Advertisment

ଟଣାଓଟରା ସହ ପ୍ରିନ୍ସିପାଲଙ୍କୁ ଅଫିସରୁ କରାଗଲା ବିଦା, ଭିଡିଓ ଭାଇରାଲ

ଅଫିସର ଭିତରେ ଏପରି ଟଣାଓଟରା ଚାଲିଥିବା ବେଳେ ନବନିଯୁକ୍ତ ପ୍ରିନ୍ସିପାଲ ମଧ୍ୟ ଉପସ୍ଥିତ ରହିଥିଲେ। ସେ ସିଟ୍‌ରେ ବସିବା ମାତ୍ରେ ଅନ୍ୟମାନେ କରତାଳି ଦେଇ ତାଙ୍କୁ ସ୍ୱାଗତ କରିଥିଲେ।

author-image
Hemant Lenka
Principal

Principal

ସାମ୍ନାକୁ ଆସିଛି ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ କରିବା ଭଳି ଭିଡିଓ। ଗୋଟିଏ ସ୍କୁଲର କର୍ମଚାରୀଙ୍କ ସହ ଏହାର ଅଧ୍ୟକ୍ଷ ମିଳିତ ଭାବେ ଅନୁଷ୍ଠାନର ମହିଳା ପ୍ରିନ୍ସିପାଲଙ୍କୁ ଟଣାଓଟରା କରିବା ସହ ବଳପୂର୍ବକ ତାଙ୍କୁ ସିଟ୍‌ରୁ ହଟାଇ ଦେଇଛନ୍ତି। ସେମାନେ ପ୍ରଥମେ ପ୍ରିନ୍ସିପାଲଙ୍କ ଅଫିସରେ ପଶି ତାଙ୍କୁ ତୁରନ୍ତ ସିଟ୍‌ ଛାଡ଼ିବାକୁ କହିଥିଲେ।

Advertisment

ହେଲେ ମହିଳା ପ୍ରିନ୍ସିପାଲ ଜଣଙ୍କ ଏକଥା ନ ଶୁଣିବାରୁ ସେମାନେ ଚେୟାର ସହ ତାଙ୍କୁ ଅଫିସ ଭିତରେ ଭିଡ଼ା ଓଟରା କରିଥିଲେ। ତାଙ୍କ ମୋବାଇଲ ଫୋନ ମଧ୍ୟ ନେଇ ଯାଇଥିଲେ। ତାଙ୍କୁ ବଳପୂର୍ବକ ସିଟ୍‌ରୁ ହଟାଇ ଆଉ ଜଣେ ମହିଳାଙ୍କୁ ପ୍ରିନ୍ସିପାଲ ଆସନରେ ବସା ଯାଇଛି।

ଅଫିସର ଭିତରେ ଏପରି ଟଣାଓଟରା ଚାଲିଥିବା ବେଳେ ନବନିଯୁକ୍ତ ପ୍ରିନ୍ସିପାଲ ମଧ୍ୟ ଉପସ୍ଥିତ ରହିଥିଲେ। ସେ ସିଟ୍‌ରେ ବସିବା ମାତ୍ରେ ଅନ୍ୟମାନେ କରତାଳି ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ଏସବୁ ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ଥିବା ବିଶପ ଜନସନ ବାଳିକା ସ୍କୁଲରେ ଘଟିଛି। ପରୀକ୍ଷା ପେପର ଲିକ ଦୁର୍ନୀତିକୁ ନେଇ ଏପରି ବିବାଦ ଦେଖାଯାଇଛି।

ଲକ୍ଷ୍ନୌର ଡାଓସେସ୍‌ ବିଶପ ମୌରିସ ଏଡଗର ଡାନ ଅଭିଯୋଗ କରିଥିଲେ ଯେ ପେପର ଲିକ ସହ ଜଡ଼ିତ କୋଟି କୋଟି ଟଙ୍କା ଦୁର୍ନୀତିରେ ସ୍କୁଲ ସାମିଲ ରହିଛି। ଫେବୃଆରୀ ୧୧ରେ UPPSC Review Officer-Assistant Review Officer (RO-ARO) ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିଲା।

ବିଶପ ମୌରିସ କହିଥିଲେ, ପେପର ଲିକ୍‌ ମାମଲାରେ ସ୍କୁଲର କର୍ମଚାରୀ ବିନୀତ ଯଶୱନ୍ତଙ୍କୁ ଏସଟିଏଫ ଗିରଫ କରିଥିଲା। ସେହିପରି ପେପର ଲିକ୍‌ ସହ ପ୍ରିନ୍ସିପାଲ ପାରୁଲ ସୋଲୋମୋନଙ୍କ ସମ୍ପର୍କ ରହିଛି। ଏଥିପାଇଁ ତାଙ୍କୁ ବିଦା କରାଯାଇଥିଲା।

ପ୍ରୟାଗରାଜରେ ଫେବୃଆରୀ ୧୧ରେ ପରୀକ୍ଷା ଆରମ୍ଭ ହେବା ପୂର୍ବ ପ୍ରଶ୍ନପତ୍ର ଲିକ ହୋଇଥିଲା। ୟୁପି ଏସଟିଏଫ ୧୦ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ବିଶପ ଜନସନ ବାଳିକା ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ଆଡମିନଷ୍ଟ୍ରେଟର ବିନୀତ ଯଶୱନ୍ତ ମଧ୍ୟ ରହିଥିଲେ। ଏହି ପରୀକ୍ଷା କେନ୍ଦ୍ରରୁ ସକାଳ ୬.୩୦ରେ ପ୍ରଶ୍ନପତ୍ରକୁ ମୋବାଇଲରେ ଉଠାଇଯାଇ ଲିକ କରାଯାଇଥିଲା।

ତେଣୁ ପାରୁଲଙ୍କୁ ବଳପୂର୍ବକ ହଟାଯାଇଛି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବିଶପଙ୍କ ସହ ଏକାଧିକ ଲୋକ ପ୍ରିନ୍ସିପାଲଙ୍କ ଅଫିସରେ ପଶୁଛନ୍ତି ଓ ସେମାନେ ପାରୁଲଙ୍କ ମୋବାଇଲ ଫୋନ ସିଜ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ପାରୁଲ ନ ଛୁଇଁବାକୁ ବାରମ୍ବାର କହୁଛନ୍ତି।

ଆଉ ଏକ ଭିଡିଓରେ ଜଣେ ମହିଳା କର୍ମଚାରୀ ପାରୁଲଙ୍କ ମୋବାଇଲ ଫୋନ ଛଡ଼ାଇ ନେଉଛନ୍ତି। ଏହାପରେ ତାଙ୍କୁ ଚେୟାରରୁ ବଳପୂର୍ବକ କିଛି କର୍ମଚାରୀ ହଟାଇବାକୁ ଚେଷ୍ଟା କରୁଛନ୍ତି। ବେଶ କିଛି ସମୟର ଟଣାଓଟାର ପରେ ପାରୁଲଙ୍କୁ ସିଟ୍‌ରୁ ହଟାଇ ଦିଆଯାଇଥିଲା। ଏହାପରେ ଶେରଲୟନ ମାସୀଙ୍କୁ ସ୍କୁଲର ନୂଆ ପ୍ରିନ୍ସିପାଲ ଭାବେ ଅବସ୍ଥାପିତ କରାଯାଇଛି।

ବିଶନ ଡାନଙ୍କ କହିବା କଥା ଯେ ପାରୁଲଙ୍କ ବହିଷ୍କାର ପରେ ମାସୀଙ୍କୁ ନୂଆ ପ୍ରିନ୍ସିପାଲ ଭାବେ ନିଯୁକ୍ତି ମିଳିଥିଲା। ହେଲେ ମାସୀ ଦାୟିତ୍ୱ ନେବାକୁ ଆସିଲା ବେଳକୁ ପାରୁଲ ତାଙ୍କୁ ଅଫିସରେ ପୂରାଇ ଦେଇ ନଥିଲେ। ସେ ଅଫିସରେ ଭିତର ପଟୁ ତାଲା ପକାଇ ଦେଇଥିଲେ। ଧକ୍କା ମାରି ଅଫିସର କବାଟ ଖୋଲା ଯାଇଥିଲା ଓ କିଛି ଶିକ୍ଷକ ପାରୁଲଙ୍କୁ ଚେୟାରରୁ ହଟାଇଥିଲେ।

ଘଟଣା ପରେ ପାରୁଲ ଦୁର୍ବବ୍ୟହାର ଅଭିଯୋଗ ନେଇ ଗୋଟିଏ ମାମଲା ରୁଜୁ କରିଛନ୍ତି। ହେଲେ ବିଶପ ତାଙ୍କର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥିସହ ପୂରା ଘଟଣାର ଭିଡିଓ ରେକର୍ଡିଂ ରହିଥିବା ସେ କହିଛନ୍ତି।

Uttar Pradesh Police Viral