ରେଳ ଷ୍ଟେଶନରେ ଚୋରି, ପକେଟମାର ଭଳି ଘଟଣା ଘଟିବା ଏକ ସାଧାରଣ ଘଟଣା। ଚୋରମାନେ ଚୋରି କରିବା ପାଇଁ ବିଭିନ୍ନ ଉପାୟ ବାହାର କରିଥାନ୍ତି। ଯେମିତି ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କ ମୋବାଇଲ ଚୋରି କରିବା ହେଉ କିମ୍ବା ମୂଲ୍ୟବାନ ସାମଗ୍ରୀକୁ ଆଖି ପିଛୁଳାକେ ଝାମ୍ପି ନେବା। ତେବେ ନିକଟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ବିହାରର ଏକ ରେଳ ଷ୍ଟେଶନରେ ଟ୍ରେନ୍ ଝରକା ବାଟେ ମୋବାଇଲ ଚୋରି କରୁଥିବାବେଳେ ଧରାପଡ଼ିଲା ଜଣେ ଚୋର। ଫୋନ ଚୋରି କରି ନେଉଥିବାବେଳେ ଚୋରକୁ ଟ୍ରେନ୍ ଝରକା ବାଟେ ଧରିନେଇଥିଲେ ଜଣେ ଯାତ୍ରୀ। ପରେ ଚୋରକୁ ଉଚିତ୍ ଶିକ୍ଷା ଦେଇଛନ୍ତି ଯାତ୍ରୀ ଜଣଙ୍କ। ପାଖାପାଖି ୧ କିଲୋମିଟର ପର୍ଯ୍ୟନ୍ତ ଯାତ୍ରୀ ଜଣଙ୍କ ଚୋରକୁ ଟ୍ରେନ ଝରକା ବାଟେ ଓହଳାଇ ରଖିଥିଲେ। ଯାହାର ଭିଡିଓ ଭାଇରାଲ ହେଉଛି। ଏହି ଘଟଣାଟି ବିହାରର ଭାଗଲପୁର ଅଞ୍ଚଳରେ ଘଟିଛି।
ତେବେ ଭିଡିଓର କ୍ୟାପସନ ଅନୁଯାୟୀ, ଚୋର ଜଣଙ୍କ ଚଳନ୍ତା ଟ୍ରେନରୁ ମୋବାଇଲ ଚୋରି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଗି ଭିତରେ ବସିଥିବା ଯାତ୍ରୀ ଚୋରର ହାତକୁ ଧରିପକାଇଥିଲେ ଯାହା ଫଳରେ ସେ ଝରକା ପାଖରେ ଝୁଲି ରହିଥିଲେ।
ସେହିଭଳି ୨୦୨୨ ମସିହାରେ ସମାନ ଘଟଣାରେ ବିହାରର ଜଣେ ଚୋର ସାହେବପୁର କମଲ ଷ୍ଟେସନରେ ଅଟକ ଥିବା ଏକ ଟ୍ରେନ ଝରକା ବାଟେ ଯାତ୍ରୀଙ୍କ ଫୋନ୍ ଛଡ଼ାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଯାତ୍ରୀ ଜଣଙ୍କ ଚୋରର ହାତକୁ ଟ୍ରେନ ଝରକା ବାଟେ ଧରିପକାଇବା ସହ ପାଖାପାଖି ୧୦ କିମି ପର୍ଯ୍ୟନ୍ତ ଓହଳି ରଖିଥିଲେ।
Kalesh near Bhagalpur Bihar, a snatcher was snatching a passenger's phone from a moving train, but he could not succeed in it and the passenger caught the snatcher and carried him hanging for about a kilometer
— Ghar Ke Kalesh (@gharkekalesh) January 17, 2024
pic.twitter.com/66wIJmzWjS
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।