Advertisment

କୁନି ଝିଅ ମୁହଁରୁ ସମସ୍ୟା ଶୁଣି ହସି ହସି ଗଡ଼ିଲେ ମନ୍ତ୍ରୀ, ଅଧିକାରୀ; ଟାର୍ଗେଟ କଲେ ପ୍ରଦୀପ ମାଝୀ

କୁନି ଝିଅଟିର ବାସ୍ତବ କଥାକୁ ନ ବୁଝି ପାଗଳଙ୍କ ଭଳି ହସିବା କେତେଦୂର ଯୁକ୍ତିଯୁକ୍ତ ବୋଲି ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପ୍ରଶ୍ନ କରିଛନ୍ତି ପ୍ରଦୀପ ମାଝୀ।

Meeting

Meeting

Advertisment

ଗତ ସ୍ୱାଧୀନତା ଦିବସ ପାଳନ ଅବସରରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ପଦୁଗୁଡ଼ାର ସମସ୍ୟାକୁ ଅଭିନୟ ଛଳରେ ଜଣେ କୁନି ଝିଅ ବଖାଣିବା ଦୃଶ୍ୟ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ହେଲେ ସେତେବେଳେ କୁନି ଝିଅର କଥା ଶୁଣି ଷ୍ଟେଜ ଉପରେ ବସି ହସୁଥିବା ମନ୍ତ୍ରୀ ଓ ଅନ୍ୟ ଅତିଥିମାନଙ୍କୁ କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ତଥା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ।

Advertisment

କୁନି ଝିଅଟିର ବାସ୍ତବ କଥାକୁ ନ ବୁଝି ପାଗଳଙ୍କ ଭଳି ହସିବା କେତେଦୂର ଯୁକ୍ତିଯୁକ୍ତ ବୋଲି ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପ୍ରଶ୍ନ କରିଛନ୍ତି ପ୍ରଦୀପ ମାଝୀ। ସେ କହିଛନ୍ତି, କୁନି ଝିଅଟି ଯେଉଁ ସମସ୍ୟା ମଞ୍ଚରେ ଉପସ୍ଥାପନ କରିଛି ସେ ସବୁ ବୁଝିବାରରେ ଉକ୍ତ ସଭାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ସକ୍ଷମ କି ନୁହେଁ ସେ ନେଇ ମୁଁ ସନ୍ଦେହରେ ରହିଛି। ଏହା କୌଣସି ହସ ପ୍ରତିଯୋଗିତା ଶୋ’ ନୁହେଁ। ଗୁରୁତର ସହ ପ୍ରଶାସନ ଏପରି ସମସ୍ୟା ସମାଧାନ କରିବାକୁ ତତ୍ପର ହେବା ଉଚିତ । ଏହାକୁ ଖାମଖିଆଲି ଭାବେ ନେବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଅଗଷ୍ଟ ୧୫ ତାରିଖ ଦିନ କୋରାପୁଟରେ ଆୟୋଜିତ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇଥିଲେ। ଉକ୍ତ ସମୟରେ ଆୟୋଜିତ ସଭାରେ ମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ ଅବଦଲ ଅଖତର ଓ ବରିଷ୍ଠ  ପ୍ରଶଶସନିକ ଓ ପୁଲିସ୍‌ ଅଧିକାରୀ ଉପସ୍ଥିତ ଥିଲେ । ବହୁ ସରକାରୀ ଅଧିକାରୀଙ୍କ ସାମ୍ନାରେ କୁନି ଝିଅ ନିଜ ଅଞ୍ଚଳର ବାସ୍ତବ ସ୍ଥିତି ଓ ସମସ୍ୟାକୁ ଅତି ସୁନ୍ଦର ଭାବେ ଅଭିନୟ ମାଧ୍ୟମରେ ଉପସ୍ଥାପନ କରିଥିଲେ। ଏହା ସଭାରେ ବେଶ୍‌ ହାସ୍ୟରୋଳ ସୃଷ୍ଟି କରିଥିବା ବେଳେ କରତାଳିରେ ଫାଟି ପଡ଼ିଥିଲା ଚତୁଃର୍ଦିଗ । ହେଲେ ଏବେ ତାହାକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି ବିଜେଡି ନେତା ତଥା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ।

Advertisment
BjD Koraput Video Viral
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe