Advertisment

ଭାଇରାଲ ହେଉଛି ମୋଦି-ମେଲୋନିଙ୍କ ସେଲଫି ଓ ଭିଡିଓ

#Melodi ଦେଇ ଲକ୍ଷଲକ୍ଷ ଲୋକ ଏହାକୁ ଶେୟାର କରୁଛନ୍ତି।

Melodi

Melodi

Advertisment

ଭାଇରାଲ ହେବାରେ ଲାଗିଛନ୍ତି ମେଲୋଡି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି ଉଠାଇଥିବା ସେଲଫି ଓ ଭିଡିଓ ଭାଇରାଲ ହେଉଛି। #Melodi ଦେଇ ଲକ୍ଷଲକ୍ଷ ଲୋକ ଏହାକୁ ଶେୟାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଇଟାଲୀ ଯାଇଥିଲେ।

Advertisment

ଆପୁଲିଆଠାରେ ଆୟୋଜିତ ଶିଖର ସମ୍ମିଳନୀରେ ମୋଦି ଅନେକ ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଗସ୍ତ ଓ ଆଲୋଚନା ଫଳପ୍ରଦ ରହିଥିବାରୁ ମୋଦି ଇଟାଲୀର ଲୋକ ତଥା ସରକାରଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସ୍ୱଦେଶ ଫେରିବା ପରେ ଆଜି ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ସହ ତାଙ୍କର ସାକ୍ଷାତର ଫଟୋ ଓ ଭିଡିଓ ଭାଇରାଲ ହେଉଛି।

Advertisment

ବୈଠକ ସମୟରେ ଜର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପୁଣିଥରେ ସେଲଫି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ଏକ୍ସ ଆକାଉଣ୍ଟରେ ଏହି ଗସ୍ତର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ଜର୍ଜିଆ ମେଲୋନି ତାଙ୍କ ସହ ନେଇଥିବା ସେଲଫିର ଦୃଶ୍ୟ ମଧ୍ୟ ରହିଛି। ସେ ଏହାକୁ ଶେୟାର କରି ଭାରତ-ଇଟାଲୀର ବନ୍ଧୁତା ଦୀର୍ଘ ସ୍ଥାୟୀ ବୋଲି ଉଲ୍ଲେଖ କରିଛନ୍ତି। 

ଭାଇରାଲ ହେଉଥିବା ଭିଡିଓରେ ସେଲଫି ଫୋଜରେ ମୋଦି ଓ ମେଲୋନି ଭିଡିଓ ରେକର୍ଡିଂ କରିଛନ୍ତି। ଏଥିରେ ମୋଦି ହାତ ହଲାଉଥିବା ବେଳେ ମେଲୋନି ଭିଡିଓ ଶୁଟିଂ କରି ହ୍ୟାଲୋ ଫ୍ରମ ମେଲୋଡି ଟିମ ବୋଲି କହୁଛନ୍ତି। ସେ ସମାନ ହ୍ୟାଶଟ୍ୟାଗ ବ୍ୟବହାର କରି ଉକ୍ତ ଭିଡିଓକୁ ଏକ୍ସରେ ପୋଷ୍ଟ କରିଛନ୍ତି। 

ଗତ ବର୍ଷ ଦୁବାଇରେ ସିଓପି-୨୮ ଜଳବାୟୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ମେଲୋନି ଓ ମୋଦିଙ୍କ ସେଲଫି ନେଇଥିଲେ। ଏହି ଫଟୋ ଶେୟାର କରି ମେଲୋନି # ମେଲୋଡି ଲେଖିଥିଲେ।

ଏହା ସେତେବେଳେ ବେଶ ଭାଇରାଲ ହୋଇଥିଲା। ଏବେ ସେ ପୁଣି ମୋଦିଙ୍କ ସହ ସେଲଫି ଶେୟାର କରିଛନ୍ତି। ଗସ୍ତ ସମୟରେ ମୋଦି ଓ ମେଲୋନି ଦୁଇ ପାକ୍ଷିକ ଆଲୋଚନା କରିଥିଲେ। ଏହାର ଫଟୋକୁ ମଧ୍ୟ ମୋଦି ଶେୟାର କରିଛନ୍ତି। 

PM Modi G7 Summit Giorgia Meloni
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe