Advertisment

କୁକୁର ସହ ବନ୍ଧୁତା କରିବା ପରେ ୧.୭ ଲକ୍ଷ ଟଙ୍କାର ସାଇକେଲ ନେଇ ଛୁ

ଆମେରିକାର ସାନ ଡିଆଗୋ ପୁଲିସ୍‌ ବିଭାଗ ପକ୍ଷରୁ ଗୋଟିଏ ସିସିଟିଭି ଫୁଟେଜ ଇନଷ୍ଟାଗ୍ରାମରେ ପୋଷ୍ଟ କରା ଯାଇଛି।

Dog

Dog

Advertisment

ଯଦି କୌଣସି ଚୋର ଓ କୁକୁରର ମୁହାଁମୁହିଁ ହେବେ, ତା’ହେଲେ କ’ଣ ଘଟିବ? କୁକୁର ନିଶ୍ଚିତ ଭାବେ ଭୋକିବା ସହ ସମସ୍ତଙ୍କୁ ଏନେଇ ସତର୍କ କରାଇ ଦେବ। କିନ୍ତୁ ସାମ୍ନାକୁ ଆସିଥିବା ସିସିଟିଭିରେ ଦେଖିବାକୁ ମିଳୁଛି ଯେ ଗୋଟିଏ ଚୋର ଲୁଟ କରିବା ପୂର୍ବରୁ କୁକୁର ସହ ଖେଳିଥିଲା। ଏହାପରେ ତା’ ସହ ବନ୍ଧୁତା କରି ୧୩୦୦ ଡଲାର ବା ୧,୦୭,୫୫୫ ଟଙ୍କାର ଗୋଟିଏ ସାଇକେଲ ବେଶ ସହଜରେ ଗ୍ୟାରେଜରୁ ଲୁଟ କରି ନେଇଯାଇଛି। 

Advertisment

ଆମେରିକାର ସାନ ଡିଆଗୋ ପୁଲିସ୍‌ ବିଭାଗ ପକ୍ଷରୁ ଗୋଟିଏ ସିସିଟିଭି ଫୁଟେଜ ଇନଷ୍ଟାଗ୍ରାମରେ ପୋଷ୍ଟ କରା ଯାଇଛି। ଏହି ଭିଡିଓରେ ଥିବା ଚୋର ସମ୍ପର୍କରେ ତଥ୍ୟ ଯୋଗାଡ଼ ପାଇଁ ପୁଲିସ୍‌ ସମସ୍ତଙ୍କ ସହଯୋଗ ଲୋଡ଼ିଛି।

ସାମ୍ନାକୁ ଆସିଥିବା ଭିଡିଓରେ ଚୋର ଜଣକ ଗୋଟିଏ ଗୋଲଡେନ ରେଟ୍ରାଇଭର ପ୍ରଜାତିର କୁକୁରକୁ ଗେହ୍ଲ କରିବା ସହ ତାକୁ ଆଉଁସି ଦେଉଥିବା ଦେଖିବାକୁ ମିଳୁଛି। କୁକୁରଟି ମଧ୍ୟ ଉକ୍ତ ଅଜଣା ବ୍ୟକ୍ତି ସହ ବନ୍ଧୁତା କରି ତା’ ପଛପଛରେ ଲାଙ୍ଗୁଡ଼ ହଲାଇ ବୁଲୁଛି। ଏହାର ଫାଇଦା ଉଠାଇ ଚୋରଟି ଦାମୀ ସାଇକେଲ ଚୋରି କରିନେଇଛି। 

Advertisment

ପୁଲିସ୍‌ ଏହି ଭିଡିଓକୁ ଶେୟାର କରି କହିଛି, “୨୦୨୩ ମସିହା ଜୁଲାଇ ୧୫ ତାରିଖ ରାତି ପ୍ରାୟ ୧୦.୪୦ ମିନିଟରେ ଜଣେ ଅଚିହ୍ନା ବ୍ୟକ୍ତି ପ୍ୟାସିଫିକ ବିଚ୍‌ ନିକଟରେ ଥିବା ଗୋଟିଏ ଗ୍ୟାରେଜରେ ପ୍ରବେଶ କରିଥିଲା। ସେ ୨୦୧୯ ମସିହାର ବ୍ଲାକ ଇଲେକ୍ଟ୍ରା ୩ ସ୍ପିଡ ସାଇକେଲ ସେଠାରୁ ନେଇ ଚାଲି ଯାଇଛି। ଏହାର ମୂଲ୍ୟ ପ୍ରାୟ ୧,୩୦୦ ଡଲାର ହେବ।”

ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ଦେବାକୁ ଯାଇ ପୁଲିସ୍‌ କହିଛି, “ଅଭିଯୁକ୍ତ ଜଣକ ଶ୍ୱେତାଙ୍ଗ ବ୍ୟକ୍ତି। ସେ ଧଳା ଓ ବ୍ଲ୍ୟୁ ରଙ୍ଗର ଟୋପି, ଗ୍ରେ ଶାର୍ଟ, ବ୍ଲ୍ୟୁ ଶର୍ଟ ଓ କମଳା ରଙ୍ଗର ଆଥଲେଟିକ ଜୋତା ପିନ୍ଧି ଥିଲା। ସେ କାନ୍ଧରେ କଳା ଓ ବ୍ଲ୍ୟୁ ରଙ୍ଗର ବ୍ୟାଗ ମଧ୍ୟ ପକାଇଥିଲା।”

ଏହି ଭିଡିଓକୁ ଅନେକ ଲୋକ ଶେୟାର କରୁଥିବା ବେଳେ ଗୋଲ୍ଡେନ ରେଟ୍ରାଇଭର ପ୍ରଜାତିର କୁକୁର ସୁରକ୍ଷା ପାଇଁ ଆଦୌ ଉପଯୁକ୍ତ ନୁହନ୍ତି ବୋଲି ମତ ଦେଇଛନ୍ତି। ପୁଲିସ୍‌ ଏଯାଏ ଚୋରକୁ ମଧ୍ୟ ଗିରଫ କରିପାରି ନାହିଁ।

USA Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe