Advertisment

ପ୍ରବଳ ପବନରେ ଲ୍ୟାଣ୍ଡ୍ କରିପାରିଲାନି ପ୍ଲେନ୍, ଦେଖନ୍ତୁ ଭିଡିଓ

ମୁମ୍ବାଇରୁ ଚେନ୍ନାଇ ଆସୁଥିଲା ଇଣ୍ଡିଗୋ ଫ୍ଲାଇଟ୍। ବାତ୍ୟା ‘ଫେଙ୍ଗଲ୍’ ପ୍ରଭାବରେ ପ୍ରବଳ ପବନ ଯୋଗୁଁ କରିପାରିଲାନି ଲ୍ୟାଣ୍ଡ।

author-image
Debadatta Aryashrestha
Plane struggling to land

Plane struggling to land

ବାତ୍ୟା ‘ଫେଙ୍ଗଲ୍’ ପୁଡୁଚେରୀ ଓ ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିସାରିଛି। ଏହି ବାତ୍ୟା ପ୍ରଭାବରେ ଗତକାଲି ଦିନ ତମାମ ତାମିଲନାଡ଼ୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଥିଲା। ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ପ୍ରବଳ ପବନ ପ୍ରଭାବରେ ଚେନ୍ନାଇ ଏୟାରପୋର୍ଟରେ ଏକ ପ୍ଲେନ୍ ରନୱେରେ ସୁରକ୍ଷିତ ଭାବରେ ଲ୍ୟାଣ୍ଡ କରିପାରିନଥିଲା। ଯାହାର ଭୟଙ୍କର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଇଣ୍ଡିଗୋ ପ୍ଲେନଟି ରନୱେରେ ଲ୍ୟାଣ୍ଡ୍ କରିବାକୁ ଚେଷ୍ଟା କରୁଛି, ହେଲେ ପ୍ରବଳ ପବନ ବାରମ୍ବାର ଏହାକୁ ଉଡ଼ାଇ ନେଉଛି। ଶେଷରେ ପାଇଲଟ୍ ପ୍ଲେନକୁ ଲ୍ୟାଣ୍ଡ ନକରି ପୁଣିଥରେ ଟେକ୍-ଅଫ୍ କରିଥିଲେ। ଫଳରେ ପ୍ଲେନରେ ଥିବା ଶତାଧିକ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ସାଧାରଣତଃ ପ୍ଲେନ ଗୁଡ଼ିକ ସୁରକ୍ଷିତ ଭାବେ ଲ୍ୟାଣ୍ଡ ହୋଇନପାରିଲେ ଯାତ୍ରୀଙ୍କ ସୁର‍କ୍ଷା ପାଇଁ ଏହାକୁ ପୁଣିଥରେ ଟେକ୍-ଅଫ୍ କରାଯାଏ। ତେବେ ଏହି ସମସ୍ତ ଘଟଣାକୁ ନେଇ ‘ଇଣ୍ଡିଗୋ’ ଏୟାରଲାଇନ୍ସ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି।

Advertisment

ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ପ୍ଲେନଟି ମୁମ୍ବାଇରୁ ଚେନ୍ନାଇ ଆସୁଥିଲା। ହେଲେ ଖରାପ ପାଗ ଓ ବାତ୍ୟା ପ୍ରଭାବରେ ପ୍ରବଳ ପବନ କାରଣରୁ ଏହା ଲ୍ୟାଣ୍ଡ କରିବା ସମୟରେ ବାରମ୍ବାର ପବନରେ ଝୁଲି ରହିଲା। ଫଳରେ ଏହାକୁ ପୁଣିଥରେ ଟେକ୍-ଅଫ୍ କରି ନେଇଥିଲେ ପାଇଲଟ। ସୁର‍କ୍ଷିତ ଲ୍ୟାଣ୍ଡିଂ ଯେତେବେଳେ ହୋଇନପାରେ, ସେତେବେଳେ ପୁଣିଥରେ ଟେକ୍‌-ଅଫ୍ କରି କିଛି ସମୟ ପରେ ଆଉଥରେ ଲ୍ୟାଣ୍ଡ କରାଯାଏ। ଏହାକୁ ଏକ ‘ଗୋ-ଆରାଉଣ୍ଡ’ କୁହାଯାଏ। ଏଭଳି ପ୍ରତିକୂଳ ପରିସ୍ଥିତିରୁ ବର୍ତ୍ତିବା ପାଇଁ ଆମ ପାଇଲଟ ବେଶ୍ ସକ୍ଷମ। ଆମ ଯାତ୍ରୀ, ବିମାନ ଓ କ୍ରୁ ସଦସ୍ୟଙ୍କ ସୁରକ୍ଷା ଆମର ପ୍ରାଥମିକତା ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। 

Chennai Indigo Airlines Cyclone Fengal