Advertisment

ରିଲ୍‌ କରିବାକୁ ଗାଡ଼ି ଦେଇ ଫସିଗଲେ ପୁଲିସ୍ ବାବୁ

ରିଲ୍‌ଟି ଇନ୍‌ଷ୍ଟଗ୍ରାମରେ ପୋଷ୍ଟ ହେବା ପରେ ସେଥିରେ ପୁଲିସ୍ ଗାଡ଼ିକୁ ଦେଖି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Payal Param

Payal Param

Advertisment

ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରା ପାୟଲ ପରମାରଙ୍କୁ ଏକ ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା ପାଇଁ ପୁଲିସ୍ ଗାଡ଼ି ଦେଇ ଫସି ଯାଇଛନ୍ତି ପଞ୍ଜାବର ଜଣେ ଥାନା ବାବୁ। ତାଙ୍କୁ ନିଲମ୍ବନ କରାଯାଇଛି। 

Advertisment

ପାୟଲ ପରମାରଙ୍କ ରିଲ୍‌ଟି ଭାଇରାଲ ହେବା ପରେ କଥାଟି ସାମ୍ନାକୁ ଆସିଥିଲା। ଏହି ରିଲ୍‌ରେ ପାୟଲ ପୁଲିସ୍ ଗାଡ଼ିର ବୋନେଟ୍ ଉପରେ ବସିଥିବା ଦେଖିବାକୁ ମିଳିଛି। ଏହା ସହିତ ଏକ ପଞ୍ଜାବୀ ଗୀତରେ ସେ ନୃତ୍ୟ କରିଛନ୍ତି। ଏମିତିକି ସେ କିଛି ଆପତ୍ତିଜନକ ଅଙ୍ଗଭଙ୍ଗୀ କରିଛନ୍ତି।  ଏହି ଭିଡିଓର ଶେଷ ଆଡ଼କୁ ଜଣେ ପୁରୁଷଙ୍କୁ ଦେଖିବାକୁ ମିଳିଛି, ଯିଏ ପୁଲିସ୍ ପୋଷାକରେ ଅଛନ୍ତି।

ରିଲ୍‌ଟି ଇନ୍‌ଷ୍ଟଗ୍ରାମରେ ପୋଷ୍ଟ ହେବା ପରେ ସେଥିରେ ପୁଲିସ୍ ଗାଡ଼ିକୁ ଦେଖି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୁଲିସ୍ ନଜରକୁ ଏହା ଆସିବା ପରେ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହା ସହିତ ଏହି ଘଟଣାକୁ ନେଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି। 

Advertisment
Instagram Reel Payal Param
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe