Advertisment

ବିରିଆନି ଖାଇ, ମଦ ପିଇ ନୂଆ ବର୍ଷ ପାଳିଲେ ସ୍କୁଲ୍ ଛାତ୍ର, ଭିଡିଓ ଭାଇରାଲ୍

ଷଷ୍ଠ, ସପ୍ତମ ଏବଂ ଦଶମ ଶ୍ରେଣୀରେ ପଢୁଥିବା କିଛି ଛାତ୍ର ଡିସେମ୍ବର 31 (ରବିବାର) ରାତିରେ ବିରିଆନି ଖାଇ, ମଦ ପିଇ ପାର୍ଟି କରିଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
Students Consuming Liquor

Students Consuming Liquor

ବିରିଆନି ଖାଇବା ସହ ମଦ ପିଇ ନୂଆ ବର୍ଷ ପାଳିଲେ ହାଇସ୍କୁଲ୍ ଛାତ୍ର। ତିନି ଦିନ ପରେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ। ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶରେ। ଛାତ୍ରମାନେ ଏକ ସରକାରୀ ପରିଚାଳିତ ହାଇସ୍କୁଲର ଷଷ୍ଠ, ସପ୍ତମ ଏବଂ ଦଶମ ଶ୍ରେଣୀର ଛାତ୍ର ବୋଲି କୁହାଯାଉଛି।

Advertisment

ଅଭିଯୋଗ ଅନୁସାରେ, ଷଷ୍ଠ, ସପ୍ତମ ଏବଂ ଦଶମ ଶ୍ରେଣୀରେ ପଢୁଥିବା କିଛି ଛାତ୍ର ନୂଆ ବର୍ଷ ପାଳନ କରିବା ପାଇଁ ହଷ୍ଟେଲରୁ ପଳାଇଥିଲେ। ସେମାନେ ଡିସେମ୍ବର 31 (ରବିବାର) ରାତିରେ ଅନାକାପଲେ ଜିଲ୍ଲାର ଚୋଡାଭାରାମ ସହରରେ ଥିବା ଏକ ପରିତ୍ୟକ୍ତ କୋଠାରେ ବିରିଆନି ଖାଇବା ସହ ମଦ ପିଇଥିଲେ। କିନ୍ତୁ ଘଟଣାର ତିନି ଦିନ ପରେ ଏହି ସମୟର ଭିଡିଓ ସୋଶାଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି। 

Advertisment

ଭିଡିଓରେ ଦେଖାଯାଉଛି ଯେ, କିଛି ଛାତ୍ର ଖାଉଛନ୍ତି, ସେମାନଙ୍କ ଆଗରେ ବିଅର୍ ବୋତଲ ରହିଛି। ସେମାନଙ୍କ ମଧ୍ୟରେ ଆଲୋଚନା ମଧ୍ୟ ଚାଲିଛି। ଏହି ସମୟରେ କିଛି ବ୍ୟକ୍ତି ଭିଡିଓ ରେକର୍ଡ କରିବାରୁ ଛାତ୍ରମାନେ ସେମାଙ୍କ ଉପରେ ରାଗି ଯାଇଥିଲେ। ଏପରିକି ସେମାନଙ୍କୁ ଗାଳି ଗୁଲଜ୍ କରିଥିବା ମଧ୍ୟ ଅଭିଯୋଗ ହୋଇଛି। 

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପ୍ରାୟ 16 ଜଣ ଛାତ୍ର ହଷ୍ଟେଲ ପାଚେରୀ ଡେଇଁ ବାହାରକୁ ଯାଇଥିଲେ। ସେମାନଙ୍କ ସହ ଦୁଇ ଜଣ ସ୍ଥାନୀୟ ଲୋକ ମଧ୍ୟ ଥିଲେ। ସେମାନେ ଏକାଠି ହୋଇ ଏକ ନିର୍ମାଣାଧୀନ କୋଠାରେ ବିରିୟାନି ଖାଇବା ସହ ମଦ ପିଇଥିଲେ। ଛାତ୍ରମାନେ ଭିଡିଓ ସୁଟ୍ କରିଥିବା ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି।

ସେପଟେ ଭିଡିଓ ଭାଇରାଲ୍ ହେବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି। 

School Students Consuming Liquor School Students New Year Celebration