Advertisment

ଟ୍ରେନରେ ମୋବାଇଲ ଚୋରି କରୁଥିବାବେଳେ ଧରାପଡ଼ିଲା ଚୋର,୧ କିମି ଝୁଲେଇ ରଖିଲେ ଯାତ୍ରୀ

ପାଖାପାଖି ୧ କିଲୋମିଟର ପର୍ଯ୍ୟନ୍ତ ଯାତ୍ରୀ ଜଣଙ୍କ ଚୋରକୁ ଟ୍ରେନ ଝରକା ବାଟେ ଓହଳାଇ ରଖିଥିଲେ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Passengers Hold Thief Through Train Window

Passengers Hold Thief Through Train Window

Advertisment

ରେଳ ଷ୍ଟେଶନରେ ଚୋରି, ପକେଟମାର ଭଳି ଘଟଣା ଘଟିବା ଏକ ସାଧାରଣ ଘଟଣା। ଚୋରମାନେ ଚୋରି କରିବା ପାଇଁ ବିଭିନ୍ନ ଉପାୟ ବାହାର କରିଥାନ୍ତି। ଯେମିତି ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କ ମୋବାଇଲ ଚୋରି କରିବା ହେଉ କିମ୍ବା ମୂଲ୍ୟବାନ ସାମଗ୍ରୀକୁ ଆଖି ପିଛୁଳାକେ ଝାମ୍ପି ନେବା। ତେବେ ନିକଟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ବିହାରର ଏକ ରେଳ ଷ୍ଟେଶନରେ ଟ୍ରେନ୍ ଝରକା ବାଟେ ମୋବାଇଲ ଚୋରି କରୁଥିବାବେଳେ ଧରାପଡ଼ିଲା ଜଣେ ଚୋର। ଫୋନ ଚୋରି କରି ନେଉଥିବାବେଳେ ଚୋରକୁ ଟ୍ରେନ୍‌ ଝରକା ବାଟେ ଧରିନେଇଥିଲେ ଜଣେ ଯାତ୍ରୀ। ପରେ ଚୋରକୁ ଉଚିତ୍‌ ଶିକ୍ଷା ଦେଇଛନ୍ତି ଯାତ୍ରୀ ଜଣଙ୍କ। ପାଖାପାଖି ୧ କିଲୋମିଟର ପର୍ଯ୍ୟନ୍ତ ଯାତ୍ରୀ ଜଣଙ୍କ ଚୋରକୁ ଟ୍ରେନ ଝରକା ବାଟେ ଓହଳାଇ ରଖିଥିଲେ। ଯାହାର ଭିଡିଓ ଭାଇରାଲ ହେଉଛି। ଏହି ଘଟଣାଟି ବିହାରର ଭାଗଲପୁର ଅଞ୍ଚଳରେ ଘଟିଛି।

ତେବେ ଭିଡିଓର କ୍ୟାପସନ ଅନୁଯାୟୀ, ଚୋର ଜଣଙ୍କ ଚଳନ୍ତା ଟ୍ରେନରୁ ମୋବାଇଲ ଚୋରି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଗି ଭିତରେ ବସିଥିବା ଯାତ୍ରୀ ଚୋରର ହାତକୁ ଧରିପକାଇଥିଲେ ଯାହା ଫଳରେ ସେ ଝରକା ପାଖରେ ଝୁଲି ରହିଥିଲେ।

Advertisment

ସେହିଭଳି ୨୦୨୨ ମସିହାରେ ସମାନ ଘଟଣାରେ ବିହାରର ଜଣେ ଚୋର ସାହେବପୁର କମଲ ଷ୍ଟେସନରେ ଅଟକ ଥିବା ଏକ ଟ୍ରେନ ଝରକା ବାଟେ ଯାତ୍ରୀଙ୍କ ଫୋନ୍ ଛଡ଼ାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଯାତ୍ରୀ ଜଣଙ୍କ ଚୋରର ହାତକୁ ଟ୍ରେନ ଝରକା ବାଟେ ଧରିପକାଇବା ସହ ପାଖାପାଖି ୧୦ କିମି ପର୍ଯ୍ୟନ୍ତ ଓହଳି ରଖିଥିଲେ।

Viral Video Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe