Advertisment

ଅହମଦାବାଦ ରାସ୍ତାକଡରେ ଶୋଇଥିବା ଲୋକଙ୍କୁ ଟଙ୍କା ବାଣ୍ଟିଲେ ଆଫଗାନିସ୍ତାନ କ୍ରିକେଟର

ସ୍ୱଦେଶ ଫେରିଯିବା ପୂର୍ବରୁ ଆଫଗାନିସ୍ତାନ ଓପନର୍ ରହମୁଲ୍ଲା ଗୁରବାଜ୍ କିଣି ନେଇଛନ୍ତି ଭାରତୀୟଙ୍କ ମନ।

ଅଦ୍ୟତନ ହୋଇଛି
Rahmanullah Gurbaz

Rahmanullah Gurbaz

Advertisment

ଚଳିତ ବିଶ୍ୱକପ୍ ସେମି ରେସରୁ ବାଦ୍ ପଡିଛି ଆଫଗାନିସ୍ତାନ। ତଥାପି ଟିମ୍ ପ୍ଲେୟରଙ୍କ ପ୍ରଦର୍ଶନକୁ ମିଳିଛି କୋଟି କୋଟି କ୍ରିକେଟ ପ୍ରେମୀଙ୍କ ପ୍ରଶଂସା। ଏହାରି ମଧ୍ୟରେ ସ୍ୱଦେଶ ଫେରିଯିବା ପୂର୍ବରୁ ଆଫଗାନିସ୍ତାନ ଓପନର୍ ରହମୁଲ୍ଲା ଗୁରବାଜ୍ କିଣି ନେଇଛନ୍ତି ଭାରତୀୟଙ୍କ ମନ।

Advertisment

ଦୀପାବଳିରେ ସବୁଠି ସେଲିବ୍ରେସନର ମାହୋଲ ଚାଲିଥିବା ବେଳେ ଦୁଃଖି-ରଙ୍କିଙ୍କ ମନ କଥା ବୁଝିଛନ୍ତି ଗୁରବାଜ୍। ଅହମଦାବାଦର ରାସ୍ତାକଡରେ ଶୋଇଥିବା କିଛି ଲୋକଙ୍କୁ ଅରବାଜ୍ ପାଞ୍ଚ ଶହ ଟଙ୍କିଆ ନୋଟ୍ ଦାନ କରୁଥିବାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାରଇଲାର୍ ହେଉଛି।

Advertisment

ସବୁଠୁ ବଡ କଥା ହେଉଛି କି, ଗୁରବାଜ୍ ଦିବାଲୋକରେ କି ଦାନ କରୁଥିବା ଲୋକଙ୍କୁ ଜଣାଇ ଟଙ୍କା ଦେଇନାହାନ୍ତି, ବରଂ ସମସ୍ତେ ଶୋଇ ପଡିଥିବା ସମୟରେ ନିଶବ୍ଦ ରାତି ପ୍ରାୟ 3ଟାରେ ଅର୍ଥ ଦାନ କରିଛନ୍ତି। ଗୁରବାଜଙ୍କ ଏହି ମହାନତା କୋଟି କୋଟି ଲୋକଙ୍କ ମନ କିଣିନେଇଛି। 

Diwali Rahmanullah Gurbaz Gurbaz Viral Video Afghanistan Cricketer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe