ଉତ୍ତର ଦିଲ୍ଲୀ ଅଞ୍ଚଳରେ ଚିତାବାଘ ଆତଙ୍କ। ୱାଜିରାବାଦର ଏକ ଗାଁରେ ଚିତାବାଘ ଆକ୍ରମଣରେ ଅତି କମରେ ପାଞ୍ଚ ଜଣ ଲୋକ ଆହତ ହୋଇଛନ୍ତି। ବାଘଟି ଛାତରୁ ଛାତ ଡେଇଁ ଏକାଧିକ ଲୋକଙ୍କୁ ଆକ୍ରମଣ କରିଛି।
ଏଥିରେ ପାଞ୍ଚ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଘ ଛାତକୁ ଛାତ ଡେଉଁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ଅଧିକାରୀଙ୍କ କହିବାନୁସାରେ, ଆଜି ସକାଳେ ଜଗତପୁର ଅଞ୍ଚଳରେ ଚିତାବାଘ ବୁଲୁଥିବାର ଖବର ପାଇ ବନ କର୍ମଚାରୀ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଧିକାରୀମାନେ ଚିତାବାଘକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି।
ବର୍ତ୍ତମାନ ବାଘକୁ ବନ୍ଦୀ କରି ରଖାଯାଇଛି। ତେବେ ବାଘଟି ଜନବସତିକୁ କିପରି ଆସିଲା ଖୋଳତାଡ଼ କରାଯାଉଥିବା କହିଛନ୍ତି ବନ ଅଧିକାରୀ।
दिल्ली के रिहाइशी इलाके में तेंदुआ
— Shehla J (@Shehl) April 1, 2024
बुराड़ी इलाके के जगतपुर गांव में घुसा तेंदुआ। कई लोगों पर हमला कर किया घायल #leopard pic.twitter.com/EuWIipbVyh
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।