Advertisment

ଛାଡ଼ପତ୍ର ପରେ 'ଡିଭୋର୍ସ ପାର୍ଟି' ଦେଲେ ମହିଳା, ନାଚି ନାଚି କଲେ ସେଲିବ୍ରେସନ୍

'ଡିଭୋର୍ସ ପାର୍ଟି'ରେ ମହିଳାଙ୍କ ନାଚ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ନେଟିଜେନ୍ସ।

author-image
Debibandita Barick
Pakistan woman celebrate divorce

Pakistan woman celebrate divorce

ଏସିଆ ମହାଦେଶରେ ବାସ କରୁଥିବା ଅନେକ ଦେଶରେ ଏବେ ବି ବିବାହ ବିଚ୍ଛେଦ ଏବଂ ଛାଡ଼ପତ୍ର ଏକ ସାମାଜିକ ନିନ୍ଦା ଭଳି। ବିଶେଷ କରି ମହିଳାମାନେ ଏପରି କ୍ଷେତ୍ରରେ ଟାହି ଟାପରାର ସମ୍ମୁଖୀନ ହୁଅନ୍ତି। ଏସବୁ ମଧ୍ୟରେ ଜଣେ ମହିଳା 'ଡିଭୋର୍ସ ପାର୍ଟି' ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

Advertisment

ନିକଟରେ ଆମେରିକାରେ ରହୁଥିବା ଜଣେ ପାକିସ୍ତାନୀ ମହିଳା ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପରେ ପାର୍ଟି ଦେଇଥିଲେ। ଏପରିକି ପାର୍ଟିରେ ନିଜେ ମନ ଖୋଲି ନାଚିଛନ୍ତି। ଏହି ସମୟର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

ମହିଳା ଜଣକ ପାର୍ଟିର ବନ୍ଦୋବସ୍ତ କରି ଥିବାବେଳେ ଏକାଧିକ ଅତିଥି ମଧ୍ୟ ବିବାହ କିମ୍ବା ଜନ୍ମଦିନ ଉତ୍ସବ ଭଳି ଯୋଗ ଦେଇଥିଲେ। ସୁନ୍ଦର ସାଜସଜ୍ଜା ସାଙ୍ଗକୁ ପାର୍ଟିରେ ଲେଖା ଯାଇଥିଲା 'ଡିଭୋର୍ସ ମୁବାରକ୍'। ଏହି ପାର୍ଟିରେ ଛାଡ଼ପତ୍ର ପାଇଥିବା ମହିଳା ଜଣକ ଲେହେଙ୍ଗା ପିନ୍ଧି ନାଚୁଥିବାର ଦେଖିବାକୁ ମିଳିଛି।

Advertisment

ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ନେଟିଜେନ୍ସ। ଯେଉଁ ଫେସବୁକ୍ ପେଜରେ ଏହି ଭିଡିଓ ପୋଷ୍ଟ କରାଯାଇଛି, ସେଥିରେ କ୍ୟାପ୍ସନ ଲେଖା ଯାଇଛି, 'ଯଦି ଏହିପରି ଚାଲୁ ରହେ, ତେବେ ଦିନେ ବିବାହ ବ୍ୟବସ୍ଥା ଧ୍ୱଂଶ ହୋଇଯିବ।' 

କେହି କେହି ଉକ୍ତ ମହିଳାଙ୍କୁ ସମର୍ଥନ କରିଥିବା ବେଳେ ଅନ୍ୟ କେହି ବିରୋଧ କରିଛନ୍ତି। ଜଣେ ସୋଶାଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, "ଯଦି ଆମେ ଡିଭୋର୍ସକୁ ସେଲିବ୍ରେଟ କରିବା, ତେବେ ଲୋକମାନେ ବାହା ହେବାକୁ ଭୟ କରିବେ। ଦିନକୁ ଦିନ ଏକକ ଅଭିଭାବକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପିଲାମାନଙ୍କ ପାଖରେ ସେମାନଙ୍କ ବାପା ନ ରହିବା ବି ଏକ ସମସ୍ୟା।"

ତେବେ ମହିଳା ଜଣକ କାହିଁକି ଡିଭୋର୍ସ କରିଛନ୍ତି, ସେନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।   

Divorce Party