Advertisment

କଲେଜ ଛାତ୍ରଙ୍କୁ ପ୍ରବଳ ପିଟିଲେ, ପଶୁଙ୍କ ଭଳି ଗାଲକୁ କାମୁଡ଼ି ଦେଲେ: ଭିଡିଓ ଭାଇରାଲ

ମାଡ଼ ମାରୁଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଯୁବକ କଲେଜ ଛାତ୍ରଙ୍କ ଗାଲକୁ ମଧ୍ୟ ପଶୁଙ୍କ ଭଳି କାମୁଡ଼ି ଦେଇ ରକ୍ତାକ୍ତ କରି ଦେଇଛି।

attack

attack

Advertisment

ନିର୍ଦ୍ଦୟ, ନିଷ୍ଠୁର ଓ ଭୟଙ୍କର। ଯାହା କହିଲେ ବି ସାମ୍ନାକୁ ଆସିଥିବା ଭିଡିଓ ପାଇଁ କମ ପଡ଼ିବ। ଜଣେ କଲେଜ ଛାତ୍ରଙ୍କୁ ୩ ଜଣ ଯୁବକ କେମିତି ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ମାଡ଼ ମାରି ଲହୁଲୁହାଣ କରିଛନ୍ତି, ତା’ର ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ମାଡ଼ ମାରୁଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଯୁବକ କଲେଜ ଛାତ୍ରଙ୍କ ଗାଲକୁ ମଧ୍ୟ ପଶୁଙ୍କ ଭଳି କାମୁଡ଼ି ଦେଇ ରକ୍ତାକ୍ତ କରି ଦେଇଛି। ଆନ୍ଧ୍ର ପ୍ରଦେଶର ଡ ବିଆର ଆମ୍ବେଦକର କୋନାସୀମା ଜିଲ୍ଲାରୁ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି। ୩ ଜଣ ଯୁବକ କଲେଜ ଛାତ୍ରଙ୍କୁ ମାଡ଼ ମାରୁଥିବା ବେଳେ ଜଣେ ଏହାର ଭିଡିଓ ରେକର୍ଡ କରିଛନ୍ତି।

ଆକ୍ରମଣରେ ଲହୁଲୁହାଣ ହୋଇଥିବା ଛାତ୍ର ଜଣଙ୍କ ହେଲେ ଗୁଡାପାଲ୍ଲି ଗାଁର ରାମେଶ୍ୱରପ୍ପା ଜୟସାଇ ଯୁବରାଜୁ। ବର୍ତ୍ତମାନ ତାଙ୍କର ଚିକିତ୍ସା ସ୍ଥାନୀୟ ହସ୍ପିଟାଲରେ ଚାଲିଛି। ଯୁବରାଜୁ ଓ ତାଙ୍କୁ ଆକ୍ରମଣ କରିଥିବା ଛାତ୍ରମାନେ ମଲକିପୁରରେ ଥିବା ଏଏଫଡିଟି ଜୁନିୟର କଲେଜରେ ପଢ଼ନ୍ତି। ଏନେଇ ସ୍ଥାନୀୟ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ ଯୁବରାଜୁ ଦୁଇ ଜଣ ଆକ୍ରମଣକାରୀଙ୍କ ସହ କଥା ହେଉଥିବା ବେଳେ ଆଉ ଜଣେ ତାଙ୍କୁ ପଛ ପଟୁ ନଡିଆ ବାହୁଙ୍ଗାରେ ଆକ୍ରମଣ କରୁଛି। ଏହାପରେ ସେ ତାଙ୍କୁ ପଥର ମଧ୍ୟ ମାଡ଼ କରୁଛି। ଏଥିରେ ଭୟଭୀତ ହୋଇ ଯୁବରାଜୁ ଛାଡ଼ି ଦେବାକୁ ନେହୁରା ହୋଇଥିଲେ ହେଁ ନାଲି ଟି-ଶାର୍ଟ ପିନ୍ଧିଥିବା ଆକ୍ରମଣକାରୀ ଜଣକ ତାଙ୍କୁ ତଳେ ପକାଇ ଦେଉଛନ୍ତି।

ଏହାପରେ ୩ ଜଣ ଯାକ ମିଳିତ ଭାବେ ଯୁବରାଜୁଙ୍କୁ ତଳେ ପକାଇ ବିଧାଗୋଇଠା ମାରିବାରେ ଲାଗିଥିଲେ। ସେମାନେ ତାଙ୍କ ଶାର୍ଟ ଚିରି ଦେଇଥିଲେ। ପ୍ରାୟ ୪ ମିନିଟର ଭିଡିଓରେ ଯୁବରାଜୁଙ୍କ ଉପରେ କେମିତି ଆକ୍ରମଣ ହେଉଛି, ତା’ର ଦୃଶ୍ୟ ରହିଛି। ଜଣେ ଆକ୍ରମଣକାରୀ ହାତରେ ରକ୍ତ ଲାଗିଥିବା ମଧ୍ୟ ଦେଖିବାକୁ ମିଳୁଛି।

ଗୋଟିଏ ସମୟରେ ଦେଖିବାକୁ ମିଳୁଛି ଯେ ଯୁବରାଜୁ ଖାଲି ଦେହରେ ତଳେ ପଡ଼ିଥିବା ବେଳେ ତାଙ୍କୁ ଗୋଇଠା ମରାଯାଉଛି। ଆଉ ଜଣେ ଆକ୍ରମଣକାରୀ କପଡ଼ାରେ ତାଙ୍କ ବେକୁ ପଛ ପଟୁ ଭିଡ଼ି ଧରି ମାଡ଼ ମାରୁଛନ୍ତି।

ଆକ୍ରମଣ ପଛର କାରଣ

ଯୁବରାଜୁ କ୍ଲାସର ମନିଟର। ସେ ବିଶୃଙ୍ଖଳା ନେଇ ୪ ଆକ୍ରମଣକାରୀଙ୍କ ବିରୋଧରେ ଶିକ୍ଷକଙ୍କୁ କହିଥିଲେ। ତେଣୁ ଏହାର ପ୍ରତିଶୋଧ ନେବାକୁ ୪ ଜଣ ଯାକ ଏପରି କରିଛନ୍ତି।

ପ୍ରଥମେ ସେମାନେ ବିଭିନ୍ନ ଆଳ ଦେଖାଇ ଯୁବରାଜୁଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ଡାକିଥିଲେ। ଏହାପରେ ସେଠାରେ ତାଙ୍କୁ ପ୍ରାୟ ୨ ଘଣ୍ଟା ଧରି ମାଡ଼ ମାରିଥିଲେ। ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ୪ ଆକ୍ରମଣକାରୀଙ୍କୁ କଲେଜରୁ ବିଦା କରାଯାଇଛି।

Viral Video Andhra Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe