Advertisment

ସମ୍ଭାଳି ପାରିଲାନି କାମ ପ୍ରେସର, ଆତ୍ମହତ୍ୟା କରିଦେଲା ରୋବଟ୍‌

କାମ ଚାପ ସହ୍ୟ ନ କରିପାରି ଗୋଟିଏ ରୋବଟ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ ଅଫିସର ପାହାଚରୁ ତଳକୁ ଡେଇଁ ନିଜ ଜୀବନ ହାରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Robot

Robot

ସାମ୍ନାକୁ ଆସିଛି ବିଶ୍ୱାସ ନ ହେବା ଭଳି ଗୋଟିଏ ଘଟଣା। ପୂର୍ବରୁ ଆପଣମାନେ ମଣିଷ ଆତ୍ମହତ୍ୟା କରୁଥିବା କଥା ଶୁଣିଥିବେ ଓ ଦେଖିଥିବେ। କିନ୍ତୁ ଏବେ ଗୋଟିଏ ରୋବଟ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି।

Advertisment

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଦକ୍ଷିଣ କୋରିଆରେ ଏପରି ଘଟଣା ଘଟିଛି। କାମ ଚାପ ସହ୍ୟ ନ କରିପାରି ଗୋଟିଏ ରୋବଟ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ ଅଫିସର ପାହାଚରୁ ତଳକୁ ଡେଇଁ ନିଜ ଜୀବନ ହାରିଛି। ତେବେ ରୋବଟଟି କେଉଁ ପରିସ୍ଥିତିରେ ଏପରି ପଦକ୍ଷେପ ନେଇଛି, ତା’ର ତଦନ୍ତ ବୈଜ୍ଞାନିକମାନେ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ କୋରିଆର ଗୁମି ସିଟି ପରିଷଦରେ ରୋବଟଟି ପ୍ରଶାସନିକ ଅଧିକାରୀ ଭାବେ କାମ କରୁଥିଲା। ରୋବଟ ସୁପରଭାଇଜର ଭାବେ କାମ କରୁଥିବା ଏହି ରୋବଟଟି ଗତ ଗୁରୁବାର ଅପରାହ୍ନ ୪ଟାରେ ଜୀବନ ହାରିଛି।

Advertisment

କାଉନସିଲ ବିଲଡିଂର ପ୍ରଥମ ଓ ଦ୍ୱିତୀୟ ମହଲା ମଧ୍ୟରେ ଥିବା ସିଡ଼ି ତଳୁ ତା’ର ଖଣ୍ଡବିଖଣ୍ଡିତ ଯନ୍ତ୍ରାଂଶ ମିଳିଛି। ଜୀବନ ହାରିବା ପୂର୍ବରୁ ରୋବଟଟି ଆଶ୍ଚର୍ଯ୍ୟଜନକ ଭାବେ ବ୍ୟବହାର କରୁଥିଲା। ଗୋଟିଏ ସ୍ଥାନରେ ସେ ବାରମ୍ବାର ବୁଲୁଥିଲା। ଏହାପରେ ସେ ତଳକୁ ଡେଇଁ ଜୀବନ ହାରିଥିବା କୁହାଯାଉଛି।

ପରିଷଦ କାର୍ଯ୍ୟରେ ସହଯୋଗ କରୁଥିବା ରୋବଟର ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଚିକିତ କରିଛି। ରୋବଟଟି ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ପ୍ରଶାସନିକ କାର୍ଯ୍ୟ କରୁଥିଲା। ସେ ଲୋକଙ୍କ ପାଖରେ ଯାଇ ମଧ୍ୟ ପହଞ୍ଚୁଥିଲା। ପରିଷଦର ଜଣେ ଅଧିକାରୀ କହିଛନ୍ତି ଯେ ଏହି ରୋବଟ ଗତ ଏକ ବର୍ଷ ଧରି ଗୁମି ସହରର ବାସିନ୍ଦାଙ୍କୁ ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ କରି ଆସୁଥିଲା।

ପାହାଚରୁ ଡେଇଁବା ପୂର୍ବରୁ ସେ ଏମିତି କିଛି ଆଚରଣ ପ୍ରଦର୍ଶନ କରିଥିଲା, ​​ଯାହା ଆତ୍ମହତ୍ୟା ଆଡ଼କୁ ଇଙ୍ଗିତ କରୁଛି। ଏହି ରୋବଟଟି ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରୁଥିଲା। ଏହାର ନିଜସ୍ୱ ଜନସେବା କାର୍ଡ ମଧ୍ୟ ଥିଲା।

ଦକ୍ଷିଣ କୋରିଆ ରୋବଟର ବ୍ୟବହାର ବେଶ ଅଧିକ। ଏଠାରେ ପ୍ରତି ୧୦ ଜଣ କର୍ମଚାରୀଙ୍କ ମଧ୍ୟରେ ଜଣେ ରୋବଟ ରହିଥାଏ। ଦୁନିଆରେ ଏଠାରେ ସର୍ବାଧିକ ସଂଖ୍ୟକ ରୋବଟ୍ ରହିଛନ୍ତି।

South Korea Robot