Advertisment

ଲୁଚି ରହି ହଠାତ୍‌ ହରିଣର ଶିକାର କଲା ଚିତା, ଭିଡିଓ ଶେୟାର କଲେ ପିଟରସନ

ଗୁରୁବାର ସେ ପୋଷ୍ଟ କରିଥିବା ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟିଏ ଚିତା କେମିତି ହରିଣ ଶିକାର ଆଖି ପିଛୁଳାକେ କରୁଛି, ତା’ହା ଦେଖିବାକୁ ମିଳିଛି।

Deer

Deer

Advertisment

ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ଜଣେ ଷ୍ଟାର କ୍ରିକେଟର ବ୍ୟତୀତ ସେ ବନ୍ୟଜନ୍ତୁଙ୍କ ଉପରେ ମଧ୍ୟ ନଜର ରଖନ୍ତି। ସେ ଅନେକ ସମୟରେ ଗଣ୍ଡାଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସମସ୍ତଙ୍କୁ ଆହ୍ୱାନ ମଧ୍ୟ ଦେବାର ନଜିର ରହିଛି। ଇଂଲଣ୍ଡ ପାଇଁ ୧୦୪ ଟେଷ୍ଟ, ୧୩୬ ଦିନିକିଆ ଓ ୩୭ଟି ଟି-୨୦ ଖେଳିଥିବା ପିଟରସନ ଏବେ ଆଇପିଏଲରେ ଭାଷ୍ୟକାର ଭୂମିକାରେ ରହିଛନ୍ତି।

Advertisment

ତେବେ ଗୁରୁବାର ସେ ପୋଷ୍ଟ କରିଥିବା ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟିଏ ଚିତା ବାଘ କେମିତି ହରିଣ ଶିକାର ଆଖି ପିଛୁଳାକେ କରୁଛି, ତା’ହା ଦେଖିବାକୁ ମିଳିଛି।

ଭିଡିଓ ଅନୁସାରେ, ଗୋଟିଏ ହରିଣ ବଡ଼ବଡ଼ ଘାଷ ହୋଇଥିବା ଗୋଟିଏ ପଡ଼ିଆରେ ଡେଇଁଡେଇଁ ଯାଉଛି। ଏହି ସମୟରେ ପୂର୍ବରୁ ବଡ଼ବଡ଼ ଘାଷ ଭିତରେ ଲୁଚି ରହିଥିବା ଚିତା ସିଧା ତା’ ଉପରକୁ ଲମ୍ଫ ମାରୁଛି। ସେ ହରିଣକୁଚ କାବୁ କରିବା ପାଇଁ ଚେଷ୍ଟା କରିବାରୁ ଦୁଇ ଜଣଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା।

Advertisment

ହରିଣଟି ଚିତାର ପଞ୍ଝାରୁ ଖସିବାକୁ ମଧ୍ୟ ଚେଷ୍ଟା କରିଥିଲା। ହେଲେ ଚିତା ଆଦୌ ତା’କୁ ଛାଡ଼ି ନଥିଲା। ଶେଷରେ ହରିଣକୁ ଧରି ସେ ଜଙ୍ଗଲ ମଧ୍ୟକୁ ଚାଲିଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଏହି ଭିଡିଓକୁ ଅନେକ ଲୋକ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ଏହା ଅତ୍ୟନ୍ତ ଭୟଙ୍କର ଭିଡିଓ ବୋଲି କମେଣ୍ଟ କରିଛନ୍ତି।

Deer Tiger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe