Building
ଥଟ୍ଟା ମଜା ହେଉ ହେଉ ସାମାନ୍ୟ ଅସାବଧାନତା ଜଣେ ମହିଳାଙ୍କ ଜୀବନ ନେଇଯାଇଛି। ଜଣେ ବନ୍ଧୁ ଆସି ତଳକୁ ପକାଇବାକୁ ଚେଷ୍ଟା କରୁଥିବା ବେଳେ ସତକୁ ସତ ଜଣେ ମହିଳା ତିନି ମହଲାରୁ ପଡ଼ି ପ୍ରାଣ ହରାଇଛନ୍ତି। ମୁମ୍ବାଇର ଡୋମ୍ବିଭଲିର ବିକାଶ ନାକା ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା।
ସୂଚନା ଅନୁସାରେ, ମୃତ ମହିଳା ଜଣକ ହେଉଛନ୍ତି ଗୁଡ଼ିଆ ଦେବୀ। ତାଙ୍କର ଜଣେ ଝିଅ ଓ ପୁଅ ମଧ୍ୟ ଅଛନ୍ତି। ଗୁଡ଼ିଆ ଦେବୀ ଏହି ଅଞ୍ଚଳର 'ଗ୍ଲୋବ ଷ୍ଟେଟ୍' ନାମକ ଏକ ବିଲ୍ଡିଂରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ।
ସେ ତୃତୀୟ ମହଲାରେ ଥିବାବେଳେ ତାଙ୍କର ଜଣେ ସାଙ୍ଗ ବଣ୍ଟି ଆସି ତାଙ୍କ ସହ ଥଟ୍ଟା ମଜା କରିଥିଲେ। ଏହି ସମୟରେ ଅନ୍ୟ କିଛି ଲୋକ ମଧ୍ୟ ଉପସ୍ଥିତ ଥିଲେ। ଥଟ୍ଟା ହେଉ ହେଉ ବଣ୍ଟି ଗୁଡିଆଙ୍କ ତଣ୍ଟି ଧରି ତଳେ ପକାଇବାକୁ ଚେଷ୍ଟା କରିଥିଲେ। ଅସାବଧାନତା କାରଣରୁ ସତକୁ ସତ ତଳକୁ ଖସି ପଡ଼ିଥିଲେ ଗୁଡ଼ିଆ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ଘଟିଛି।
ଏହି ସମୟରେ ବଣ୍ଟି ମଧ୍ୟ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥାନ୍ତେ। ସୌଭାଗ୍ୟବଶତଃ ସେ ରକ୍ଷା ପାଇ ଯାଇଛନ୍ତି। ଘଟଣା ସମୟର ସିସିଟିଭି ଫୁଟେଜ ଭାଇରାଲ୍ ହେଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us