Advertisment

ରାବଣ ପୋଡ଼ି ନା 'ନ୍ୟୁକ୍ଲିୟର ବ୍ଲାଷ୍ଟ', ଭାଇରାଲ ହେଉଛି ଭିଡିଓ

ବିସ୍ଫୋରଣ ସେତିକି ଭୟଙ୍କର ଥିଲା, ଯେମିତି ରାବଣ ପୋଡ଼ି ନୁହେଁ କୌଣସି ଆଣବିକ ବିସ୍ଫୋରଣ।

Ravan Dahan

Ravan Dahan

Advertisment

ଦଶହରା ଅବସରରେ ରାବଣ ଦହନ ସମୟରେ ଏକ ଭୟଙ୍କର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲେ ହେଉଛି। ରାବଣ ପ୍ରତିମୂର୍ତ୍ତି ଦହନ ସମୟରେ ଏପରି ବିସ୍ଫୋରଣ ହୋଇଥିଲା, ଯାହା ଅତ୍ୟନ୍ତ ଭୟଙ୍କର। ସୌଭାଗ୍ୟବଶତଃ ଏଥିରେ ଲୋକଙ୍କର କୌଣସି ପ୍ରକାର କ୍ଷତି ହୋଇନାହିଁ।

Advertisment

ସୋଶାଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓକୁ ନେଟିଜେନ୍ସ 'ନ୍ୟୁକ୍ଲିୟର୍ ବ୍ଲାଷ୍ଟ' ସହ ତୁଳନା କରିଛନ୍ତି। କାରଣ ବିସ୍ଫୋରଣ ସେତିକି ଭୟଙ୍କର ଥିଲା, ଯେମିତି ରାବଣ ପୋଡ଼ି ନୁହେଁ କୌଣସି ଆଣବିକ ବିସ୍ଫୋରଣ।

ଜଣେ ସୋଶାଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓ ଶେଆର୍ କରି ଲେଖିଛନ୍ତି, ''ରାବଣ ପୋଡ଼ି ସହ ନ୍ୟୁକ୍ଲିୟର ବୋମା ପରୀକ୍ଷଣ ବି ସଫଳ।'' 

Advertisment

ଦଶହରା ବା ବିଜୟାଦଶମୀ ହିନ୍ଦୁମାନଙ୍କ ଏକ ବଡ଼ ପର୍ବ। ଅଧର୍ମ ଓ ଅସତ୍ୟ ଉପରେ ଧର୍ମ ଓ ସତ୍ୟର ବିଜୟ ଭାବେ ଏହାକୁ ମନାଯାଏ। ରାବଣର ଦହନ କରି ପୃଥିବୀରୁ କୁଶକ୍ତିର ବିନାଶ କରିବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ପ୍ରତିବର୍ଷ ଦଶହରା ଅବସରରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥାଏ।  

ଦେଶର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ପାଳନ କରାଯାଏ। ମାତ୍ର ଭାଇରାଲ୍ ହେଉଥିବା ଭିଡିଓ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନାହିଁ। 

Viral Video Ravan Dahan Ravan Dahan Viral Video Dussehra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe