Advertisment

ଏ କ’ଣ କରୁଛନ୍ତି ପାଣ୍ଡିଆନ? ଭାଇରାଲ ହେଉଛି ଭିଡିଓ

ଭିଡିଓଟି ଦେଖି ଚିନ୍ତା ପ୍ରକଟ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଲେଖିଛନ୍ତି କଡ଼ା କଥା।

author-image
Jitendra Garnayak
ଅଦ୍ୟତନ ହୋଇଛି
Naveen and Pandian

Naveen and Pandian

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କୁ ସିଧା ଆକ୍ରମଣ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଏହା ପଛରେ ରହିଛି ଏକ ଭିଡିଓ। ସେ ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରରେ ଉକ୍ତ ଭିଡିଓକୁ ପୋଷ୍ଟ କରି ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ଲେଖିଛନ୍ତି।

Advertisment

ହିମନ୍ତ ବିଶ୍ୱଶର୍ମା ଲେଖିଛନ୍ତି, ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ଭିଡିଓ। ଏଥିରେ ଶ୍ରୀ ଭି.କେ ପାଣ୍ଡିଆନ୍ ଜୀ ଶ୍ରୀ ନବୀନ ବାବୁଙ୍କ ହାତର ଗତିକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି। ତାମିଲନାଡୁର ଜଣେ ଅବସରପ୍ରାପ୍ତ ପୂର୍ବତନ ଅମଲାତନ୍ତ୍ରୀ ବର୍ତ୍ତମାନ ଓଡିଶାର ଭବିଷ୍ୟତ ଉପରେ କିପରି ନିୟନ୍ତ୍ରଣ କରୁଛନ୍ତି, ତାହା କଳ୍ପନା କରି ମୁଁ ହତଚକିତ ହୋଇ ଯାଉଛି! ବିଜେପି ରାଜ୍ୟବାସୀଙ୍କ ହାତରେ ପୁଣି ଥରେ ଓଡ଼ିଶାର ଶାସନ ଭାର ଧରାଇ ଦେବାକୁ ବଦ୍ଧ ପରିକର।

ଏହି ଭିଡିଓକୁ କେବଳ ହିମନ୍ତ ବିଶ୍ୱଶର୍ମା ନୁହନ୍ତି, ଅମିତ ମାଲବ୍ୟୟଙ୍କ ସମେତ ବିଜେପିର ଅନେକ କେନ୍ଦ୍ରୀୟ ନେତା ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ସୋଶାଲ ମିଡିଆରେ ଭିଡିଓଟି ଭାଇରାଲ ହେଉଛି। ତା’ହେଲେ ଭିଡିଓଟିରେ ଅଛି କ’ଣ? 

Advertisment

ଭିଡିଓଟିରେ ଦେଖିବାକୁ ମିଳିଛି ନବୀନ ପଟ୍ଟନାୟକ ଭାଷଣ ଦେବା ବେଳେ ତାଙ୍କ ହାତ ଥରୁଛି। ତାଙ୍କ ପାଇଁ ମାଇକ୍‌ ଧରି ଛିଡ଼ା ହୋଇଥିବା ଭି.କେ ପାଣ୍ଡିଆନ ତାହା ଦେଖିପାରିଛନ୍ତି। ତାଙ୍କ ଭାବଭଙ୍ଗୀ ଦେଖି ଲାଗୁଛି, ସେ ଚାହୁଁଛନ୍ତି ଲୋକେ ଯେମିତି ନବୀନଙ୍କ ଥରୁଥିବା ହାତଟିକୁ ନ ଦେଖନ୍ତୁ। ସେଥିପାଇଁ ସେ ନବୀନଙ୍କ ହାତକୁ ଟିକେ ଦେଖୁଛନ୍ତି ଓ ତା’ ପରେ ଲୋକଙ୍କୁ କଣେଇ କଣେଇ ଚାହୁଁଛନ୍ତି। ଆଉ ମଉକା ଦେଖି ନବୀନଙ୍କ ଥରୁଥିବା ହାତଟିକୁ ପାଣ୍ଡିଆନ ଭିଡ଼ି ନେଉଛନ୍ତି, ଯେମିତି କେହି ନଦେଖିପାରିବେ। କିନ୍ତୁ ସେହି ସମୟରେ କାହା ମୋବାଇଲ ଫୋନ୍ ଅବା କ୍ୟାମେରାରେ ଏସବୁ ରେକର୍ଡ ହୋଇଯାଇଛି ଓ ଭାଇରାଲ ହେଉଛି। ଲୋକେ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରି ଅନେକ ପ୍ରକାର କଥା ଲେଖିଛନ୍ତି। 

ଏହି ଭିଡିଓ ଭାଇରାଲ ପ୍ରସଙ୍ଗରେ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ତାଙ୍କ ହାତ ସଂପର୍କରେ ବିଜେପି ଜାଣିଶୁଣି ଅଯଥା ପ୍ରସଙ୍ଗ କରୁଛି। ବିଜେପିର ଏହି ପ୍ରସଙ୍ଗ କାମ ଦେବନି। 

Naveen Patnaik Vk Pandian