Advertisment

ପର୍ଯ୍ୟଟକଙ୍କୁ ଦେଖି ଅଭିବାଦନ ଜଣାଇଲା ବାଘୁଣୀ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ପ୍ରସିଦ୍ଧ ବାଘୁଣୀ ମାୟା ଅଭାୟାରଣ୍ୟରେ ସଫାରୀ କରୁଥିବା ପର୍ଯ୍ୟଟକଙ୍କୁ ଅଭିବାଦନ ଜଣାଇଛି।

Tiger

Tiger

Advertisment

ୱାଇଲ୍ଡ ଲାଇଫ ଫଟୋଗ୍ରାଫରମାନେ ଉଠାଉଥିବା ଫଟୋ ସବୁବେଳେ ମନରେ ଅଲଗା ପ୍ରକାରର ଭାବ ସୃଷ୍ଟି କରିଥାଏ। କିନ୍ତୁ ମହାରାଷ୍ଟ୍ରର ତାଡୋବା ଜାତୀୟ ଉଦ୍ୟାନ-ଅନ୍ଧାରୀ ବ୍ୟାଘ୍ର ଅଭାୟାରଣ୍ୟରୁ ଆସିଥିବା ଗୋଟିଏ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ଫଟୋଗ୍ରାଫର ନିଖିଲ ଗିରି ଗୋଟିଏ ବାଘୁଣୀର ଏମିତି ଏକ ମୁହୂର୍ତ୍ତର ଭିଡିଓ ଓ ଫଟୋ ରେକର୍ଡ କରିଛନ୍ତି, ଯାହାକୁ ଆଖିରେ ନ ଦେଖିଲେ ଆପଣମାନେ କେବେ ବି ବିଶ୍ୱାସ କରିପାରିବେ ନାହିଁ।

ପ୍ରସିଦ୍ଧ ବାଘୁଣୀ ମାୟା ଅଭାୟାରଣ୍ୟରେ ସଫାରୀ କରୁଥିବା ପର୍ଯ୍ୟଟକଙ୍କୁ ଅଭିବାଦନ ଜଣାଇଛି। ସେ ତା’ର ଡାହାଣ ପଟର ଆଗ ଗୋଡ଼କୁ ଟେକି ଏହାକୁ ହଲାଇଛି। ଯେମିତି ଲୋକ ଓ ନେତାମାନେ ହାତ ହଲାଇ ଅଭିବାଦନ ଗ୍ରହଣ କରନ୍ତି, ଠିକ ସେହିପରି ମାୟା ତା’ର ଗୋଡ଼କୁ ହଲାଇ କ୍ୟାମେରାକୁ ପୋଜ ଦେଇଛି। 

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ବାଘୁଣୀଟି ଗୋଟିଏ ଛୋଟ ହ୍ରଦରେ ତା’ର ଶୋଷ ମେଣ୍ଟାଉଛି। ପାଣି ପିଇ ସାରିବା ପରେ ସେ କ୍ୟାମେରାକୁ ଚାହୁଁଛି। ଏହାପରେ ଗୋଟିଏ ଗୋଡ଼ ଟେକି ଏହାକୁ କ୍ୟାମେରାକୁ ଦେଖାଇ ହଲାଉଛି।

ଗିରି ଏହି ଭିଡିଓକୁ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଏହା ଭାଇରାଲ ହେବା ସହ ଲକ୍ଷାଧିକ ଲୋକ ଏହାକୁ ଦେଖି ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି।

Tigress Viral Video Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe