Advertisment

ଭାଇରାଲ ହେଉଛି ରାହୁଲ ଡ୍ରାଭିଡଙ୍କ ପୁଅ ସମିତଙ୍କ ଭିଡିଓ

ବିସିସିଆଇ ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍ ପଦବୀରେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦେଇଛି।

ଅଦ୍ୟତନ ହୋଇଛି
Rahul Dravid

Rahul Dravid

Advertisment

ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡଙ୍କ ପୁଅ ସମିତଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ହେଉଛି ଚଳିତ କୁଚ୍ ବେହାର ଟ୍ରଫିରେ ଗତକାଲି ଶେଷ ହୋଇଥିବା ଜମ୍ମୁ ଓ କଶ୍ମୀର ବନାମ କର୍ଣ୍ଣାଟକା ମ୍ୟାଚ୍‌ ବେଳର। ଏହି ମ୍ୟାଚ୍‌ରେ କର୍ଣ୍ଣାଟକା ଗୋଟିଏ ଇନିଂସ ଓ ୧୩୦ ରନ୍‌ରେ ବିଜୟୀ ହୋଇଥିଲା। ଆଉ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ରାହୁଲ ଡ୍ରାଭିଡଙ୍କ ପୁଅ ସମିତ।

Advertisment

୧୮ ବର୍ଷୀୟ ସମିତ ୯୮ ରନ୍ କରିବା ସହିତ ୩ଟି ୱିକେଟ୍ ନେଇଥିଲେ। ଭାଇରାଲ ଭିଡିଓରେ ସମିତଙ୍କର କିଛି ବଢ଼ିଆ କଭର ଡ୍ରାଇଭ ଦେଖିବାକୁ ମିଳିଛି, ଯାହା ତାଙ୍କ ବାପାଙ୍କ ଷ୍ଟାଇଲକୁ ମନେ ପକାଇ ଦେଉଛି।

ନିକଟରେ ନିଜ କାର୍ଯ୍ୟରୁ ବିରତି ନେଇ କୁଚ ବେହାର ଟ୍ରଫିରେ ପୁଅର ଖେଳ ଦେଖିବାକୁ ଯାଇଥିଲେ ରାହୁଲ ଡ୍ରାଭିଡ। ଉକ୍ତ ମ୍ୟାଚ୍‌ରେ ଉତ୍ତରାଖଣ୍ଡ ବିପକ୍ଷରେ ଖେଳୁଥିଲା କର୍ଣ୍ଣାଟକା।

Advertisment

ବିସିସିଆଇ ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍ ପଦବୀରେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦେଇଛି। ରାହୁଲଙ୍କ ସହିତ ଅନ୍ୟ ସପୋର୍ଟ ଷ୍ଟାଫଙ୍କ କାର୍ଯ୍ୟକାଳକୁ ମଧ୍ୟ ବୃଦ୍ଧି କରାଯାଇଛି। 

ଗତମାସରେ ୨୦୨୩ ବିଶ୍ୱକପ୍ କ୍ରିକେଟ୍ ଶେଷ ହେବା ସହିତ ମୁଖ୍ୟ କୋଚ୍ ଭାବେ ରାହୁଲଙ୍କ ୨ ବର୍ଷିଆ ଚୁକ୍ତି ଶେଷ ହୋଇଯାଇଥିଲା।

Rahul Dravid Samit Rahul Dravid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe