Advertisment

ଅଜଗର ସହ କରୁଥିଲେ ମସ୍ତି, ପାନେ ପାଇଲେ ଯୁବକ

ବିଷଧର ଜୀବଙ୍କଠୁ ସବୁବେଳେ ଦୂରତା ବଜାୟ ରଖିବା ଉଚିତ । ସେମାନଙ୍କ ନିକଟକୁ ଗଲେ ଓ ସେମାନଙ୍କୁ ଉସକାଇବାକୁ ଚେଷ୍ଟା କଲେ ଏହାର ସାଂଘାତିକ ପରିଣାମ ଭୋଗିବାକୁ ପଡ଼ିପାରେ।

author-image
Niharika Rout
ଅଦ୍ୟତନ ହୋଇଛି
Snake Bite

Snake Bite

ବିଷଧର ଜୀବଙ୍କଠୁ ସବୁବେଳେ ଦୂରତା ବଜାୟ ରଖିବା ଉଚିତ । ସେମାନଙ୍କ ନିକଟକୁ ଗଲେ ଓ ସେମାନଙ୍କୁ ଉସକାଇବାକୁ ଚେଷ୍ଟା କଲେ ଏହାର ସାଂଘାତିକ ପରିଣାମ ଭୋଗିବାକୁ ପଡ଼ିପାରେ। ଏପରି ଏକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ଭିଡିଓରେ ଜଣେ ଯୁବକ ଏକ ଅଜଗର ସହ ମସ୍ତି କରୁଥିବା ଦେଖିବାକୁ ମିଳୁଛି। ଯୁବକଜଣକ ବିଶାଳକାୟ ଅଜଗରର ବେକକୁ ଧରି ନିଜ ମୁହଁ ପାଖକୁ ନେଉଥିଲେ। ମାତ୍ର ତତ୍‌କ୍ଷଣାତ ଅଜଗରଟି ଯାହା କଲା ସେଥିପାଇଁ ଯୁବକଜଣକ ପ୍ରସ୍ତୁତ ନ ଥିଲେ। ଫଳରେ ତାଙ୍କୁ ଲାଗିଲା ସାଂଘାତିକ ଝଟକା।

ଯୁବକଜଣକ ଭିଡିଓ କରିବା ନିଶାରେ ମସ୍ତ ଥିବା ବେଳେ ଅଜଗରଟିକୁ ନିଜ ମୁହଁ ପାଖକୁ ନେଇଥିଲେ। ମାତ୍ର ହଠାତ୍‌ ଅଜଗରଟି ଯୁବକଙ୍କୁ ଜୋରରେ କାମୁଡ଼ି ଦେଇଥିଲା। ଫଳରେ ଯୁବକଜଣକ ଜୋରରେ ଚିତ୍କାର କରିବା ସହ ବହୁ କଷ୍ଟରେ ଅଜଗରକୁ ନିଜଠୁ ଦୂରେଇ ଥିଲେ।

Advertisment

ଏହା ପରେ ବି ସାହସ ଛାଡ଼ି ନ ଥିବା ଯୁବକଜଣକ ଅଜଗର ପାଟିରେ ହାତ ପଶାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ଏବେ ସମ୍ପୃକ୍ତ ଯୁବକଙ୍କ ଅବସ୍ଥା କିପରି ଅଛି ଓ ଏହି ଭିଡିଓ କେଉଁଠିକାର ତାହା ସ୍ପଷ୍ଟ ହୋଇ ପାରିନି।

ମାତ୍ର ୩୨ ସେକେଣ୍ଡର ଏହି ଭିଡିଓକୁ ‘ଦି ରିଅଲ ଟାର୍ଜନ’ ନାମକ ଆକାଉଣ୍ଟରୁ ଇନଷ୍ଟାଗ୍ରାମରେ ଶେଆର କରାଯାଇଛି। ୨ ଦିନ ପୂର୍ବେ ପୋଷ୍ଟ ହୋଇଥିବା ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏହାକୁ ଦେଖି ୟୁଜର୍ସଙ୍କ ଲୋମ ଟାଙ୍କୁରି ଉଠୁଛି। ଏପରିକି ବହୁ ୟୁଜର୍ସ ସମ୍ପୃକ୍ତ ଯୁବକଙ୍କୁ କମେଣ୍ଟ କରିବାକୁ ପଛାଉ ନାହାନ୍ତି।

Viral Video Snake Bite