Advertisment

ବ୍ରିଜ୍‌ ତଳେ ଫସିଗଲା ଉଡ଼ାଜାହାଜ

ଏହି ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ବେଶ୍ କିଛି ଆମୋଦିତ କରିଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Plane

Plane

କାର୍ଯ୍ୟାନ୍ତର ହୋଇସାରିଥିବା ତଥା ସ୍କ୍ରାପ୍‌ରେ ପରିଣତ ହୋଇଥିବା ଏକ ଉଡ଼ାଜାହାଜକୁ ଟ୍ରେଲରରେ ମୁମ୍ବାଇରୁ ଆସାମ ନିଆଯାଉଥିବା ବେଳେ ଆଜି ସକାଳେ ବିହାରର ମୋତିହାରିରେ ଏହା ଏକ ଓଭର ବ୍ରିଜ୍‌ ତଳେ ଫସି ଯାଇଥିଲା। ଏହି ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ବେଶ୍ କିଛି ସମୟ ଆମୋଦିତ କରିଥିଲା। ଏହି ଦୃଶ୍ୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ସ୍କ୍ରାପ୍ ବିମାନଟି ଓଭର ବ୍ରିଜ୍ ତଳେ ଫସି ଯିବାରୁ କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ସ୍ଥିତି ଉପୁଜିଥିଲା। ଏହା ପରେ କିଛି ଟ୍ରକ୍ ଡ୍ରାଇଭର ଓ ସ୍ଥାନୀୟ ଲୋକେ ସହାୟତାର ହାତ ବଢ଼ାଇଥିଲେ। ସେମାନଙ୍କ ସହଯୋଗ ଫଳରେ ସ୍କ୍ରାପ୍‌ ଉଡ଼ାଜାହାଜକୁ ଧରି ଟ୍ରେଲ୍‌ରଟି ପୁଣି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

ଏହିଭଳି ଘଟଣା ପ୍ରଥମ ଥର ଘଟି ନାହିଁ। ୨୦୨୨ ନଭେମ୍ବର ମାସରେ ଆନ୍ଧ୍ର ପ୍ରଦେଶର ବାପଟଲା ଜିଲ୍ଲାରେ ଏକ ସ୍କ୍ରାପ୍ ଉଡ଼ାଜାହାଜ ଏକ ଓଭର ବ୍ରିଜ୍ ତଳେ ଫସି ଯାଇଥିଲେ। ହାଇଦ୍ରାବାଦର ଜଣେ ହୋଟେଲ ମାଲିକ କେରଳରେ ହୋଇଥିବା ଏକ ନିଲାମୀ ବେଳେ ସେହି ସ୍କ୍ରାପ୍ ଉଡ଼ାଜାହାଜକୁ ହାତେଇଥିଲେ। ସେତେବେଳେ ମଧ୍ୟ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

Advertisment