Picture From Incident
ଦକ୍ଷିଣ ଆମେରିକାର ଏକ ଦ୍ୱୀପପୁଞ୍ଜରେ ହଠାତ୍ ସମୁଦ୍ରରୁ ମାଡିଆସିଛି ପ୍ରଳୟଙ୍କାରୀ ବନ୍ୟା। କେହି କିଛି ବୁଝିବା ପୂର୍ବରୁ ସମୁଦ୍ର ଢେଉ ପ୍ରଳୟ ରଚିଛି। ଏ ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଛନ୍ତି ମାର୍ଶଲ ଦ୍ୱୀପପୁଞ୍ଜର ବାସିନ୍ଦା।
ସୂଚନା ଅନୁସାରେ, ମାର୍ଶଲ ଦ୍ୱୀପପୁଞ୍ଜରେ ଥିବା ରୋଏ-ନମୁର ଦ୍ୱୀପରେ ଏହି ଘଟଣା ଘଟିଛି। ବର୍ଷା କି ଝଡ-ତୁଫାନର କୌଣସି ପୂର୍ବ ଆଶଙ୍କା ନଥିବାରୁ ଲୋକେ ପୂର୍ବ ଭଳି ସେମାନଙ୍କ ନିୟମିତ କାର୍ଯ୍ୟ କରୁଥିଲେ। ଏହି ସମୟରେ ହଠାତ୍ ସମୁଦ୍ରରୁ ମାଡି ଆସିଥିଲା ବନ୍ୟା। କେହି କିଛି ବୁଝିବା ପୂର୍ବରୁ ବଡ ବଡ କୋଠାର କବାଟ-ଝରକା ଭାଙ୍ଗି ଘର ଭିତରକୁ ମାଡି ଯାଇଥିଲା ପାଣି।
ଅତି ଭୟଙ୍କର ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏକ ସୈନ୍ୟ ବେସରେ ପ୍ରଳୟଙ୍କାରୀ ବନ୍ୟାର ଦୃଶ୍ୟ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ଭିଡିଓରେ ଦେଖାଯାଉଛି ଯେ, ହଠାତ୍ ସମୁଦ୍ର ପାଣି ଜନବସତିରେ ମାଡିଯିବାରୁ କରେଣ୍ଟ ଚାଲିଯାଇଥିଲା, ପରେ ସିନେମାର ଦୃଶ୍ୟ ପରି ସବୁକିଛି ଅନ୍ଧକାର ହୋଇଯାଉଛି। ଏ ଭୟଙ୍କର ଦୃଶ୍ୟ ଜଳବାୟୁ ପରିବର୍ତ୍ତନ ଏବଂ ସମୁଦ୍ର ପତ୍ତନର ଚେତାବନୀ।
ସୌଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନୀ ହୋଇନାହିଁ। କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଆକଳନ କରାଯାଉଛି। ପ୍ରାୟ 80 ଜଣ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us