Advertisment

ୱେଟର୍ ଚାକିରି ପାଇଁ କାନାଡାରେ ଧାଡ଼ି ଲଗାଇଛନ୍ତି ହଜାର ହଜାର ଭାରତୀୟ ଛାତ୍ର

ଏହି ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

Indian youth in queue

Indian youth in queue

Advertisment

ଭାରତରେ ନିଯୁକ୍ତି ସମସ୍ୟା ଚରମରେ ପହଞ୍ଚିଛି। ନିଯୁକ୍ତିର ନିଅଣ୍ଟିଆ ପରିସ୍ଥିତିକୁ ନେଇ ତର୍କ-ବିତର୍କ ଚାଲି ଥିବାବେଳେ କାନାଡ଼ାରୁ ଆସିଛି ଚିନ୍ତାଜନକ ଚିତ୍ର। ହଜାର ହଜାର ଭାରତୀୟ ଛାତ୍ର ସେଠାରେ ୱେଟର ଚାକିରି ପାଇଁ ଧାଡ଼ିରେ ଛିଡା ହୋଇଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

Advertisment

ଭାଇରାଲ୍ ଭିଡିଓ ଅନୁସାରେ, ଏହି ଦୃଶ୍ୟ କାନାଡାର ବ୍ରମ୍ପଟନ୍ ସ୍ଥିତ ତନ୍ଦୁରି ଫ୍ଲେମ୍ ରେଷ୍ଟୁରାଣ୍ଟ ବାହାରର। ଏଠାରେ ପ୍ରାୟ 3 ହଜାରରୁ ଅଧିକ ଛାତ୍ର ଚାକିରି ପାଇଁ ଲାଇନରେ ଛିଡ଼ା ହୋଇଛନ୍ତି। ତାହା ପୁଣି ମ୍ୟାନେଜର କି ଅନ୍ୟ କୌଣସି ବଡ଼ ପଦବୀ ପାଇଁ ନୁହେଁ, ବରଂ ୱେଟର୍ ପାଇଁ।

ୱେଟର୍ ବା ସର୍ଭର୍ (ଗ୍ରାହକଙ୍କୁ ଖାଦ୍ୟ ପରଷୁଥିବା ବ୍ୟକ୍ତି) ପଦବୀ ପାଇଁ ଏହି ନିଯୁକ୍ତି ଚାଲିଥିଲା। ଇଣ୍ଟର୍ଭ୍ୟୁ ପାଇଁ ଏତେ ସଂଖ୍ୟକ ଭାରତୀୟ ଛାତ୍ର ଧାଡ଼ିରେ ଛିଡ଼ା ହୋଇଥିବା ଏକ ସୋଶାଲ ମିଡିଆ ପୋଷ୍ଟରେ ଦାବି କରାଯାଇଛି। 

Advertisment

ଏହି ପୋଷ୍ଟ ପରେ ନେଟିଜେନ୍ସ ଭାରତରେ ନିଯୁକ୍ତି ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଯୁବପିଢିଙ୍କୁ ନିଯୁକ୍ତି ମିଳୁନଥିବାରୁ ସେମାନେ ବାହାର ଦେଶରେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। 

Indian Students Canada Waiter Jobs Job In Canada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe