Advertisment

କଥା ଦେଇ କଥା ରଖିଲେ, ଲିଭିଙ୍ଗଷ୍ଟୋନଙ୍କୁ ଛକା ମାରିଲେ ରୋହିତ ଶର୍ମା

ଏବେ ପୁଣି ରୋହିତ ଶର୍ମାଙ୍କ ଗୋଟିଏ ଭିଡିଓ ଭାଇରାଲ ହେଉଛି।

author-image
Hemant Lenka
Rohit

Rohit

ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ ଷ୍ଟମ୍ପ ମାଇକ୍‌ ମଧ୍ୟରେ ସମ୍ପର୍କ ବେଶ ପୁରୁଣା। ରୋହିତ ପାରମ୍ପରିକ ମୁମ୍ବାଇର ସାଧାରଣ ଲୋକଙ୍କ ଭଳି ପଡ଼ିଆ ମଝିରେ କହୁଥିବା କଥା ଷ୍ଟମ୍ପ ମାଇକରେ ଅନେକ ଥର ରେକର୍ଡ ହୋଇ ଭାଇରାଲ ହେବାର ନିଜର ରହିଛି। ଏବେ ପୁଣି ରୋହିତ ଶର୍ମାଙ୍କ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏଥିରେ ମଧ୍ୟ ରୋହିତଙ୍କ ମୁମ୍ବାଇ ଷ୍ଟାଇଲର ଝଲକ ରହିଛି। 

Advertisment

ଗତକାଲି ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌ରେ ରୋହିତ ବ୍ୟାଟିଂ କରିବା ବେଳେ ନନଷ୍ଟ୍ରାଇକରେ ଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ମୁମ୍ବାଇର ସାଧାରଣ ଲୋକଙ୍କ ଭଳି କହୁଥିବା କଥା ଷ୍ଟମ୍ପ ମାଇକରେ ରେକର୍ଡ ହୋଇଛି।

ରୋହିତ ବ୍ୟାଟିଂ ବେଳେ ସୂର୍ଯ୍ୟଙ୍କୁ କହିଥିବା କଥା ମଧ୍ୟ ପୂରଣ କରି ଦେଖାଇଛନ୍ତି। ସେ ଷ୍ଟ୍ରାଇକକୁ ଯିବା ବେଳେ ଇଂଲଣ୍ଡର ସ୍ପିନର ଲିଆମ ଲିଭିଙ୍ଗଷ୍ଟୋନ ବୋଲିଂ କରୁଥିଲେ। ଏହି ସମୟରେ ରୋହିତ କହିଥିଲେ ଯେ “ଉପର ଦେଗା ତୋ ଦେତା ହୁଁ ନା’।

Advertisment

ଏହାର ଅର୍ଥ ଯଦି ଲିଭିଙ୍ଗଷ୍ଟୋନ ଉପରେ ପକାଇବେ, ତା’ହେଲେ ବଲକୁ ସେ ଛକା ମାରିବେ। ସତକୁ ସତ ୧୧ତମ ଓଭରର ଶେଷ ବଲ ଲିଭିଙ୍ଗଷ୍ଟୋନ ଉପରେ ପକାଇଥିଲେ ଓ ଏହାକୁ ରୋହିତ ଲଙ୍ଗଅନରେ ଛକା ମାରି ଦେଇଥିଲେ। ଏବେ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରୋହିତ ଛକା ମାରି ନିଜର ୫୦ ଓ ଭାରତର ୧୦୦ ରନ ପୂରଣ କରିଥିଲେ। ରୋହିତ ଦଳ ପାଇଁ ସର୍ବାଧିକ ୫୭ ରନର ଇନିଂସ ଖେଳିବା ପରେ ଆଦିଲ ରଶିଦଙ୍କ ବଲରେ ଆଉଟ ହୋଇଥିଲେ। କିନ୍ତୁ ଭାରତ ବେଶ ସହଜରେ ଇଂଲଣ୍ଡକୁ ହରାଇ ଫାଇନାଲ ଟିକେଟ ହାତେଇଥିଲା।

Rohit Sharma INDvsENG T20 World Cup