Advertisment

ଭାଇରାଲ୍‌ ହେଉଛି ଶିକ୍ଷୟିତ୍ରୀ ଓ ଛାତ୍ରଙ୍କ ଫଟୋ

ଷ୍ଟଡି ଟୁରରେ ଯାଇଥିବା ବେଳେ ଫଟୋଶୁଟ୍‌ କରିଥିଲେ ଶିକ୍ଷୟିତ୍ରୀ ଓ ତାଙ୍କର ଜଣେ ଛାତ୍ର।

author-image
Jitendra Garnayak
ଅଦ୍ୟତନ ହୋଇଛି
Teacher and Student

Teacher and Student

ଏକ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ତାଙ୍କର ଜଣେ ଛାତ୍ରଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଫଟୋରେ ଥିବା ଶିକ୍ଷୟିତ୍ରୀ ଓ ଛାତ୍ର ଜଣଙ୍କ ହେଉଛନ୍ତି କର୍ଣ୍ଣାଟକାର ଚିକ୍କବଲ୍ଲାପୁର ଜିଲ୍ଲା ମୁରୁଗମଲ୍ଲା ସ୍ଥିତ ସରକାରୀ ବିଦ୍ୟାଳୟର। ଛାତ୍ର ଜଣଙ୍କ ଦଶମ ଶ୍ରେଣୀରେ ପଢ଼ନ୍ତି।

Advertisment

ଏକ ଷ୍ଟଡି ଟୁରରେ ଯାଇଥିବା ବେଳେ ଶିକ୍ଷୟିତ୍ରୀ ଜଣଙ୍କ ଉକ୍ତ ଛାତ୍ରଙ୍କ ସହିତ ରୋମାଣ୍ଟିକ୍ ଫଟୋ ଶୁଟ୍ କରିଥିଲେ। ଏହି ଫଟୋଗୁଡ଼ିକ ମଧ୍ୟରୁ କେଉଁଥିରେ ଶିକ୍ଷୟିତ୍ରୀ ଜଣଙ୍କ ଉକ୍ତ ଛାତ୍ରଙ୍କୁ ଚୁମା ଦେଉଛନ୍ତି ତ ଆଉ କେଉଁଥିରେ ଛାତ୍ର ଜଣଙ୍କ ଶିକ୍ଷୟିତ୍ରୀଙ୍କୁ ଚୁମା ଦେଉଛନ୍ତି। ଆଉ କେଉଁ ଫଟୋରେ ଛାତ୍ର ଜଣଙ୍କ ତାଙ୍କ ଶିକ୍ଷୟିତ୍ରୀଙ୍କୁ ବୋହିଛନ୍ତି ତ ଆଉ କେଉଁଥିରେ ତାଙ୍କ ଶାଢ଼ୀର କାନିକୁ ଟାଣି ଧରିଛନ୍ତି।

ସେମାନଙ୍କର ଏହି ଫଟୋଗୁଡ଼ିକୁ ଅମିତ ସିଂହ ରାଜାୱତ ନାମକ ଜଣେ ବ୍ୟକ୍ତି ତାଙ୍କ Xରେ ପୋଷ୍ଟ କରି ସମାଜ କେଉଁ ଆଡ଼କୁ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଉକ୍ତ ଛାତ୍ରଙ୍କ ବାପା ବ୍ଲକ୍ ଶିକ୍ଷାଧିକାରୀ (ବିଇଓ)ଙ୍କ ନିକଟରେ ଶିକ୍ଷୟିତ୍ରୀଙ୍କ ଏଭଳି ଆଚରଣ ନେଇ ଅଭିଯୋଗ କରିଛନ୍ତି ଓ ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି।

Advertisment

ଉକ୍ତ ଶିକ୍ଷୟିତ୍ରୀ ଓ ଛାତ୍ରଙ୍କ ପରିଚୟକୁ ଗୋପନ ରଖାଯାଇଛି। ତେବେ ଏହି ଫଟୋଗୁଡ଼ିକୁ ଦେଖି ସୋଶାଲ ମିଡିଆ ୟୁଜରମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଏ କହିଛନ୍ତି ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ସେହିଭଳି ଆଉ କେହି କହିଛନ୍ତି ଯେ ଉକ୍ତ ଛାତ୍ରଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। କେହି କେହି ସେମାନେ କିଛି ଭୁଲ୍ କରି ନାହାନ୍ତି ବୋଲି କହିଛନ୍ତି।

Viral Photo Photoshoot