Advertisment

ଗଛରେ ବିରାଟ ଅଜଗର, ଭିଡିଓ ଭାଇରାଲ୍

କୌଣସି ଜଙ୍ଗଲ କି ପଶୁ ଉଦ୍ୟାନରେ ନୁହେଁ, ବରଂ ଘରର ଛାତ ଉପରେ ଏତେ ବଡ ଅଜଗର ଦେଖି ଭୟଭିତ ହୋଇ ପଡିଛନ୍ତି ସ୍ଥାନୀୟ ଲୋକ।

Python On Tree

Python On Tree

Advertisment

ବିରାଟ ଅଜଗର ଦେଖି ଲୋକେ ଭୟଭିତ। କୌଣସି ଜଙ୍ଗଲ କି ପଶୁ ଉଦ୍ୟାନରେ ନୁହେଁ, ବରଂ ଘରର ଛାତ ଉପରେ ଏତେ ବଡ ଅଜଗର ଦେଖି ଭୟଭିତ ହୋଇ ପଡିଛନ୍ତି ସ୍ଥାନୀୟ ଲୋକ। ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ଫିଲ୍ଡିରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏକ ବିରାଟ ଅଜଗର ଛାତ ଦେଇ ଗଛ ଉପରକୁ ଚଢୁଛି, ସୋଶାଲ୍ ମିଡିଆରେ ଘୂରି ବୁଲିଥିବା ଏ ଦୃଶ୍ୟ ବାସ୍ତବରେ ଭୟାନକ।

Advertisment

ସାପ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା। ଜଣେ ବ୍ୟକ୍ତି ଏହି ସମୟର ଭିଡିଓ ରେକର୍ଡ କରି ପୋଷ୍ଟ କରିଛନ୍ତି। ଭିଡିଓ ସାପଟି ଏତେ ବଡ ଦେଖାଯାଉଛି ଯେ, ଦୁଇଟି ଗଛରେ ତାର ଶରୀର ରହିବା ପରେ ଅନ୍ୟ କିଛି ଅଂଶ ଛାତରେ ରହିଛି। ଏପରି ଭୟାନକ ଦୃଶ୍ୟ ଦେଖି ଏକ ଶିଶୁ ଭୟରେ କାନ୍ଦୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। 

Advertisment

ଜଣେ ସାପ ଧରାଳି ଅଷ୍ଟ୍ରେଲିଆର ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ, ସାପମାନେ ଏପରି ଭାବରେ ଗତି କରିବା ସାଧାରଣ କଥା। ସେମାନେ ପକ୍ଷୀ ଶିକାର ପାଇଁ କିମ୍ୱା ନିଜକୁ ରକ୍ଷା କରିବା ପାଇଁ ଏପରି ଉଚ୍ଚ ସ୍ଥାନକୁ ଯାଇଥାନ୍ତି। ଅଜଗର ବହୁତ ଓଜନ ହୋଇଥିଲେ ମଧ୍ୟ ସୂକ୍ଷ୍ମ ଗଛ ଉପରେ ମାଂସପେଶୀକୁ ସନ୍ତୁଳନ ରଖିରେ ଗଛରେ ଆତଯାତ କରିପାରନ୍ତି। 

Python Python In Australia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe