ।

ପିଲାଟିର ପରିଚୟ ନେଇ ୟୁ-ଟ୍ୟୁବର ନୌମନ ହସନ କୌଣସି ସୂଚନା ଦେଇ ନ ଥିବା ବେଳେ ସେ ତାଙ୍କ ସମ୍ପର୍କୀୟ ବୋଲି ଚର୍ଚ୍ଚାହେଉଛି।

ତେବେ ଏପରି ଭିଡିଓକୁ ନେଇ ସୋଶାଲ ମିଡିଆରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏପରିକି କିଛି ଏକ ବାଘ ହିଂସ୍ର ପଶୁ, ଗୃହପାଳିତ ପଶୁ ନୁହଁ ବୋଲି ଲେଖିଛନ୍ତି। ପିଲାଟିର ଜୀବନ ବାଘର ମୁଡ୍‌ ଉପରେ ନିର୍ଭର କରେ ବୋଲି ଆଉ କିଛି ୟୁଜର୍ସ ପୋଷ୍ଟ କରିଛନ୍ତି ।

Pakistan Viral Video Tiger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe