Advertisment

ଶୁବମନ ମାରିଲେ ଅର୍ଦ୍ଧଶତକ, ଭାଇରାଲ୍‌ ହେଲେ ସାରା ତେନ୍ଦୁଲକର

ଶୁବମନ ୫୫ଟି ବଲ୍‌ରୁ ୫୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ୫ଟି ଚୌକା ଓ ୨ଟି ଛକା ମାରିଥିଲେ।

author-image
Jitendra Garnayak
Shubaman Gill and Sara

Shubaman Gill and Sara

ଡେଙ୍ଗୁରେ ପୀଡ଼ିତ ହେବା ଯୋଗୁ ବିଶ୍ୱକପ୍ କ୍ରିକେଟର ପ୍ରଥମ ଦୁଇଟି ମ୍ୟାଚ୍ ଖେଳି ପାରି ନଥିବା ଶୁବମନ ଗିଲ୍ ଅକ୍ଟୋବର ୧୪ ତାରିଖରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌କୁ ଫେରିଥିଲେ। ସେହି ମ୍ୟାଚ୍‌ରେ ସେ ମାତ୍ର ୧୬ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ। କିନ୍ତୁ ଗତକାଲି ବାଂଲାଦେଶ ବିପକ୍ଷରେ ଏକ ସୁନ୍ଦର ଅର୍ଦ୍ଧଶତକ କରିଥିଲେ।

Advertisment

ଶୁବମନ ୫୫ଟି ବଲ୍‌ରୁ ୫୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ୫ଟି ଚୌକା ଓ ୨ଟି ଛକା ମାରିଥିଲେ। ତେବେ ସେ ସିନା ଅର୍ଦ୍ଧଶତକ କଲେ, କିନ୍ତୁ ଭାଇରାଲ ହୋଇଗଲେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା।

ସେ ଗତକାଲି ପୁନେର ଏମ୍‌ସିଏ ଷ୍ଟାଡିୟମରେ ବସି ଖେଳ ଦେଖୁଥିଲେ। ଶୁବମନ ଅର୍ଦ୍ଧଶତକ ମାରିବା ପରେ ତାଳି ମାରି ଏହାକୁ ସ୍ୱାଗତ କରିଥିଲେ ସାରା। ତାଙ୍କର ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଅବଶ୍ୟ ଗତକାଲି ସାରା ମ୍ୟାଚ୍ ଦେଖୁଥିବା ବେଳେ ଷ୍ଟାଡିୟମରୁ ତାଙ୍କର ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଛି।

Advertisment

ସେହିପରି କେବଳ ଯେ ଗିଲ୍ ଅର୍ଦ୍ଧଶତକ ମାରିବା ପରେ ସାରା ତାଳି ମାରିଥିଲେ, ତାହା ନୁହେଁ। ମ୍ୟାଚ୍ ପ୍ରାରମ୍ଭରେ ଗିଲ୍‌ଙ୍କ ବ୍ୟାଟରୁ ଏକ ବାଉଣ୍ଡ୍ରୀ ବାହାରିବା ପରେ ମଧ୍ୟ ସେ ତାଳି ମାରି ଏହାକୁ ସ୍ୱାଗତ କରିଥିଲେ।

ସାରା ଓ ଶୁବମନ ଗିଲ୍‌ଙ୍କ ମଧ୍ୟରେ ଭଲ ବନ୍ଧୁତା ଅଛି। ସେମାନେ ସୋଶାଲ ମିଡିଆରେ ପରସ୍ପରକୁ ଫଲୋ କରନ୍ତି। ଏହା ପୂର୍ବରୁ ଅନେକ ମ୍ୟାଚ୍‌ରେ ଗିଲ୍‌ଙ୍କୁ ଦର୍ଶକମାନେ ସାରାଙ୍କ ନାଁ ନେଇ ଚିଡ଼ାଇବା ଦେଖିବାକୁ ମିଳିଛି।

ଗତକାଲି ଟିମ୍ ଇଣ୍ଡିଆ ୭ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲା। ବିରାଟ କୋହଲି ୧୦୩ ରନ୍ କରି ଅପରାଜିତ ରହିଥିଲେ। 

Shubman Gill Sara Tendulkar